1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହୃଦରୋଗ ଆଶଙ୍କା କମାଏ ମିଲେଟ

ଯଦି ଆପଣ ଜୀବନ ପାଇଁ ସୁସ୍ଥ ରହିବାକୁ ଚାହାଁନ୍ତି,ତେବେ ପ୍ରତିଦିନ କିଛି ପରିମାଣର ମିଲେଟ ଖାଦ୍ୟରେ ମିଶାନ୍ତୁ ।

Sudesna Nayak
Sudesna Nayak
Millets MANDIA can reduce risk of developing cardiovascular HEART disease

Millets MANDIA can reduce risk of developing cardiovascular HEART disease

ଯଦି ଆପଣ ଜୀବନ ପାଇଁ ସୁସ୍ଥ ରହିବାକୁ ଚାହାଁନ୍ତି,ତେବେ ପ୍ରତିଦିନ କିଛି ପରିମାଣର ମିଲେଟ ଖାଦ୍ୟ ରେ ମିଶାନ୍ତୁ । ଶିଶୁ ,କିଶୋର ଏବଂ ବୟସ୍କଙ୍କ ମଧ୍ୟରେ ଆଜିକାଲି ମେଦବହୁଳତା ଏକ ସାଧାରଣ ରୋଗ ଯାହାକି ହୃଦଘାତର ଆଶଙ୍କାକୁ ବଢ଼ାଇଥାଏ ।

ଅନୁସନ୍ଧାନ ଅନୁଯାୟୀ, ମିଲେଟ ଖାଇବା ଦ୍ୱାରା ମୋଟ କୋଲେଷ୍ଟ୍ରଲ(total cholesterol ) 8% ହ୍ରାସ ପାଇବା ସହିତ ନିମ୍ନ ଏବଂ ଅତି ନିମ୍ନ-ଘନତା ବିଶିଷ୍ଟ ଲିପୋପ୍ରୋଟେନ୍(lipoprotein), କିମ୍ବା "ଖରାପ କୋଲେଷ୍ଟ୍ରଲ" ଏବଂ ବ୍ଲଡ ପ୍ରେସର 5% ହ୍ରାସ ପାଇବା ବହୁତ ଲୋକଙ୍କପାଖରେ ଦେଖାଯାଇଛି । ଆପଣମାନେ ମଧ୍ୟ ପ୍ରତିଦିନ 50 ରୁ 200ଗ୍ରାମ ମିଲେଟ ଖାଦ୍ୟରେ ମିଶାଇଲେ ଏହୀ ସବୁ ରୋଗରୁ ଦୂରରେ ରହି ପାରିବେ ।

ତୁଳନାତ୍ମକତା ଦର୍ଶାଏ ଯେ ମିଲେଟଗୁଡିକରେ ଅସନ୍ତୁଳିତ ଫ୍ୟାଟି ଏସିଡ୍(unsaturated fattyacids ) ଅଛି ଯାହା ବିଶୋଧିତ ଗହମ (refined wheat), ମିଲ୍ ଚାଉଳ (milled rice) ତୁଳନାରେ 2 ରୁ 10 ଗୁଣ ଅଧିକ ଯାହାକି ହୃଦଘାତର ଆଶଙ୍କା କୁ ବହୁତ ପରିମାଣରେ କମାଇଥାଏ ।

ମଧୁମେହ ଏବଂ ହୃଦରୋଗ ଭଳି ରୋଗର ବୃଦ୍ଧିରେ ଏକ ଖରାପ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN) ର ନିର୍ଦ୍ଦେଶକ ଡକ୍ଟର ହେମାଲାଥାଙ୍କ ଅନୁଯାୟୀ, ମିଲେଟ ପ୍ରତିଦିନ ବ୍ୟବହାର କଲେ ମଧୁମେହ ସହିତ ହୃଦଘାତର ସମସ୍ୟା ମଧ୍ୟ ଦୂର ହାଇଥାଏ ।

ମିଲେଟଗୁଡିକ ହେଉଛି ବିଭିନ୍ନ ପ୍ରକାରର ଶସ୍ୟ ଯାହା ସମଗ୍ର ବିଶ୍ୱରେ ଚାଷ କରାଯାଇଥାଏ | ଏଥିରେ ପ୍ରୋଟିନ୍(protein ), କ୍ୟାଲସିୟମ୍ (calcium ), ଆଇରନ୍(iron ), ପୋଟାସିୟମ୍(potassium ), ମ୍ୟାଗ୍ନେସିୟମ୍(magnesium ), ଏବଂ ଜିଙ୍କ(zinc ), ଏବଂ ଭିଟାମିନ୍ (vitamines ) ଭଳି ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଥିବା ଜଣା ପଡିଛି |

ମିଲେଟର ବ୍ୟବହାର କଲେ ହାଇପରଲିପାଇଡେମିଆକୁ (hyperlipidemia) ଏବଂ ଉଚ୍ଚ ରକ୍ତଚାପକୁ( hypertension) ହ୍ରାସ କରିବାସହିତ , high-density lipoprotein (ଭଲ କୋଲେଷ୍ଟ୍ରଲ) ର ସ୍ତରକୁ ବଢାଇଥାଏ, ଯାହା ଭବିଷ୍ୟତରେ ଉଚ୍ଚ ରକ୍ତଚାପ ଏବଂ ଆଥେରୋସ୍କ୍ଲେରୋଟିକ୍ ହୃଦ୍ରୋଗର( atherosclerotic cardiovascular diseases)ବିପଦଠୁ ଦୂରେଇବାକୁ ଲାଭଦାୟକ ସାବ୍ୟସ୍ତ ହୋଇପାରେ |

ମିଲେଟ ହଜମକୁ ବଢ଼େଇଥାଏ, କର୍କଟ ରୋଗର(cancer ) ଆଶଙ୍କା କମ୍ କରିଥାଏ ଏବଂ ମଧୁମେହକୁ(diabetis ) ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ପୁଷ୍ଟିକର ଖାଦ୍ୟରେ ଅଧିକ ଥିବା ମିଲେଟଗୁଡିକ ମଧ୍ୟରେ finger millet (ମାଣ୍ଡିଆ),great millet (ଜୁଆରା), spiked millet (ବାଜ୍ରା), Italian millet (କଙ୍ଗୁ), kodo millet (କୋଡୁଆ), barnyard millet(ଖିରା) ଏବଂ little millet(ସୁଆନ) ଅନ୍ତର୍ଭୁକ୍ତ ,ଯାହାକୁ ଆପଣମାନେ ଜଳଖିଆରେ ,ଦ୍ବିପହରେ ଏବଂ ରାତିରେ ଖାଦ୍ୟ ରେ ମିଶେଇ ପାରିବେ। ମିଲେଟ ରୁ କେକ ,ରୋଟି ,ଉପମା ,ଦୋସା , ଲଡୁ , ବିସ୍କୁଟ(biscuits) ,କୁକିଜ (cookies ),ଇଡ଼ଲି ,ମୋଦକ ଇତ୍ୟାଦି ବିଭିନ୍ନ ଖାଦ୍ୟ କୁ ଆପଣମାନେ ପ୍ରତିଦିନ ଖାଇପାରିବେ |

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments