
health benefits of millets ragi tea
ମାଣ୍ଡିଆ (Millets)ଏପିରି ଏକ ସ୍ବାସ୍ଥ୍ଯ ଉପଯୋଗୀ ଖାଦ୍ଯ, ଯାହାର ଚାହିଦା ଏବେ ଗାଁ ଠୁ ନେଇ ବିଦେଶରେ ସବୁଠି ଦେଖିବାକୁ ମିଳୁଛି । ଯାହା ସ୍ବାସ୍ଥ୍ଯ ପାଇଁ ବହୁ ଲାଭଦାୟକ । ଆଗରୁ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । କିନ୍ତୁ ଏବେ ବଜାରରେ ଲୋକ ବଜାରରେ ମାଣ୍ଡିଆ (Millets)ରେ ନାନାଦି ପ୍ରକାରର ଖାଦ୍ଯ ବନାଉଛନ୍ତି । ଏବେ ବଜାରରେ ମାଣ୍ଡିଆ ଚା’(Ragi tea) ର ଡିମାଣ୍ତ ବହୁତ ଦେଖିବାକୁ ମିଳୁଛି । ଏହି ଚା’ ପିଇବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ ।
କହିବାକୁ ଗଲେ, ମାଣ୍ଡିଆ (Millets)ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍ ରହିଛି, ଯାହା ମଧୁମେହ (diabetes), ବ୍ଲଡପ୍ରେସର (Blood Pressure), ଅଷ୍ଟିଓପୋରୋସିସ୍ ଓ ମୋଟାପଣ (weight loss) ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍ ଫାଇଦାଯୁକ୍ତ ହୋଇଥାଏ । ମାଣ୍ଡିଆ (Millets) ସ୍ୱାସ୍ଥ୍ୟ ସାଙ୍ଗକୁ କେଶ (hair)ଓ ତ୍ୱଚା (skin)ପାଇଁ ମଧ୍ୟ ବଢ଼ିଆ ରହିଥାଏ ।
ସକାଳୁ ମାଣ୍ଡିଆ (Millets)କୁ ଜଳଖିଆ ଭାବେ ଖାଇଲେ ଏହା ଅଯଥା କୋଲେଷ୍ଟେରୋଲ କମ କରିବା ସହିତ ହୃଦଘାତ ପରି ସମସ୍ୟାର ଆଶଙ୍କା ଦୂର କରିଥାଏ ।
କିନ୍ତୁ ଜାଣିଛନ୍ତି କି , ଏବେ ବଜାରରେ ମାଣ୍ଡିଆ ଚା’(Ragi tea) ବହୁତ ଡିମାଣ୍ତରେ ରହିଛି । ଏହାର ଦାମ୍ ୫ ଟଙ୍କା ଓ ୧୦ ଟଙ୍କା ରହିଛି । ଏହି ମାଣ୍ଡିଆ ଚା’(Ragi tea) ଆଜିକାଲି ସବୁ ଜାଗାରେ ପ୍ରାୟତ ମିଳୁଥିବାର ଦେଖିବାକୁ ମିଳୁଛି । ଗ୍ରାହକମାନେ ମଧ୍ୟ ମାଣ୍ଡିଆ ଚା’ ଓ ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ଖାଇ ନିଜକୁ ଖୁସି ଅନୁଭବ କରୁଛନ୍ତି । ଆଉ ମାଣ୍ଡିଆ (Millets) ସାମଗ୍ରୀ ନେବା ପାଇଁ ଲୋକଙ୍କର ଲାଗିଥାଏ ଲମ୍ବା ଲାଇନ୍ । ହେଲେ ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’(Ragi tea) ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’(Ragi tea) କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।
ମାଣ୍ଡିଆ ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ କୋରାପୁଟ ଜିଲ୍ଳାର ଆଦିବାସୀ ଅଞ୍ଚଳର ଏହା ପ୍ରଧାନ ଖାଦ୍ୟ । କୋରାପୁଟ ଜିଲ୍ଳାରେ ମାଣ୍ଡିଆ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବାରୁ ମାଣ୍ଡିଆର ପ୍ରକ୍ରିୟା କରଣ ପାଇଁ ଜିଲ୍ଳାରେ ମିଲଟ ମିଶନ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ମାଣ୍ଡିଆ ଚା (Ragi tea) ତାର ଏକ ଉଦାହରଣ ।
ପ୍ରକାଶ ଥାଉ ଯେ, ବର୍ତ୍ତମାନ ମାଣ୍ଡିଆ (finger millet)ର ଚାହିଦା ଦିନକୁ ଦିନ ବଢୁଛି ଓ ବିକ୍ରି ମଧ୍ୟ ଦିନକୁ ଦିନ ବଢିବାରେ ମଧ୍ଯ ଲାଗିଛି । ଏହା ଏବେ ବିଭିନ୍ନ କାଫେ ଓ ଷ୍ଟଲରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି । ମାଣ୍ଡିଆ ଲଡୁ, ମାଣ୍ଡିଆରେ ପ୍ରସ୍ତୁତି କେକ୍ , ମାଣ୍ଡିଆ ଜାଉଁ ,ମାଣ୍ଡିଆ ଚା (Ragi tea) ବିଭିନ୍ନ ପ୍ରକାରର ମାଣ୍ଡିଆ (finger millet)ଜାତ ଦ୍ରବ୍ୟ ମିଳୁଛି । ଏହା ବ୍ୟତୀତ ଆପଣ ଗହମ ରୁଟି ବଦଳରେ ମାଣ୍ଡିଆ (finger millet)ପ୍ରସ୍ତୁତ ରୁଟି ମଧ୍ୟ ପାଇପାରିବେ ।
ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ
ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...
Share your comments