1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

ସୁସ୍ଥ ରହିବା ପାଇଁ ପ୍ରତିଦିନ ଧନିଆ କିମ୍ବା ଧନିଆ ମଞ୍ଜି ଖାଇବା ଲାଭଦାୟକ ହୋଇଥାଏ । ଏହା ଥାଇରଏଡ୍,ଡାଇବେଟିସ ଏବଂ ଓଜନ ହ୍ରାସ ଭଳି ସମସ୍ୟା ଦୂର କରିଥାଏ ।

Sudesna Nayak
Sudesna Nayak
drink coriander water every morning

drink coriander water every morning

ସାଧାରଣତଃ ରୋଷେଇ ଘରେ ଧନିଆ (coriander)ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟରେ ସ୍ୱାଦ ଏବଂ ସୁଗନ୍ଧ ଆଣିଥାଏ । ଧନିଆ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହାସହ ଧନିଆ ସ୍ୱାଦ ଏବଂ ସୁଗନ୍ଧ ସହିତ ଔଷଧ ଗୁଣରେ ମଧ୍ୟ ଭରପୂର ଅଟେ ।ଏହାର ବ୍ୟବହାର ଦ୍ୱାରା ଅନେକ ରୋଗକୁ ମୁକ୍ତି ମିଳିଥାଏ । ସୁସ୍ଥ ରହିବା ପାଇଁ ପ୍ରତିଦିନ ଧନିଆ କିମ୍ବା ଧନିଆ ମଞ୍ଜି ଖାଇବା ଲାଭଦାୟକ ହୋଇଥାଏ । ଏହା ଥାଇରଏଡ୍ (thyroid),ଡାଇବେଟିସ (diabetes) ଏବଂ ଓଜନ ହ୍ରାସ ଭଳି ସମସ୍ୟା ଦୂର କରିଥାଏ । ଧନିଆ (coriander)ଖାଇବାର ଏକ ଉତ୍ତମ ଉପାୟ ହେଉଛି ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି (coriander water) ପିଇବା । ଯାହା ବିଭିନ୍ନ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଗୋଟା ଧନିଆ (coriander) ୱେଟ ସମସ୍ୟାକୁ ଦୂର କରିବା ପାଇଁ ଏକ ରାମ ବାଣ । ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ- ଏବେ ଆପଣ ଗୋଟା ଧନିଆ ଅଧ ଚାମଚ ନିଅନ୍ତୁ । ଏଥିରେ ପାନ ମହୁରୀ,ଜିରା, ଏହି ତିନୋଟି ସାମଗ୍ରୀକୁ ଏକ ଗ୍ଲାସ ପାଣିରେ ପକେଇ ଦିଅନ୍ତୁ । ଏବେ ଆପଣ ଏହାକୁ ରାତିସାରା ପାଣିରେ ପକେଇ ରଖନ୍ତୁ । ସକାଳୁ ଆପଣ ଏହାକୁ ଏକ ପାତ୍ରକୁ ଛାଣି ନିୟନ୍ତୁ ତାପରେ ଆପଣ ଏହାକୁ ଗ୍ୟାସରେ ବସେଇ ଭଲ ଭାବରେ ଫୁଟେଇ ଦିଆନ୍ତୁ । ତାପରେ ଆପଣ ଏହାକୁ ଛାଣି ଏହାର ସେବନ କରିପାରିବେ । ସ୍ୱାଦ ପାଇଁ ଏଥିରେ ମହୁ( honey)ପ୍ରୟୋଗ କରି ପାରିବେ ଯଦି ଆପଣଙ୍କ ଡାଇବେଟିସ (diabetes)ସମସ୍ୟା ଅଛି ତେବେ ଆପଣ ଏଥିରେ ମହୁର ପ୍ରୟୋଗ କରନ୍ତୁ ନାହିଁ ।

-ଥାଇରଏଡ (Thyroid Diseases)ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଧନିଆ ପାଣି (coriander water)ରାମବାଣ ସଦୃଶ କାମ କରିଥାଏ ବୋଲି କୁହାଯାଏ ।

-କଳା କେଶ ପାଇଁ ଧନିଆ ପାଣି (coriander water) ମଧ୍ୟ ଉତ୍କୃଷ୍ଟ । ଏଥିରେ ଭିଟାମିନ୍ କେ, ସି ଏବଂ ଏ ଭରପୂର ମାତ୍ରାରେ ରହିଥାଏ । ଏହି ଭିଟାମିନ୍ କେଶକୁ ମଜଭୁତ କରିବା ସହ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ବ୍ଲଡ ପ୍ରେସରକୁ (blood pressure)କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ଧନିଆ ପାଣି (coriander water) ।

ପ୍ରକାଶ ଥାଉ ଯେ, ଓଜନ ହ୍ରାସ ପାଇଁ ଆପଣ ଧନିଆ ପାଣି (coriander water) ପିଅନ୍ତୁ । ଏହି ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଚାମଚ ଧନିଆ ମଞ୍ଜି ନିଅନ୍ତୁ ଏବଂ ଗୋଟିଏ ଗ୍ଲାସ ପାଣିରେ ଏହାକୁ ଭିଜାଇ ଦିଅନ୍ତୁ । ସକାଳେ ଧନିଆ ମଞ୍ଜିକୁ ପାଣିରୁ ଛାଣି ଖାଲି ପେଟରେ ପିଅନ୍ତୁ । ସେହିପରି ଭିଜା ଧନିଆ ମଞ୍ଜିକୁ ନଫିଙ୍ଗି ରୋଷେଇରେ ବ୍ୟବହାର କରନ୍ତୁ ।

-ଜାଣି ରଖନ୍ତୁ ଯେ କି, ସାଧାରଣତଃ ଗର୍ଭବତୀ ମହିଳାମାନେ ଧନିଆ ପାଣି (coriander water) ପାଣିକୁ କମ୍‌ ପିଇବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

-ଯଦି ହଜମ ଜନିତ ସମସ୍ୟା ରହିଥାଏ ତେବେ, ଏହି ସମସ୍ୟା ପାଇଁ ଧନିଆ ପାଣି (coriander water) ବହୁତ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି (coriander water) ପିଇବା ଦ୍ୱାରା, ଏହି ସମସ୍ୟା କମ୍ ହୋଇଥାଏ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ପ୍ରତିଦିନ ପିଅନ୍ତୁ ଧନିଆ ପାଣି, କମିବ ଥାଇରଏଡ୍

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments