1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ପିଅନ୍ତୁ ଧନିଆ ପାଣି, କମିବ ଥାଇରଏଡ୍

ପ୍ରତିଦିନ ସକାଳେ ଧନିଆ ପାଣି ପିଇବା ଦ୍ୱାରା କେବଳ ଥାଇରଏଡ୍ ଲକ୍ଷଣ କମ୍‌ ହୁଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟର ସନ୍ତୁଳନ ମଧ୍ୟ ଠିକ୍‌ ରହିଥାଏ ।

Sudesna Nayak
Sudesna Nayak
drinking coriander water will reduce weight Thyroid Diseases

drinking coriander water will reduce weight Thyroid Diseases

ପ୍ରତିଦିନ ସକାଳେ ଧନିଆ ପାଣି (coriander water)ପିଇବା ଦ୍ୱାରା କେବଳ ଥାଇରଏଡ୍ ଲକ୍ଷଣ (Thyroid Diseases) କମ୍‌ ହୁଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟର ସନ୍ତୁଳନ ମଧ୍ୟ ଠିକ୍‌ ରହିଥାଏ ।

-ଥାଇରଏଡ (Thyroid Diseases) ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଧନିଆ ପାଣି (coriander water) ରାମବାଣ ସଦୃଶ କାମ କରିଥାଏ ବୋଲି କୁହାଯାଏ ।

- କେଶ ପାଇଁ ଧନିଆ ପାଣି (coriander water) ମଧ୍ୟ ଉତ୍କୃଷ୍ଟ । ଏଥିରେ ଭିଟାମିନ୍ କେ, ସି ଏବଂ ଏ ଭରପୂର ମାତ୍ରାରେ ରହିଥାଏ। ଏହି ଭିଟାମିନ୍ କେଶକୁ ମଜଭୁତ କରିବା ସହ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ଧନିଆ (coriander) ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ । ଏହି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ପ୍ରୟୋଗ କରି ଆପଣ ଡାଇବେଟିସ୍‌ (diabetes), କୋଲେଷ୍ଟ୍ରଲ୍‌ (cholesterol)ପରି ରୋଗକୁ ନିୟନ୍ତ୍ରଣ କରିପାରିବେ।

-ଧ୍ଯାନରେ ରଖନ୍ତୁ ସାଧାରଣତଃ ଗର୍ଭବତୀ ମହିଳାମାନେ ଧନିଆ ପାଣି (coriander water) ପାଣିକୁ କମ୍‌ ପିଇବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

-ଧନିଆ ପାଣି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରି ରେଡିକାଲସ୍‌କୁ ହ୍ରାସ କରିବାରେ ସାହାଯ୍ୟ କରେ ।

-ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଧନିଆ (coriander)ରାମବାଣ ସଦୃଶ ଅଟେ ।

ଧନିଆ ପାଣି କିପରି ତିଆରି କରିବେ ,ଜାଣନ୍ତୁ....

ଧ୍ଯାନରେ ରଖନ୍ତୁ ଧନିଆ ପାଣି (coriander water)କୁ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଧନିଆ ମଞ୍ଜିକୁ ପାଣିରେ ୫ ମିନିଟ୍ ଫୁଟାନ୍ତୁ । ପାଣି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ତା’ପରେ ଏହାକୁ ଛାଣି ପିଅନ୍ତୁ ।

ଏହି ଶାଗ ଖାଇବା ଦ୍ୱାରା ଶରୀରରୁ ଦୂର ହେବ ରୋଗ

ଜାଣନ୍ତୁ କଦଳୀ ଚୋପାର ଉପକାରିତା ବିଷୟରେ Benifits of Banana peel

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments