1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଶାଗ ଖାଇବା ଦ୍ୱାରା ଶରୀରରୁ ଦୂର ହେବ ରୋଗ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ତଥା ଶାଗ ଖାଇବା ନିହାତି ଆବଶ୍ୟକ । ସେହିପରି ପାଳଙ୍ଗ (Spinach) ଏକ ପ୍ରକାର ଶାଗ । ପାଳଙ୍ଗ ଶାଗ ପ୍ରାୟତଃ ଶୀତ ଦିନରେ ଅଧିକ ମିଳିଥାଏ । ଯେଉଁଥିରେ କି ସମସ୍ତ ପ୍ରକାର ଔଷଧୀୟ ଭରି ରହିଛି । ଯେଉଁମାନଙ୍କ ଶରୀରରେ ରକ୍ତ( blood level ) ଅଭାବ ହୋଇଥାଏ ସେମାନଙ୍କୁ ନିଶ୍ଚୟ ତାଙ୍କ ଖାଦ୍ୟ ରେ ଏହି ପାଳଙ୍ଗକୁ ସାମିଲ କରିବା ଜରୁରୀ । ଏହା ଦ୍ବାରା ରକ୍ତ ଅଭାବ ପୂରଣ ହୋଇଥାଏ ।

KJ Staff
KJ Staff
Nutrition Facts and Health Benefits value of spinach

Nutrition Facts and Health Benefits value of spinach

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ତଥା ଶାଗ ଖାଇବା ନିହାତି ଆବଶ୍ୟକ । ସେହିପରି ପାଳଙ୍ଗ (Spinach) ଏକ ପ୍ରକାର ଶାଗ । ପାଳଙ୍ଗ ଶାଗ  ପ୍ରାୟତଃ ଶୀତ ଦିନରେ (winter season ) ଅଧିକ ମିଳିଥାଏ ।  ଯେଉଁଥିରେ କି ସମସ୍ତ ପ୍ରକାର ଔଷଧୀୟ ( medicated ) ଭରି ରହିଛି  ।  ଖାସ କରି ଓଡ଼ିଆ ରାନ୍ଧଣାରେ ଏହି ଶାଗରେ  ପକୁଡି, ବରା, ରାଇ, ତରକାରୀ , ଭଜା ଇତ୍ୟାଦି ପ୍ରସ୍ତୁତ କରାଯାଇଥାଏ । ବିଶେଷତଃ ଖଟା ପାଳଙ୍ଗ ତରକାରୀ ତିଆରି କରିବା ପାଇଁ କାମରେ ଲାଗେ । ସାରା ଦୁନିଆରେ ପାଳଙ୍ଗ ଶାଗକୁ କେବଳ ରୋଷେଇ ପାଇଁ ତଥା ଏହାକୁ ସାଲାଦ (salad) ଭାବେ ମଧ୍ୟ ବ୍ୟବହୃତ କରାଯାଏ । ପାଳଙ୍ଗ ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣର ପୁଷ୍ଟିକର( nutritional) ଉପାଦାନ ଯୋଗାଇଥାଏ । ଏହା ଦ୍ବାରା  କେବଳ ଦୃଷ୍ଟି ଶକ୍ତି ବଢିଥାଏ ବରଂ ରକ୍ତ ଅଭାବ ମଧ୍ୟ ପୂରଣ ହୋଇଥାଏ । ଏହାସହ ହାଡକୁ ମଜବୁତ( bone strong ) କରିବାରେ ମଧ୍ୟ ସହାୟକ ହୋଇଥାଏ ।

ସାଧାରଣତଃ ଲୋକମାନେ ପାଳଙ୍ଗ ଶାଗର ଭଜା କିମ୍ବା ପରଟା ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣଙ୍କୁ ଯଦି ପାଳଙ୍ଗ ଶାଗର ଅଧିକ ଫାଇଦା( benefits ) ଉଠାଇବାକୁ ଚାହୁଁଛନ୍ତି ତେବେ ପାଳଙ୍ଗ ଶାଗର ଜୁସ୍ (juice) ପ୍ରସ୍ତୁତ କରି ପିଅନ୍ତୁ। ଏହା ଶରୀର ପାଇଁ ବେଶ୍ ଲାଭବାନ ସାବ୍ୟସ୍ତ  ହୋଇଥାଏ । ଏଥିରେ ପ୍ରୋ‌ଟିନ୍‌( protien ), ଆଇରନ୍‌( iron ), କାର୍ବୋହାଇଡ୍ରେଟ (carbohydrate), ଫାଇବର( fiber)  ଏବଂ ଭିଟାମିନ୍‌ ( vitamin )ଏବଂ ମିନେରାଲ୍ସ( minerals ) ସବୁ କିଛି ଭରପୁର ମାତ୍ରାରେ ଭରି ରହିଛି । ପ୍ରସବ ପୂର୍ବରୁ ଏବଂ ପରେ ମହିଳାମାନେ ଏହି ଶାଗ ପ୍ରତିଦିନ ଖାଇଲେ ଶରୀର ପାଇଁ ଭଲ ବୋଲି ଆୟୁର୍ବେଦରେ( ayurveda ) ଉଲ୍ଲେଖ ରହିଛି । ଅନେକ ପ୍ରକାର ଗମ୍ଭୀର ସମସ୍ୟାକୁ ମଧ୍ୟ ପାଳଙ୍ଗ( spinach) ଖାଇ ନିୟନ୍ତ୍ରିତ କରିହେବ । ଏହାକୁ ଦୈନନ୍ଦିନ ଖାଇଲେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ।

ପାଳଙ୍ଗର ଫାଇଦା –

-ଯେଉଁମାନଙ୍କ ଶରୀରରେ ରକ୍ତ( blood level ) ଅଭାବ ହୋଇଥାଏ ସେମାନଙ୍କୁ ନିଶ୍ଚୟ ତାଙ୍କ ଖାଦ୍ୟ ରେ ଏହି ପାଳଙ୍ଗକୁ ସାମିଲ କରିବା ଜରୁରୀ । ଏହା ଦ୍ବାରା ରକ୍ତ ଅଭାବ ପୂରଣ ହୋଇଥାଏ ।

-ରକ୍ତଚାପ ( blood pressure) ନିୟନ୍ତ୍ରଣ କରିବା ପାଇଁ ପାଳଙ୍ଗ ଖାଇଲେ ଏହା ନିୟନ୍ତ୍ରଣ ହୋଇଥାଏ । ଯଦି ଆପଣଙ୍କୁ ପାଳଙ୍ଗ ଶାଗ ଖାଇବାକୁ ଭଲ ଲାଗେନାହିଁ ତେବେ ଏହାର ଜୁସ୍ ଆପଣ ପିଇପାରିବେ ।

-କୋଲେଷ୍ଟ୍ରଲ (cholesterol)ନିୟନ୍ତ୍ରଣ କରିବାରେ ମଧ୍ୟ ପାଳଙ୍ଗ ଲାଭଦାୟକ । ଆପଣଙ୍କ ଶରୀରରେ ଭଲ ଏବଂ ଖରାପ କୋଲେଷ୍ଟ୍ରଲକୁ ଏହା ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିବ । ଏହାଦ୍ୱାରା  ହୃଦଘାତର

ବିପଦ ମଧ୍ୟ କମ୍ ରହିବ ।

-ଆପଣ ଖାଦ୍ୟରେ ନୀତିଦିନ ପାଳଙ୍ଗକୁ ସାମିଲ  କରିବା ଦ୍ୱାରା ଆପଣଙ୍କ ହାଡ ମଜଭୁତ( bone strong ) ହେବ ।

-ପାଳଙ୍ଗ ଖାଇବା ଦ୍ବାରା ଅନେକ ପ୍ରକାର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଦୃଷ୍ଟି ଶକ୍ତି( eyesight power ) ପାଇଁ ପାଳଙ୍ଗ ଅତ୍ୟନ୍ତ ମହତ୍ବପୂର୍ଣ୍ଣ  ।

-ପାଳଙ୍ଗ ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା( concentration ) ଆସିଥାଏ ଏବଂ ନିଦ୍ରାହୀନତା ଦୂର ହୋଇଥାଏ କରିବାରେ ସହାୟକ ହୋଇଥାଏ ।

-ପାଳଙ୍ଗ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟରୁ(constipation ) ଉପଶମ ମିଳେ ।

-ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ହଜମ ଶକ୍ତି ( digestion )ବୃଦ୍ଧି ପାଏ । ଶରୀରର

-ରକ୍ତକଣିକା (blodd cell) ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।

-ମଧୁମେହ (diabetes)ରୋଗୀମାନେ ନିୟମିତ ପାଳଙ୍ଗ ଶାଗକୁ ଖାଇଲେ ଉପଶମ ମିଳେ ।

-ମହିଳାମାନେ ନିୟମିତ ଭାବେ ଏହି ଶାଗ ଖାଇଲେ ତ୍ୱଚାରେ ଏକ ପ୍ରକାର ଚମକ( glow skin ) ଆସିଥାଏ । ଏହାସହ କେଶର ଘନତ୍ୱ ମଧ୍ୟ ବଢ଼ିଥାଏ।

-ପାଳଙ୍ଗରେ ଭିଟାମିନ୍ ବି (vitamin-b)ଅଛି ଯାହା ଆପଣଙ୍କ ତ୍ୱଚାକୁ ୟୁଭି କିରଣରୁ ରକ୍ଷା କରିବ । ଏହା ଟ୍ୟାନ୍ ଦୂର କରିବାରେ ସହାୟକ । ଆପଣ ଏହାକୁ ନିଜ ଡାଇଟରେ ସାମିଲ କରିପାରିବେ ବା ଫେସପ୍ୟାକ ରୂପେ ବ୍ୟବହାର କରିପାରିବେ ।

-ସବୁଠାରୁ ବଡ କଥା ହେଲା ଏହା ଖାଇବା ଦ୍ୱାରା ମହିଳାଙ୍କୁ  ଓଭାରି କ୍ୟାନ୍ସର ( ovary cancer ) ହେବା ଡର  ୪୦ % କମ ରହିଥାଏ  ।

ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି

ଆୟୁ ବଢାଇବ ଖଜୁରୀ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments