1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆୟୁ ବଢାଇବ ଖଜୁରୀ

ଖଜୁରୀ ଏପରି ଏକ ଫଳ ଯାହାକୁ ଭାରତରେ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ଅନେକ ସ୍ଥାନରେ ଖଜୁରୀକୁ ଡ୍ରାଏ ଫ୍ରୁଟ୍ସ ଭଳି ଖିଆ ଯିବାର ନଜିର ରହିଛି । ଏପରିକି ଏହାକୁ ଲଡୁ ଭାବେ ମଧ୍ୟ ପ୍ରସ୍ତୁତ କରି ଅଧୀକାନୁସା ଲୋକ ଖାଇଥାନ୍ତି । ସାମାନ୍ୟ ଦେଖାଯାଉଥିବା ଏହି ଫଳ ହେଉଛି ପୋଷକ ତତ୍ତ୍ୱର ଖଣି । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ପାଇଁ ଖଜୁରୀ ବେଶ ଲାଭଦାୟକ । ବିଶେଷ କରି ଏହାକୁ ଗର୍ଭବତୀ ମହିଳା ମାନେ ଖାଇବା ଦ୍ୱାରା ତାଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।

KJ Staff
KJ Staff
Health Benefits Of Dates

ଖଜୁାରୀର ଚମତ୍କାରୀ ଲାଭ -

ଖଜୁରୀ ଏପରି ଏକ ଫଳ ଯାହା ମିନେରାଲ୍ସ ଓ ଭିଟାମିନରେ ଭରପୁର । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ବି ଅଧିକ ପରିମାଣରେ ରହିଛି । ଆଣ୍ଟି-ଅକ୍ସିଡାଣ୍ଟର ଉପକାରୀ ଗୁଣ ଅନୁଯାୟୀ ,ଏହା କୋଷକୁ ନଷ୍ଟ ହେବାରେ ସାହାଯ୍ୟ କରିଥାଏ । ଫଳରେ ଶରୀର ରୁ ମାରାତ୍ମକ ରୋଗ ଦୂରେଇ ରହିଥାଏ । ସେହିପରିଭାବେ ଖଜୁରୀରେ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ । ଯାହାକି ଜଣେ ବ୍ୟକ୍ତିଙ୍କୁ ଶକ୍ତି ଯୋଗାଇଥାଏ । ଏହାସହ ଏଥିରେ ଫାଇବର ମଧ୍ୟ ରହିଛି । ଯାହା ମନୁଷ୍ୟର ଆୟୁ ବୃଦ୍ଧି କରିଥାଏ ବୋଲି କୁହାଯାଏ ।

ଖଜୁରୀରେ କର୍କଟ ଓ ହୃଦୟ ଜନିତ ରୋଗ ପାଇଁ ଆବଶ୍ୟକ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଏହାକୁ ଖାଇବା ଦ୍ୱାରା ମଧୁମେହ,କର୍କଟ ଭଳି ରୋଗ ହେବାର ସମ୍ଭାବନା ବି ଖୁବ କମ । ଅନ୍ୟପଟେ ଏଥିରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ଓ ହୃଦୟ ପାଇଁବେଶ ଉପକାରୀ । ଖଜୁରୀରେ ଭିଟାମିନ ବି ୧, ବି୨, ବି୩, ବି୫, ବି ଏ୧ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି । ମହିଳାଙ୍କ ଉପରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ଗର୍ଭବତୀ ମହିଳା ଖଜୁରୀ ଖାଇବା ଦ୍ୱାରା ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଆନ୍ତି । ଜଣେ ମା ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଶୀତ ଦିନେ ଖଜୁରୀ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କାରଣ ଏହା ଖାଇବା ଦ୍ୱାରା ଶରୀରକୁ ଏହା ଗରମ ରଖିବାରେ ସାହାଯ୍ୟ କରେ । ଆୟୁରର୍ବେଦ ଚିକିତ୍ସାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଦାନ୍ତ ସମସ୍ୟା ,ଗ୍ୟାସ ସମସ୍ୟା, ହାଡକୁ ମଜବୁତ୍ କରିବାରେ ତଥା ଶରୀରରେ ଥିବା ଥକ୍କାପଣ କୁ ଦୂର କରିବାରେ ମଧ୍ୟ ଏହା ବେଶ ସାହାଯ୍ୟ କରିଥାଏ । ଏହିପରି ଭାବେ ଖଜୁରୀ ଖାଇବା ଦ୍ୱାରା ଅନେକ ଚମତ୍କାରୀ ଲାଭ ମିଳିଥାଏ ।

ଗଜା ହେଇଯାଉଛି କି ଆଳୁ ପିଆଜ?

ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments