1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ କଦଳୀ ଚୋପାର ଉପକାରିତା ବିଷୟରେ Benifits of Banana peel

କିଛି ଲୋକ ଅଛନ୍ତି ସବୁ ଫଳ ଭିତରୁ କଦଳୀ ଖାଇବାକୁ ଭଲ ପାଇଥାନ୍ତି । କାରଣ ସେଥିରେ ଥିବା ଭିଟାମିନ୍ସ ଶରୀରକୁ ସୁସ୍ଥ ରଖିବା ସହ ଅନେକ ଫାଇଦା ମଧ୍ୟ ଦେଇଥାଏ । ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି କଦଳୀ ସମେତ କଦଳୀ ଚୋପା ମଧ୍ୟ ଶରୀର ପାଇଁ ଲାଭଦାୟକ । ପାଚିଲା ତଥା କଞ୍ଚା କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ସମସ୍ତେ ଜାଣନ୍ତି । କଦଳୀ ଭଳି କଦଳୀ ଚୋପାର ମଧ୍ୟ ଅନେକ ଉପକାରିତା ରହିଛି । କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ ଉତ୍ସ ଭାବେ ସୁପରିଚିତ । କଦଳୀ ଚୋପାରେ କଦଳୀ ଠାରୁ ଅଧିକ ଆଇରନ, ପ୍ରୋଟିନ, ଏବଂ ପୋଷକ ତତ୍ତ୍ୱ ରହିଥାଏ । କଦଳୀ ଚୋପାରେ ଅନେକ ଲୋକ ଚଟଣି କରି ଖାଇଥାନ୍ତି କିନ୍ତୁ ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ଜଣେ ମଣିଷ ଶରୀର ପାଇଁ ତଥା ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ ।

KJ Staff
KJ Staff
Banana peel gives many benefits you will be surprised to know

Banana peel gives many benefits you will be surprised to know

ଆମ ଶରୀରକୁ ସୁସ୍ଥ ରଖିବା ଆମେ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ତଥା ଫଳ( fruits ) ଖାଇଥାଉ । ଏଥି ସହିତ ଅନେକ ପ୍ରକାର ଫଳ ମଧ୍ୟ ସେବନ କରିଥାନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ସବୁ ଫଳ ଭିତରୁ କଦଳୀ( Banana ) ଖାଇବାକୁ ଭଲ ପାଇଥାନ୍ତି । କାରଣ ସେଥିରେ ଥିବା ଭିଟାମିନ୍ସ( Vitamins) ଶରୀରକୁ ସୁସ୍ଥ ରଖିବା ସହ ଅନେକ ଫାଇଦା ମଧ୍ୟ ଦେଇଥାଏ । ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି କଦଳୀ ସମେତ କଦଳୀ ଚୋପା (Banana peel )ମଧ୍ୟ ଶରୀର ପାଇଁ ଲାଭଦାୟକ( Benifits ) । ପାଚିଲା ତଥା କଞ୍ଚା କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ସମସ୍ତେ ଜାଣନ୍ତି । କଦଳୀ ଭଳି କଦଳୀ ଚୋପାର ମଧ୍ୟ  ଅନେକ ଉପକାରିତା ରହିଛି । କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ  ଉତ୍ସ ଭାବେ ସୁପରିଚିତ ।

ତେବେ ଏହାର  ଚୋପା ମଧ୍ୟରେ ଅନେକ ଉପାଦେୟ ଭରି ରହିଛି  । କଦଳୀ ଚୋପାରେ କଦଳୀ ଠାରୁ ଅଧିକ ଆଇରନ ( iron ), ପ୍ରୋଟିନ ( protin ), ଏବଂ ପୋଷକ ତତ୍ତ୍ୱ ( nutrients ) ରହିଥାଏ । କଦଳୀ ଚୋପାରେ ଅନେକ ଲୋକ ଚଟଣି କରି ଖାଇଥାନ୍ତି କିନ୍ତୁ ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ଜଣେ ମଣିଷ ଶରୀର ପାଇଁ ତଥା ତ୍ୱଚା( skin ) ପାଇଁ ମଧ୍ୟ ସେତିକି ଲାଭଦାୟକ । ତେବେ ଆସନ୍ତୁ ଜାଣିବା କଦଳୀ ଚୋପାର କ’ଣ କ'ଣ ଉପକାରିତା ରହିଛି ।

କଦଳୀ ଚୋପାର ଉପକାରିତା -

କଦଳୀ ଶରୀରକୁ ଯେଉଁଭଳି ପୁଷ୍ଟିସାଧନ ଯୋଗାଏ ତା ଚୋପା ମଧ୍ୟ ଠିକ୍ ସେହିଭଳି ଅତି ଉତ୍ତମ କମ୍ପୋଷ୍ଟ( compost ) ସାର ହୋଇପାରିବ । କଦଳୀ ଚୋପାକୁ ଖଣ୍ଡଖଣ୍ଡ କରି କାଟି ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଇପାରିବ ଅଥବା ସିଧାସଳଖ ମାଟିରେ ମିଶାଯାଇପାରିବ । ଦେଖିବେ କିଛିଦିନ ମଧ୍ୟରେ ଏହା ଆପେ  ଆପେ କମ୍ପୋଷ୍ଟ ଖତରେ ପରିଣତ ହୋଇ ଗଛକୁ ବଢିବା ( growth of tree ) ନିମନ୍ତେ ଶକ୍ତି ଯୋଗାଇବ ।

ଆପଣଙ୍କ ଦାନ୍ତରେ( teeths ) କୌଣସି ଦାଗ ଦେଖାଦିଏ । କଦଳୀ ଚୋପାକୁ ଦିନରେ ଦୁଇଥର ଦାନ୍ତରେ ଘଷନ୍ତୁ ,ଏହିଭଳି କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଚମକି ଉଠିବ ।

ଶରୀରରେ କୌଣସି ପୋକ( insects ) କାମୁଡିଲେ ସେହି ସ୍ଥାନରେ ନାଲି ଦାଗ ଦେଖାଯାଏ ଏବଂ ସେହି ସ୍ଥାନଟି ପୋଡିଥାଏ । ସେହି ସ୍ଥାନରେ କଦଳୀ ଚୋପାକୁ ଘଷନ୍ତୁ ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କର ପୋଡା କମିଯିବା ସହିତ ଦାଗ ମଧ୍ୟ ଦୂର ହୋଇଯିବ।

କଦଳୀ ଚୋପାକୁ ମୁହଁରେ( face) ପ୍ରତିଦିନ ଘଷିଲେ ମୁହଁ ଚମକି( glow) ଉଠେ  । ଏହା କରିବା ଦ୍ୱାରା ମୁଁହକୁ ପୋଷଣ ମିଳିଥାଏ ଏବଂ ମୁହଁର ସୌନ୍ଦଯ୍ୟ ବଢିଥାଏ । କଦଳୀ ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟଗୁଡିକ( anti - oxident ) ମିଳିଥାଏ, ଯାହା ଚର୍ମ ପାଇଁ ଉପକାରୀ । ଏହା ମୁହଁରେ ଥିବା ବ୍ରଣ ( pimples) କୁଞ୍ଚିକୁ ଆଦି ସମସ୍ୟାକୁ ଦୂର କରିଥାଏ ।

କଦଳୀ ଚୋପାରେ ଜୋତା କିମ୍ବା ଚମଡାରେ ପ୍ରସ୍ତୁତ ଯେ କୌଣସି ଜିନିଷକୁ ସଫା କଲେ ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ଜୋତା ଚମକି ଉଠିବ ।

ଆଖିତଳ କଳା( dark circle ) ପଡୁଥିଲେ, ସତେଜ କଦଳୀ ଚୋପାକୁ କାଟି ଆଖିତଳେ ୧୫ ରୁ ୨୦ ମିନିଟ ଯାଏଁ ରଖିଲେ । ଏପରି କରିବା ଦ୍ବାରା ଆଖିତଳ କଳାଦାଗ ଧିରେଧିରେ ଦୂର ହୋଇଥାଏ ।

କଦଳୀ ଚୋପାରେ ସେରୋଟୋନିନ୍ ( serotonin ) ହରମୋନ୍ ( hormone ) ପ୍ରଚୁର ପରିମାଣରେ ରହିଛି । ଏହା ମନୋବଳକୁ ଉନ୍ନତ କରିବା ସହ ମୁଡ ମଧ୍ୟ ଭଲ ରଖିଥାଏ । ଯଦି ଆପଣ ୩ ଦିନ ପାଇଁ କଦଳୀ ଚୋପା ଖାଆନ୍ତି, ତେବେ ସେରୋଟୋନିନ୍ ପରିମାଣ ୧୫ ପ୍ରତିଶତ( 15%)  ବୃଦ୍ଧି ପାଇଥାଏ ଆପଣଙ୍କ ଶରୀରରେ । ଏହା ଶରୀରକୁ ଆରାମ ଦେବା ସହ ଏହାକୁ ଖାଇବା ଭଲ ନିଦ ହୋଇଥାଏ ।

କଦଳୀ ଚୋପା ରେ ଥିବା ଉପାଦାନଗୁଡିକ ରକ୍ତ ସଫା ( clean of blood ) କରିବାରେ ସହାୟକ ହୋଇଥାଏ । ଏହା ରକ୍ତ କଣିକା ( blood cell ) ଭାଙ୍ଗିବାକୁ ରୋକିଥାଏ ଏବଂ ସେମାନଙ୍କୁ ଶକ୍ତିଶାଳୀ କରିଥାଏ ।

କଦଳୀରେ ଫାଇବରର ( fiber )ପରିମାଣ ଅଧିକ ଥାଏ । କିନ୍ତୁ କଦଳୀ ଅପେକ୍ଷା ତା ଚୋପାରେ ରେ ଫାଇବରର ପରିମାଣ ଅଧିକ ଥାଏ । ତେବେ ଏହି ଫାଇବର ହଜମ ପ୍ରକ୍ରିୟା ( doigestion ) ପାଇଁ ଖୁବ୍ ଲାଭଦାୟକ । ଏଥିସହିତ ପେଟ ସମସ୍ୟା ଏବଂ ଗ୍ୟାସ ସମସ୍ୟାକୁ ଦୂରେଇ ରଖେ ।

ଲାଭଦାୟକ କଦଳୀ ଚାଷ

ଆସନ୍ତୁ ଜାଣିବା ଟିସ୍ୟୁ କଲଚର କଦଳୀ ଚାଷ ସମ୍ପର୍କରେ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments