
Piles Home Remedies piles will end in just one day
ଆଜିକାଲି ଖାଦ୍ୟପେୟ ଅନିୟମିତା ଯୋଗୁ ଲୋକମାନଙ୍କର ମଳକଣ୍ଠ ବା ଅର୍ଶ (piles)ଭଳି ସମସ୍ଯା ଦେଖାଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ (piles)କହିଥାଉ । ଅର୍ଶ ହେଲେ ବସିବା ଉଠିବାରେ ସମସ୍ଯା ହେବା ସହ ରକ୍ତ ପଡିଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିଛୁ ଯାହା ଦ୍ଵାରା ଆପଣମାନଙ୍କ ଅର୍ଶ ଭଳି ସମସ୍ଯା ମୂଳରୁ ଶେଷ ହୋଇଯିବ ।
ଯେଉଁ ଲୋକମାନେ ଅର୍ଶ (piles)ଭଳି ସମସ୍ୟାରେ ପୀଡିତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଉପଚାର ବହୁତ ଲାଭକାରୀ ଅଟେ । ଏଥିପାଇଁ ଆପଣଙ୍କୁ କଲରା (Bitter melon)ଓ ଚିନି (sugar)ର ଆବଶ୍ୟକତା ରହିଛି । ତେବେ ଆପଣ ପ୍ରଥମେ ଗୋଟେ କଲରା (Bitter melon) ନେଇ ତାର ଚୋପାକୁ ଭଲଭାବରେ କାଢି ଦିଅନ୍ତୁ । ଏହାପରେ ହିଁ ତାକୁ ଛୋଟ ଛୋଟ କାଟି ଏହାର ରସ ପ୍ରସ୍ତୁତ କରନ୍ତୁ । ଏହାକୁ ସେବନ କରିବା ପୂର୍ବରୁ ଗୋଟେ ଚାମୋଚ କଲରା ରସ (Bitter melon) ନେଇ ସେଥିରେ ଅଳ୍ପ ଚିନି ମିଶାଇ ତାକୁ ସକାଳେ ଓ ରାତିରେ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଶ (piles) ରୋଗରୁ ମୁକ୍ତି ମିଳି ଯିବ । ଏଭଳି ଆପଣ ଦୁଇ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ, ଆପଣ ନିଶ୍ଚିତ ଭାବରେ ସୁଫଳ ପାଇବେ ।
ଆଉ ଏକ ଉପାୟ ହେଉଛି, ଲାଜକୁଳୀ ପତ୍ର ଯାହା ବଣ ବା ଆପଣଙ୍କ ଘର ପାଖରେ ମିଳିପାରେ । ଲାଜକୁଳୀ ଗଛର ଆୟୁର୍ବେଦିକ ଅନୁସାରେ ବିଶେଷ ମହତ୍ଵ ରହିଛି । ଏହାର ପତ୍ରକୁ ଛୁଇଁ ଦେଲେ ଏହା ମଉଳି ଯାଏ ଯାହା ପାଇଁ ଏହାର ନାମ ଲାଜକୁଳୀ ଗଛ ରହିଛି ।
ଏହାପରେ ଏକ କପ କଞ୍ଚା ଗାଈ କ୍ଷୀରର ମଧ୍ଯ ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ । ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ (piles) ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ ।
ପ୍ରକାଶ ଥାଉ ଯେ,ଅର୍ଶ (piles)ହେବାର ବିଭିନ୍ନ ପ୍ରକାର କାରଣ ହୋଇପାରେ । କିନ୍ତୁ ମୁଖ୍ୟତଃ ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ (piles)ଭଳି ସମସ୍ୟା ହୋଇଥାଏ।ତେଲମସଲା ଯୁକ୍ତ ଖାଦ୍ୟ ଏବଂ ଚର୍ବି ଯୁକ୍ତ ଖାଦ୍ୟ ଅଧିକ ମାଂସ ଖାଇବା ଦ୍ବାରା ମଧ୍ୟ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ । ଥରେ ଯଦି ଆପଣଙ୍କର ଅର୍ଶ (piles) ଭଳି ସମସ୍ୟା ଆରମ୍ଭ ହୋଇଯାଏ ତେବେ ଆପଣଙ୍କୁ ଔଷଧ ଓ ଚିକିତ୍ସାର ଆବଶ୍ୟକ ପଡିଥାଏ ।
ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ ହଳଦୀ କ୍ଷୀର,ଜାଣନ୍ତୁ...
ହଳଦୀ (Turmeric)ର ପ୍ରଭାବ ହିଁ ଗରମ ହୋଇଥାଏ, ଏହି କାରଣରୁ ଏହାର ସେବନ ପାଇଲ୍ସରେ ଆକ୍ରାନ୍ତ ଥିବା ଲୋକଙ୍କୁ କରିବା ଉଚିତ ନୁହେଁ । ଏହା ବ୍ୟତୀତ ରକ୍ତସ୍ରାବ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ ଏହି କାରଣରୁ ନାକରୁ ରକ୍ତ ବୋହିବାର ଆଶଙ୍କା ଅଧିକ ବଢ଼ିପାରେ ।
ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
Share your comments