1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ, ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ ।

Sudesna Nayak
Sudesna Nayak
mandia finger millet health benefits

mandia finger millet health benefits

ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ । ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ । ଜାଣନ୍ତୁ ଜାଣିବା ଏହା ବିଷୟରେ...

୧.ହୃଦ୍ ଜନିନ ସମସ୍ୟାରୁ ରକ୍ଷା କରେ ମାଣ୍ଡିଆ (finger millet)।
୨.ମଧୁମେହ (diabetes) ରୋଗରୁ ମୁକ୍ତି ଦିଏ ମାଣ୍ଡିଆ (finger millet)।
୩.ମାଣ୍ଡିଆ (finger millet)ରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଦାନ୍ତକୁ ମଜବୁତ୍ ରଖିବାରେ ସାହାର୍ଯ୍ୟ କରେ ।
୪.ଶରିରରେ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରେ ମାଣ୍ଡିଆ (finger millet)।
୫. ମାଣ୍ଡିଆ (finger millet)ରେ କ୍ୟାଲସିୟମ ସାଙ୍ଗକୁ ଆଇରନ୍ ରହିଥିବାରୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ ହୋଇଥାଏ ।
୬.ଚର୍ମ ଏବଂ କେଶକୁ ମଧ୍ୟ ସୁସ୍ଥ ରଖେ ମାଣ୍ଡିଆ (finger millet)।
୭.ମୋଟାପଣ କମାଇବାରେ ସାହାର୍ଯ୍ୟ କରେ ମାଣ୍ଡିଆ (finger millet)।

ସୂଚନା ଅନୁଯାୟୀ, ଓଡ଼ିଶା (ODISHA)ର ପ୍ରତି ଘରେ ମାଣ୍ଡିଆ (finger millet) ପହଞ୍ଚାଇବା ଓ ଏହାରି ମଧ୍ୟରେ ମହିଳାଙ୍କୁ ସଶକ୍ତକରିବା ପାଇଁ ମିଲେଟ ଦିବସର ପରିକଳ୍ପନା କରାଯାଇଥିଲା । ମାଣ୍ଡିଆ ବା ମିଲେଟ ( mandia or millets ) ଗାଁ ଗାଁରେ ମହିଳାଙ୍କୁ ସଶକ୍ତ କରୁଛି, ଆର୍ଥିକ ସ୍ୱାଧିନତା ସହିତ ଓ ସ୍ୱାବଲମ୍ବୀ କରୁଛି ଏଥିରେ କୌଣସି ସନ୍ଦେହ ନାହିଁ । ଏହାଛଡା, ୨୦୧୭ରୁ ରାଜ୍ୟ ସରକାର ଓଡିଶା ମିଲେଟ ମିଶନ ଆରମ୍ଭ କରି ଛୋଟ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ କରି ମାଣ୍ଡିଆକୁ ପୁଣିଥରେ ଚାଷ କ୍ଷେତ ଆଣିବାରେ ସହାୟକ ହୋଇଛନ୍ତି ।

ଏଥିସହିତ ମିଲେଟ (millets )ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ମଧ୍ୟ ଦେଉଛନ୍ତି । ଯଦି ଚାଷୀ ନିଜର ଧାନ ଚାଷରୁ ମିଲେଟ ଚାଷକୁ ସ୍ଥାନାନ୍ତର କରିବ ତେବେ ତାକୁ ପ୍ରତି ହେକ୍ଟର ପିଛା ୯୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

ପ୍ରକାଶ ଥାଉ ଯେ, ରକ୍ଷା କବଜ ମାଣ୍ଡିଆ (finger millet)କୁ ବିଭିନ୍ନ ଉପାୟରେ ଆପଣ ନେଇପାରିବେ ଏବଂ ମାଣ୍ଡିଆ (finger millet)ର ଚାହିଦା ଦିନକୁ ଦିନ ବଢୁଛି ଓ ବିକ୍ରି ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାଫେ ଓ ଷ୍ଟଲରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି । ମାଣ୍ଡିଆ ଲଡୁ, ମାଣ୍ଡିଆ ରେ ପ୍ରସ୍ତୁତି କେକ୍ , ମାଣ୍ଡିଆ ଜାଉଁ ବିଭିନ୍ନ ପ୍ରକାରର ମାଣ୍ଡିଆ (finger millet)ଜାତ ଦ୍ରବ୍ୟ ମିଳୁଛି । ଏହା ବ୍ୟତୀତ ଆପଣ ଗହମ ରୁଟି ବଦଳରେ ମାଣ୍ଡିଆ (finger millet)ପ୍ରସ୍ତୁତ ରୁଟି ମଧ୍ୟ ପାଇପାରିବେ।

ଫେସ୍ ଗ୍ଲୋ ପାଇଁ ଉପକାରୀ ମାଣ୍ଡିଆ (millet)

ପ୍ରଥମେ ଦହିରେ ମାଣ୍ଡିଆ (millet)ପକାଇ ଅଳ୍ପ ସମୟ ପାଇଁ ଭିଜେଇକି ରଖନ୍ତୁ । ଯେତେବେଳେ ମାଣ୍ଡିଆ (millet)ହାଲୁକା ନରମ ହୋଇଯିବ, ତ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ହାଲୁକା ହାତରେ ସ୍କ୍ରବ୍‌ କରନ୍ତୁ । ଏହାର ପାଖାପାଖି ୧୫ରୁ ୨୦ ମିନିଟ୍‌ ପରେ ନିଜ ଚେହେରା ସଫା କରି ନିଅନ୍ତୁ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଆପଣଙ୍କ ଖାଦ୍ୟରେ ଲୁଚିଛି ବିଷ! ଜାଣନ୍ତୁ କ'ଣ ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments