
healthy mandia food GOOD FOR HEALTH
ମାଣ୍ତିଆ (mandia) ଏକ କ୍ଷୁଦ୍ର ଜାତୀୟ ଶସ୍ୟ । ଶୀତଦିନରେ ଏହା ଖାଇଲେ ଏହାର ଅଧିକ ପ୍ରଭାବ ରହିଥାଏ । ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା, କିନ୍ତୁ ଏବେ ଏହାକୁ ବିଦେଶର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ । କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ସାଧାରଣତଃ ମାଣ୍ଡିଆରେ ଆପଣ ଖିରି ପ୍ରସ୍ତୁତ କରି ଖାଇଥିବେ । ମାତ୍ର ମାଣ୍ଡିଆରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ତଥା ପିଜା, ସ୍ୟାଣ୍ଡଓ୍ୱିଚ, ମାଲପୁଆ, ଜିଲାପି, କୁକିଜ୍ କେକ୍, ଲଡୁ, ପିଠା ଭଳି ଖାଦ୍ୟ ବି ପ୍ରସ୍ତୁତ କରାଯାଇପାରେ ଏହା ଆପଣ କଳ୍ପନା ବି କରିନଥିବେ ।
କିନ୍ତୁ ଆପଣମାନେ ଜାଣିଛନ୍ତି, ଏବେ ମାଣ୍ଡିଆ (mandia)ରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଲୋକ ବିଭିନ୍ନ ଫୁଡ୍ ବନାଉଛନ୍ତି । ଏହି ମାଣ୍ଡିଆ (mandia)ରୁ ପ୍ରସ୍ତୁତ ଖାଦ୍ଯ ଖାଇବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି । ଏଥିସହିତ ପୁରୁଷ ଅପେକ୍ଷା ମହିଳା ମାନେ ଏହି ଖାଦ୍ୟ ପ୍ରତି ବିଶେଷ ଆକର୍ଷିତ ହେଇଥିବାର ହିଁ ଦେଖିବାକୁ ମିଳିଛି । ସେମାନଙ୍କୁ ରୋଜଗାର କରିବାର ସୁବିଧା ମଧ୍ଯ ଦେଉଛି ମାଣ୍ତିଆ ।
ମାଣ୍ଡିଆ (mandia)ରୁଟିରେ ଗ୍ଲୁଟେନ ଫ୍ରି ହେବା ସହିତ ଫାଇବର, ମାଗ୍ନେସିୟମ ଭଳି ଭିଟାମିନ ରହିଥାଏ । ଯାହା ଶରୀରକୁ ମୋଟା ହେବାରୁ ରକ୍ଷା କରିଥାଏ ।
ସାଧାରଣତଃ ମାଣ୍ଡିଆ (mandia)ରୁ ପ୍ରସ୍ତୁତ ଲଡ଼ୁ ବୟସ୍କଙ୍କଠୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ବେସନ ଓ ମଇଦାରେ ତିଆରି ଲଡ଼ୁ ଆମ ସ୍ୱାସ୍ଥ୍ୟ ପକ୍ଷେ ସେତେଟା ହିତକାରକ ହୋଇ ନଥାଏ । ମାତ୍ର ମାଣ୍ଡିଆ (mandia)ରେ ତିଆରି ଲଡୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।
ମାଣ୍ଡିଆ (millet)ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍ କରିବାରେ ବି ଏହା ବହୁତ ଭଲ ହୋଇଥାଏ । ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ ।
ପ୍ରକାଶ ଥାଉ ଯେ, ଧୀରେ ଧୀରେ ଲୋକମାନଙ୍କର ମାଣ୍ଡିଆ ପ୍ରତି ଚାହିଦା ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ବିପଣନ ଏବଂ ଚାଷ ବୃଦ୍ଧି ନିମନ୍ତେ ସୁବ୍ୟବସ୍ଥା କରିଛନ୍ତି । ଏହି ଫସଲକୁ ଭାରତର ଅନେକ ସ୍ଥାନରେ କରାଯାଇଥାଏ । ଏହି ଫସଲ ପାଇଁ ବେଶି ପାଣି ଲୋଡା ହୁଏ ନାହିଁ ଓ ଏହା ଢିପ ଜମିରେ ଓ ପର୍ବତର ଢାଲୁ ଦେଶରେ ଉତ୍ପାଦିତ କରାଯାଏ । ଏଥିସହିତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ (UN)।
Share your comments