1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ସୁଜି

Tanushree Mahapatra
Tanushree Mahapatra
Healthy mandia suji

Healthy mandia suji

ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା କିନ୍ତୁ ଏବେ ଏହାକୁ ସହର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି  । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ । କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ଏହା ଯେ କୌଣସି ତେଜରାତି ଦୋକାନ ମାନଙ୍କରୁ ସହଜରେ ମିଳିଯାଉଛି । ଦେଶ ବିଦେଶରେ ପରିଚିତ ହେଲାଣି ମାଣ୍ଡିଆ l 

ତେବେ ମଣ୍ଡିଆରେ ଭରି ରହିଛି ଅନେକ ପ୍ରକାର ଔଷଧୀୟ ଗୁଣ । ମାଣ୍ଡିଆ ରେ ଶୂନ୍ୟ ପ୍ରତିଶତ କୋଲେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି । ଯାହାକୁ ଖାଇଲେ ଶରୀର ସୁସ୍ଥ ରହିବ l

ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ରେ ପ୍ରସ୍ତୁତ ସୁଜି ( mandia suji ) ଯାହା ଶରୀର ପାଇଁ ଖୁବ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ l ମାଣ୍ଡିଆ ରେ ୩୦ ଗୁଣ ଅଧିକ କ୍ୟାଲସିୟମ ରହିଛି ଏବଂ ୪ ଗୁଣ ଅଧିକ ଲୌହସାର ରହିଛି l ଏଠି ସହିତ ମାଣ୍ଡିଆ ରେ ଏଣ୍ଟିଅକ୍ସିଡେଣ୍ଟ , ଫାଇବର , ମିଲେରାଲସ ଅଧିକ ରହିଛି l ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ସୁଜି ପାଇଁ କଣ କଣ ଆବଶ୍ୟକ –

୧)ମାଣ୍ଡିଆ ଚୁନା

୨)ପାଚିଲା କଦଳୀ ୨ ଟି

୩) ତାଳ ଗୁଡା ମିଶ୍ରି କିମ୍ବା ଚିନି

୪)କ୍ଷୀର ୨୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ - ଏକ ଵଲେଣ୍ଡର ଜାର ରେ କଦଳୀ ଏବଂ ୨ ଚାମଚ ମାଣ୍ଡିଆ ସହିତ ତାଳ ଗୁଡା ମିଶ୍ରି ସହିତ ଏକ ଘଣ୍ଟା ପର୍ଯ୍ୟନ୍ତ ପେସନ୍ତୁ  l ପରେ ଏଥିରେ କ୍ଷୀର ମିଶାନ୍ତୁ l ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ କଦଳୀ ସୁଜି l ଏହାକୁ ପ୍ରସ୍ତୁତ କରିବା ଅତି ସହଜ l ଏହା ପ୍ରସ୍ତୁତ ହେଲା ପରେ ଏହାକୁ ଏକ ଗ୍ଲାସ ବାହାର କରି ପିଅନ୍ତୁ l

ସକାଳ ଲଜଳଖିଆ ରେ ଏହାକୁ ଖାଇଲେ ଅତି ଲାଭଦାୟକ ହୋଇଥାଏ ଏହା ଶରୀର ପାଇଁ l ଏହା ଶରୀର କୁ ଫୁର୍ତ୍ତି ରଖିବା ସହିତ ଦିନ ସାରା ଶରୀର କୁ ସତେଜ ଅନୁଭବ କରାଇଥାଏ l ଛୋଟ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ l ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ ଉପକାରୀ l ଅଧକପାଳୀ ଏବଂ ମୁଣ୍ଡବିନ୍ଧା ହେଉଥିଲେ ଏହାକୁ ସେହି ସମୟ ରେ ଖାଇଲେ ଏହା ଭଲ ହୋଇଥାଏ l ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ l 

ପୋଷାକ ତତ୍ତ୍ୱ ରେ ଭରପୁର "ବାଜରା"

ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News