1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ କିପରି ଘରେ ତିଆରି କରିବେ ମାଣ୍ଡିଆ କେକ୍....

ଆଜି ଆମେ ଆପଣଙ୍କୁ ଏମିତି ଏକ କେକ୍ ସମ୍ପର୍କରେ କହିବୁ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ । ବରଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ମାଣ୍ଡିଆ କେକର ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ । ଯାହାକି ପାଟିକୁ ସୁଆଦିଆ ଲାଗିବା ସହ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିବ ।

Priyambada Rana
Priyambada Rana
Millet Cake Recipe and health Benefits

Millet Cake Recipe and health Benefits

ସାଧାରଣତଃ କେକ୍ ଖାଇବାକୁ ଆମେ ସମସ୍ତେ ଭଲ ପାଆନ୍ତି । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତଙ୍କୁ କେକ୍(Cake) ଖୁବ୍ ପସନ୍ଦ। ଜନ୍ମଦୀନ ପାଳନ ହେଉ କି, ଆନିଭର୍ସରୀ କିମ୍ବା କୌଣସି ଶୁଭଦିନ ସବୁଠି ଖୋଜା ପଡ଼େ କେକ୍ । ତେବେ କେକ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଏହା ସ୍ୱାସ୍ଥ୍ୟ ପାଇଁ ସେତିକି ହାନୀକାରକ ହୋଇଥାଏ । ଅଧିକ ମାତ୍ରାରେ କେକ୍ ଖାଇବା ଦ୍ୱାରା ମେଦ ବହୂଳତା, ହୃଦରୋଗ, ମଧୁମେହ(diabetes), ତ୍ୱଚା ଉପରେ ହାନୀକାରକ ପ୍ରଭାବ ଆଦି ପଡ଼ିଥାଏ ।ତେଣୁ ଇଚ୍ଛାଥିବା ସତ୍ତ୍ୱେ ବି ଲୋକେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେକ୍ ଠାରୁ ନିଜକୁ ଦୂରେଇ ରଖିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କେକ୍ ସମ୍ପର୍କରେ କହିବୁ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ । ବରଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ମାଣ୍ଡିଆ କେକ(Millet Cake)ର ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ । ଯାହାକି ପାଟିକୁ ସୁଆଦିଆ ଲାଗିବା ସହ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିବ । ମାଣ୍ଡିଆ କେକ୍ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ-

୧-ମାଣ୍ଡିଆ

୨-ଗୁଡ଼

୩-ରିଫାଇନ

୪-ବେକିଂ ପାଉଡର

୫-ବେକିଂ ସୋଢ଼ା

୬- କ୍ଷୀର

୭-ଡ୍ରାଏ ଫ୍ରୁଟ୍ସ

କେକ୍ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ ରଖି ସାରିବା ପରେ, ଏବେ ଜାଣିବା କେକ୍ ର ପ୍ରସ୍ତୁତି ପ୍ରଣାଳୀ-

- ପ୍ରଥମେ ଅଧା କପ୍ ଗୁଡ଼କୁ ଏକ ପ୍ୟାନରେ ବସାଇ ଅଳ୍ପ ପାଣି ଦେଇ ତରଳାଇ ଦିଅନ୍ତୁ

- ଗୋଟିଏ କପ୍ ମାଣ୍ଡିଆ ଚୂନା, ଗୋଟେ ଚାମଚ ବେକିଂ ପାଉଡର ଓ ଅଳ୍ପ ଅଳ୍ପ କ୍ଷୀର ଓ ତେଲ ପକାଇ ଭଲ ଭାବେ ଫେଣ୍ଟନ୍ତୁ

-ଏହାକୁ ଭଲ ଭାବେ ଫେଣ୍ଟିବା ପରେ ପୂର୍ବରୁ ରଖାଯାଇଥିବା ଗୁଡ଼କୁ ଏଥିରେ ମିଶାଇ ପୁଣି ଥରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ

-ତା ପରେ ଅଲଗା ଏକ ପ୍ୟାନ ନେଇ ଏହାର ଭିତର ପାର୍ଶ୍ୱରେ ତେଲ ଲଗାଇ ଏଥିରେ ଫେଣ୍ଟା ଯାଇଥିବା ମାଣ୍ଡିଆ ମିଶ୍ରଣକୁ ଢାଳି ଦିଅନ୍ତୁ

-ଉପରେ ପୂର୍ବରୁ କାଟି ରଖିଥିବା ଡ୍ରାଏ ଫ୍ରୁଟ୍ସୁକୁ ପକାଇ ଦିଅନ୍ତୁ

-ଏହା ପରେ ଏକ ପ୍ରେସର କୁକରରେ କିଛି ଲୁଣ ଗରମ କରି ତା ଉପରେ ସେହି ପ୍ୟାନକୁ ରଖି ଦିଅନ୍ତୁ

-ତା ପରେ ସିଟି ନ ଲଗାଇ ଢାଙ୍କୁଣିକୁ ଭଲ ଭାବେ ବନ୍ଦ କରି ୫୦ ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଛାଡ଼ି ଦିଅନ୍ତୁ

ଏହା ପରେ ଗ୍ୟାସକୁ ବନ୍ଦ କରି ପ୍ରେସର କୁକରର ଢାଙ୍କୁଣୀ ଖୋଲି ଦିଅନ୍ତୁ, ଏବେ ତିଆରି ହୋଇଗଲା ହେଲ୍ଦି ଓ ଟେଷ୍ଟି ମାଣ୍ଡିଆ କେକ୍ ।ଖାଆନ୍ତୁ ଏବଂ ଏମିତି ନୂଆ ନୂଆ ଷ୍ଟୋରି ପାଇଁ ଆମକୁ ଫଲୋ କରନ୍ତୁ ।

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments