Health & Lifestyle

ଅଁଳା ଚଟଣି , ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଉପକାରୀ

ଅଁଳା ହେଉଛି ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଉପକାରୀ । ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ମଧ୍ୟ ସେବନ କରି ହେବ । ତେବେ ଶୀତଦିନେ ଏହାର ଚଟଣି ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ । ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

14 December, 2022 11:34 AM IST By: Tanushree Mahapatra

ଅଁଳା ( aamla )  ହେଉଛି ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଉପକାରୀ । ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ମଧ୍ୟ ସେବନ କରି ହେବ । ତେବେ ଶୀତଦିନେ ଏହାର  ଚଟଣି ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ । ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଅଁଳାରେ ଭିଟାମିନ-ସି ପରି ଅନେକ ପ୍ରକାରର ପୋଷକ ତତ୍ତ୍ବ ଭରପୁର ରହିଛି  । ଏହା ଶରୀରରେ ହେଉଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ।

ପ୍ରତ୍ୟେକ ମଣିଷ ଚାହାଁନ୍ତି ସବୁବେଳେ ସୁସ୍ଥ ଓ ସୁନ୍ଦର ରହିବାକୁ । କିନ୍ତୁ ଜଳବାୟୁର ପରିର୍ତ୍ତନ ଯୋଗୁଁ ଅନେକ ସମୟରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଥିବା ଦେଖିବାକୁ ମିଳୁଛି  । ଖାସ୍‌କରି ଶିତ ଦିନରେ ବାୟୂ ପ୍ରଦୂଷଣ ବଢିବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ ମଣିଷ ଜୀବନରେ  । ବିଶେଷଜ୍ଞଙ୍କ ମତ ଅନୁଯାୟୀ , ରୋଗ ବେମାରୀ ଠାରୁ ବଂଚିବା ପାଇଁ ଇମ୍ୟୁନ ସିଷ୍ଟମକୁ ମଜବୁତ୍ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଥିପାଇଁ ଖାଦ୍ୟରେ ଭିଟାମିନ୍‌-ସି ( vitamin- c )  ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । କରୋନା ମହାମାରୀ ସମୟରେ ବାୟୁ ପ୍ରଦୂଷଣରୁ ବଂଚିବା ପାଇଁ ଖାଦ୍ୟରେ ଅଁଳା ସେବନ କରିବା ଅତ୍ୟନ୍ତ ଜରୁରୀ । ଯାହା ଶରୀର କୁ ଲାଭ ପ୍ରଦାନ କରିଥାଏ l

ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ ଯାହା ଅତ୍ୟନ୍ତ ଜରୁରୀ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଆୟୁର୍ବେଦରେ ଅଁଳାକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି ମଧ୍ୟ କୁହାଯାଏ । ବର୍ଷ ବର୍ଷ ଧରି ଅଁଳାକୁ ଆଚାର,ଜୁସ୍ ଏବଂ ଚମନ୍‌ପ୍ରାସ ପରି ଅନେକ ରୂପରେ ସେବନ କରିଥାନ୍ତି ସମସ୍ତେ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଅଁଳା ଖାଆନ୍ତି ସେମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ, ବିଶେଷକରି ଖାଲି ପେଟରେ ସକାଳେ ଅଁଳାକୁ ଖାଇବା ସବୁଠାରୁ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଅଁଳାକୁ କଞ୍ଚା କିମ୍ବା ରସ ଆକାରରେ ସେବନ କରିବା ବିଶେଷ ଲାଭଦାୟକ ବୋଲି ବିଶ୍ୱାସ ରହିଛି ।

ସେହିପରି ଅଁଳାକୁ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଏ । ଏହା ସେବନ କରିବା ଦ୍ୱାରା, ଅନେକ ବେମାରୀରୁ ଏହା ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଇମ୍ୟୁନ ସିଷ୍ଟମ୍ ମଜବୁତ୍ ରହିବା ସହିତ, ବାୟୂ ପ୍ରଦୂଷଣ ଦ୍ୱାରା ହେଉଥିବା ରୋଗ ବେମାରୀରୁ ମୁକ୍ତି ଦେଇଥାଏ । ତେବେ କିପରି କରିବେ ଅଁଳା ଚଟଣି - ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ। ତାପରେ ସେଥିରେ ଅଁଳାକୁ କାଟି ପକାନ୍ତୁ। ତାପରେ ସେଥିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ସାମାନ୍ୟ ଲୁଣ ଓ ଘିଅ ପକାଇ କିଛି ସମୟ ଭାଜନ୍ତୁ। ତାପରେ ପୁଦିନା ପତ୍ର ପକାଇ ୧ମିନିଟ ଭାଜି କାଢି ତାହାକୁ ଥଣ୍ଡା କରି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଁଳା ଚଟଣି।

ଅଁଳା ଜୁସ୍‌, ଅଁଳା ଆଚାର ବା ଅଁଳା ଗୁଣ୍ଡ ସବୁବେଳେ ଉପଲବ୍ଧ ହୋଇଥାଏ ବଜାରରେ  । କିନ୍ତୁ କଞ୍ଚା ଅଁଳା କିଛି ନିର୍ଦ୍ଦିଷ୍ଟ ସମୟରେ ମିଳିଥାଏ । ଶିତ ଦିନରେ ପ୍ରତିଦିନ ଅଁଳା ସେବନ କରିବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ, ଇମ୍ୟୁନ ସିଷ୍ଟମ୍ ମଜବୁତ୍ ରହିଥାଏ । ଏଥିରେ ଭିଟାମିନ୍‌-ସି ଭରପୁର ମାତ୍ରାରେ ରହିଥାଏ । ଏହା ସେବନ କରିବା ଦ୍ୱାରା ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଶିତ ଦିନରେ ବାୟୂ ପ୍ରଦୁଷଣ ହେବା ଦ୍ୱାରା ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ । ଏଥିରେ ଭିଟାମିନ୍‌- ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିବା ସହିତ, ଲିଭର ଦ୍ୱାରା ହେଉଥିବ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ  ।

କଞ୍ଚା ଅଁଳାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗିନଥାଏ । ତେଣୁ ଅଁଳା ଆଚାର, ଚଟଣୀ, ଜୁସ୍ ଏଥିରୁ ପ୍ରସ୍ତୁତ କରି ସେବନ କରି ପାରିବେ ସମସ୍ତେ । ଏହାକୁ ଆଉ ଟିକେ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଲୁଣ ମିଶାଇ ଖାଇପାରିବେ । ପ୍ରତିଦିନ ସକାଳୁ ଖାଲିପେଟରେ ୨ ରୁ ୩ ଟି ଅଁଳା ଖାଇବା ବହୁତ୍ ଉପକାରୀ ହୋଇଥାଏ । କିନ୍ତୁ ପ୍ରତିଦିନ ୨ରୁ ୩ ଟି ଅଁଳାରୁ ଅଧିକ ଖାଇବା ଅନୁଚିତ୍ । ଯାହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ l

ରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଯକୃତର କାର୍ଯ୍ୟକୁ ସଠିକ୍ ରଖିବାରେ ଏହା ମଧ୍ୟ ସହାୟକ ହୋଇଥାଏ । ଅଧ୍ୟୟନ ଅନୁଯାୟୀ, ଅଁଳା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ସ୍ତର କମିଯାଏ ଏବଂ ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଅଁଳା ଖାଇବା ବିଶେଷ ଲାଭଦାୟକ ହୋଇଥାଏ । ଅଁଳାରେ ଅଧିକ ପରିମାଣର କ୍ରୋମିୟମ୍ ଥାଏ ଯାହାକି ରକ୍ତରେ ଶର୍କରା ସ୍ତରରେ ଅନିୟମିତ ସ୍ପାଇକ୍ ରୋକିବାରେ ସାହାଯ୍ୟ କରିଥାଏ । ତାଜା ଅଁଳା ଖାଇବା ଦ୍ୱାରା ଇନସୁଲିନ ସମ୍ବେଦନଶୀଳତାକୁ ବଢାଇଥାଏ ଯାହାଦ୍ୱାରା ଡାଇବେଟିଜ୍ ହେବାର ଆଶଙ୍କା କମିଯାଏ । ଏହା ବ୍ୟତୀତ ଏଥିରେ ଥିବା ପଲିଫେନୋଲ୍ସ ଗୁଡିକ ଶରୀରକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଏବଂ କ୍ରୋନିକ୍ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଘରୋଇ ଉପଚାର ମାଧ୍ୟମରେ ଉଚ୍ଚ ରକ୍ତଚାପକୁ କିପରି ସହଜରେ ନିୟନ୍ତ୍ରଣ କରିବେ?

କଞ୍ଚା ଲଙ୍କା ରୁ ଔଷଧ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)