ଗୁଣରେ ଭରା ବାଇଗଣ !!
ପ୍ରତିଦିନର ରୋଷେଇ ପ୍ରସ୍ତୁତି ନିମନ୍ତେ ପରିବା ମଧ୍ୟରେ ବାଇଗଣକୁ ଆଗ ଖୋଜାଯାଏ l ଭଜା ହେଉ ବା ସନ୍ତୁଳା ବିନା ବାଇଗଣରେ ଏହାର ସ୍ୱାଦ ଠିକ ଲାଗେନି l ତେଲଭାଜି ଦୋକାନର ଗରାମଗରମ ବାଇଗେଣୀର ହେଉ ବା ଘରେ ଦହି ବାଇଗଣ ହେଉ ସବୁଠି ଦରକାର ବାଇଗଣ l ସେଇଥି ପାଇଁ ତ ବର୍ଷ ସାରା ବାଇଗଣର ଦର ଅଧିକ ରହୁଛି l ସବୁଦିନ ବ୍ୟବହାର କରୁଥିବା ବାଇଗଣର ଅନେକ ଲାଭଦାୟକ ଗୁଣ ରହିଛି l ଆମେ ସମସ୍ତେ ଖାଇବାରେ ବାଇଗଣକୁ ବ୍ୟବହାର କରୁଛେ କିନ୍ତୁ ଏ ବିଷୟରେ ଆମର ଧାରଣା ଅଳ୍ପ ରହିଛି l ବାଇଗଣର ଅନେକ ସୁଫଳ ରହିଛି l ଏହି ବାଇଗଣ ବିଷୟରେ ଆସନ୍ତୁ ଆଜି କିଛି ଉପାଦେୟ ତଥ୍ୟ ଆଲୋଚନା କରିବା l