Health & Lifestyle

କ୍ୟାନ୍‌ସର ଓ ଡାଇବେଟିସ୍‌ରୁ ମୁକ୍ତି ଦେବ ଡାଲଚିନି ମିଶା କ୍ଷୀର

ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଡାଲଚିନି । ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି । ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନୋ ସିଷ୍ଟମ୍‌କୁ ମଧ୍ଯ ମଜବୁତ୍‌ କରିଥାଏ ।

28 January, 2022 12:07 PM IST By: Sudesna Nayak

ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଅଛି । ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ । ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି ।

ଡାଲଚିନିର ଗୁଣ୍ଡକୁ କ୍ଷୀରରେ (Cinnamon milk)ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ । ଏବେ ଚାଲନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି ଫାଇଦା ସବୁ ମିଳିଥାଏ...

-ଡାଲ୍‌ଚିନି ଗୁଣ୍ଡକୁ କ୍ଷୀରରେ (Cinnamon milk)ମିଶାଇ ପିଇଲେ କ୍ଷୀରରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବଢ଼ିଯାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ ।

-ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନୋ ସିଷ୍ଟମ୍‌କୁ ମଧ୍ଯ ମଜବୁତ୍‌ କରିଥାଏ ।

-ଗଣ୍ଠି ଦରଜ ଓ ଅସ୍ଥି ଦୁର୍ବଳତାକୁ ଦୂର କରିବା ପାଇଁ କ୍ଷୀରରେ ଗୋଟିଏ ଚାମଚ ଡାଲ୍‌ଚିନି ଗୁଣ୍ଡ ଓ ଗୋଟିଏ ଚାମଚ ମହୁ ପକେଇ ପ୍ରତିଦିନ ପିଅନ୍ତୁ । ଏହା କର୍କଟ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ ।

-ଡାଲଚିନି ମିଶ୍ରିତ କ୍ଷୀରରେ କର୍କଟ ରୋଗ ନିରାକରଣ ଗୁଣ ରହିଛି। ଏହା ପିଇଲେ ଗଳାର ସମସ୍ୟା ତଥା ଗଳା ଦରଜ ଓ ଗଳା ପଡ଼ିଯିବାରୁ ମୁକ୍ତି ମିଳିଥାଏ।

-ଡାଲଚିନି ଗୁଣ୍ଡ ମିଶ୍ରିତ କ୍ଷୀର (Cinnamon milk) ଶରୀର ଓ କେଶର ବିଭିନ୍ନ ସମସ୍ୟାକୁ ସୁଧାରି ଦିଏ ।

-ଡାଇବେଟିସ ଆକ୍ରାନ୍ତମାନଙ୍କ ପାଇଁ ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଇବା ଖୁବ୍ ଲାଭଦାୟକ । ଡାଲଚିନି ମିଶ୍ରିତ କ୍ଷୀର ବ୍ଲଡ୍‌ ସୁଗର ଲେବଲ୍‌କୁ ନିୟନ୍ତ୍ରଣ କରିଥାଏ ।

-ଖାସ କରି ରାତିରେ ଶୋଇବା ପୂର୍ବରୁ ଆପଣ ଗୋଟିଏ କପ ଡାଲଚିନି ଗୁଣ୍ଡ ମିଶ୍ରିତ କ୍ଷୀର ସେବନ କରନ୍ତୁ । ଏହା ଦ୍ୱାରା ଖୁବ୍‌ ଭଲ ନିଦ ହେବ ।

ପ୍ରସ୍ତୁତି ପ୍ରଣାଳୀ,ଜାଣନ୍ତୁ...

ଡାଲଚିନି ଗୁଣ୍ଡ ଓ କ୍ଷୀରର (Cinnamon milk) ମିଶ୍ରଣ ତିଆରି କରିବା ପାଇଁ କ୍ଷୀରକୁ ସିଝାଇ ରଖନ୍ତୁ । ଏଥିରେ ଅଳ୍ପ ଡାଲଚିନି ଗୁଣ୍ଡ ପକାଇ ସିଝାଇ ଦିଅନ୍ତୁ । ତାକୁ ଅଧିକ ସିଝାଇବେନି । ଅଳ୍ପ ମିଠା କରିବା ପାଇଁ ଏଥିରେ ମହୁ ପକାଇ ପାରିବେ । ଏବେ ଏହାକୁ ପିଅନ୍ତୁ ।

ଶୀତଦିନରେ ଖାଆନ୍ତୁ ‘କୋଳଥ ଡାଲି’,ବଡ ବଡ ରୋଗରୁ ମିଳିବ ମୁକ୍ତି

କ୍ଷୀରରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ, ବଢିବ ନାହିଁ ସୁଗାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)