1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ଷୀରରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ, ବଢିବ ନାହିଁ ସୁଗାର

ଯଦି ଆପଣଙ୍କ ରକ୍ତରେ ସୁଗାର ପରିମାଣ ଅଧିକ, ତେବେ ଅନ୍ୟାନ୍ୟ ସମସ୍ୟା ବଢିପାରେ । ଏପରି ପରିସ୍ଥିତିରେ ଆପଣମାନଙ୍କୁ ଏପରି ଜିନିଷ ଖାଇବାକୁ ପଡିବ ଯାହା ଦ୍ୱାରା ସୁଗାର ନିୟନ୍ତ୍ରିତ ଅବସ୍ଥାରେ ରହିବ । ଏହା ସହିତ, ବ୍ୟାୟାମ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ ।

Sudesna Nayak
Sudesna Nayak
people with diabetes drink this thing with milk it will not increase sugar

people with diabetes drink this thing with milk it will not increase sugar

ଯଦି ଆପଣଙ୍କ ରକ୍ତରେ ସୁଗାର ପରିମାଣ ଅଧିକ, ତେବେ ଅନ୍ୟାନ୍ୟ ସମସ୍ୟା ବଢିପାରେ । ଏପରି ପରିସ୍ଥିତିରେ ଆପଣମାନଙ୍କୁ ଏପରି ଜିନିଷ ଖାଇବାକୁ ପଡିବ ଯାହା ଦ୍ୱାରା ସୁଗାର ନିୟନ୍ତ୍ରିତ ଅବସ୍ଥାରେ ରହିବ । ଏହା ସହିତ, ବ୍ୟାୟାମ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ ।

ଯଦି ଆପଣ ଶରୀରରେ ସୁଗାର୍ ଲେବଲ କମ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ସକାଳେ କ୍ଷୀର (Milk) ପିଅନ୍ତୁ । ସୁଗାର ନିୟନ୍ତ୍ରଣ କରିବା ସହିତ ଏହା ଶକ୍ତି ମଧ୍ୟ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଆପଣ କ୍ଷୀରକୁ କିପରି ବ୍ୟବହାର କରିବେ…

ହଳଦୀ କ୍ଷୀର

କୋରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ହଳଦୀ କ୍ଷୀର ପିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ମଧୁମେହର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଇନସୁଲିନର ପରିମାଣକୁ ନିୟନ୍ତ୍ରଣ କରିବା ସହିତ ଏହା ଔଷଧକୁ ମଧ୍ୟ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଦଳଦୀ କ୍ଷୀର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।

ପ୍ରତିଦିନ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ଵାରା ରକ୍ତ ସଫା ହୋଇଥାଏ । ଏହା ସହିତ ଶରୀରରେ ରକ୍ତ ପ୍ରବାହ ବି ସଠିକ ରୂପରେ କାମ କରିଥାଏ ।

ହଳଦି ମିଶ୍ରିତ କ୍ଷୀରର ସେବନ କରିବା ଦ୍ଵାରା ହାଡ ବହୁତ ମଜବୁତ ହୋଇଥାଏ । ଏମିତିରେ ଗଣ୍ଠି ଓ ଶରୀରରେ ହେଉଥିବା ବ୍ୟଥାରୁ ବି ବହୁ ମୁକ୍ତି ମିଳିଥାଏ ।

ଏଥିରେ ଆନ୍ଟି-ଇଂଫ୍ଲେମେଟରୀ, ଆନ୍ଟି-ଅକ୍ସୀଡେଂଟ, ଆନ୍ଟି- ବ୍ୟାକ୍ଟେରିୟଲ ଗୁଣ ଭରପୁର ମାତ୍ରାରେ ମିଳିଥାଏ । ଯାହା ଦ୍ଵାରା ଏହାର ସେବନ କରିବା ଦ୍ଵାରା ରୋଗପ୍ରତିରୋଧକ ଶକ୍ତି ବି ବଢିଥାଏ । ଏହା ସହିତ ଶରୀରରେ ଇନଫେକସନ ଓ ରୋଗ ଗୁଡିକ ବି କମ ହୋଇଥାଏ ।

ଡାଲଚିନ କ୍ଷୀର

ଡାଲଚିନ ସ୍ୱାସ୍ଥ୍ୟ ପାଇଁ ବହୁତ ଉତ୍ତମ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ଭରପୁର ରହିଥାଏ । ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଉଭୟ କ୍ଷୀର ଏବଂ ଡାଲଚିନରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଭିଟାମିନରେ ଭରପୂର ରହିଥାଏ । ଏହା ବ୍ୟତୀତ ବିଟା କାରୋଟିନ୍, ଆଲଫା କାରୋଟିନ୍, ଲାଇକୋପିନ୍ ରହିଥାଏ ଯାହା ସୁଗାର ଲେବଲକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ସଂକ୍ରମଣର ବିପଦକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ବାଦାମ କ୍ଷୀର

ବାଦାମ କ୍ଷୀର ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ସହଜରେ ଘରେ ବାଦାମ କ୍ଷୀର ତିଆରି କରିପାରିବେ । ବାଦାମ କ୍ଷୀରରେ କ୍ୟାଲୋରୀ କମ୍ ରହିଥାଏ ଏବଂ ଭିଟାମିନ୍ ଡି, ଇ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହା ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଅଟେ ଯାହା ଶରୀରରେ ଗ୍ଲୁକୋଜ୍ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ଚାହା ସହ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ; ହୋଇପାରେ ବଡ଼ ଅସୁବିଧା

ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ ଭୋଗିବାକୁ ପଡିବ ବହୁ ସମସ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments