1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ ଭୋଗିବାକୁ ପଡିବ ବହୁ ସମସ୍ୟା

Sudesna Nayak
Sudesna Nayak
Never eat these food in empty stomach

Never eat these food in empty stomach

ସ୍ୱାସ୍ଥ୍ୟ ହିଁ ସମ୍ପଦ । ସନ୍ତୁଳିତ ଖାଦ୍ୟ ଖାଇବା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ । ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସ୍ୱାଭାବିକ । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ସେ ବିଷୟରେ ଧାରଣା ରହିବା ନିହାତି ଜରୁରୀ ।

ଏପରି କିଛି ଫଳ ବା ଖାଦ୍ୟ (Food) ରହିଛି ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ସମସ୍ୟା ହୋଇଥାଏ । ଚାଲନ୍ତୁ ସଂକ୍ଷେପରେ ଏ ବିଷୟରେ ଜାଣିବା ।

କନ୍ଦମୂଳ

କନ୍ଦମୂଳ (Sweet potato)ଏକ ଶ୍ୱେତସାର ଜାତୀୟ ଖାଦ୍ୟ । ଏହାକୁ ଶୀତଦିନେ ଖାଇଲେ ଶରୀରକୁ ଉଷ୍ମ ରଖିଥାଏ । କିନ୍ତୁ ମନେରଖନ୍ତୁ ଏହାକୁ ଖାଲି ପେଟରେ ଖାଇଲେ ଏଥିରେ ଥିବା ପେକ୍ଟିନ୍ ନାମକ ତତ୍ତ୍ୱ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ ।

ଖଟାଫଳ

ଖାଲି ପେଟରେ ଖଟା ଯୁକ୍ତ କିଛି ଫଳ ଖାଇବା ଅନୁଚିତ । ଯେପରି ଲେମ୍ବୁ, କମଳା ପରି ଖଟା ଯାତୀୟ ଫଳ ଖାଇବା ଅନୁଚିତ । ଏହାକୁ ଖାଲି ପେଟରେ (Empty stomach)ଖାଇଲେ ଗ୍ୟାସ ସମସ୍ୟା ଦେଖାଯାଏ ।

ମସଲା ଯୁକ୍ତ ଖାଦ୍ୟ

ସାଧରଣତଃ ଆମେମାନେ ମଧ୍ୟାହ୍ନ ଖାଦ୍ୟରେ ମସଲା ଯୁକ୍ତ ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଖାଲିପେଟ ଥିବା ବେଳେ ସକାଳୁ ପ୍ରଥମେ ଜଳଖିଆ ଖାଇବା ସମୟରେ କିଛି ଏପରି ଖାଦ୍ୟ ଖାଇଥାଉ ଯେଉଁଥିରେ ମସଲା ବ୍ୟବହାର ହୋଇଥାଏ । ଫଳରେ ଗ୍ୟାସ ସମସ୍ୟା ଦେଖାଦେବା ସହ ଛାତି ଜଳାପୋଡା ହୋଇଥାଏ ।

ସୋଡା

ସୋଡା କାର୍ବୋନାଟ୍ ଏସିଡରେ ଭରପୂର । ଖାଲି ପେଟରେ (Empty stomach)ସୋଡା ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହୋଇପାରେ ।

ଟମାଟୋ

ଟମାଟୋ (Tomato)କୁ ଉଭୟ ସାଲାଡ ଏବଂ ପନିପରିବା ଭାବରେ ଖାଇବା ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଖାଲି ପେଟରେ ଟମାଟୋ ଖାଇବା ଦ୍ୱାରା ଏସିଡିଟି ହୋଇଥାଏ ।

କଦଳୀ

ଅନେକ ସକାଳ ଖାଇବା ସମୟରେ କିଛି ଫଳ ଖାଇବାକୁ ଭଲ ପାଆନ୍ତି । ହେଲେ ଏଥିରେ କେବେହେଲେ କଦଳୀ (Banana)କୁ ସାମିଲ କରନ୍ତ ନାହିଁ । ଯଦିଓ ଏହାକୁ ଓଜନ ବଢାଇବା ପାଇଁ ଖାଇବାକୁ ପସନ୍ଦ କରନ୍ତି । ହେଲେ ଏହାକୁ ଖାଲି ପେଟରେ ଖାଇଲେ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ । ବରଂ ଏହାକୁ ଖାଦ୍ୟ ଖାଇବା ପରେ ହିଁ ଖାଆନ୍ତୁ , ଫଳରେ ଏହା ଶରୀର ଉପରେ ଭଲ ପ୍ରଭାବ ପକାଇବ ।

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି ଫୁଲରେ ପ୍ରସ୍ତୁତ କାଢା...

କରୋନାରୁ ରକ୍ଷା ପାଇବାକୁ ଚାହୁଁଥିଲେ ପିଅନ୍ତୁ ଲବଙ୍ଗ ପାଣି, ଦେଖିବେ କମାଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News