1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି ଫୁଲରେ ପ୍ରସ୍ତୁତ କାଢା...

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି । କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି । ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍‌ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ ହୋଇଥାଏ ।

Sudesna Nayak
Sudesna Nayak
how to make harsingar parijata kadha know benefits

how to make harsingar parijata kadha know benefits

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି । କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି । ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍‌ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ ହୋଇଥାଏ ।

ତାହେଲେ ଚାଲନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ,ଜାଣନ୍ତୁ...

  • ୧୦୦ ଗ୍ରାମ୍‌ ଗଙ୍ଗଶିଉଳି ଫୁଲ ଓ ପତ୍ର
  • ୪ ଗ୍ରାମ୍‌ ଚୂନ (ପାନରେ ଲଗା ଯାଉଥିବା ଚୂନ)
  • ୧ ଲିଟର ପାଣି
  • ଲେମ୍ୱୁ ରସ
  • ଗୁଡ଼ କିମ୍ୱା ମହୁ

ପ୍ରସ୍ତୁତି ପ୍ରଣାଳୀ, ଜାଣନ୍ତୁ...

ଗଙ୍ଗଶିଉଳି ଫୁଲ ଓ ପତ୍ରକୁ ଧୋଇ ଭଲ ଭାବରେ ହିଁ ଶୁଖାଇ ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଚାହୁଁଥିଲେ, ମଝିରେ ମଝିରେ ଖରାରେ ଶୁଖାନ୍ତୁ । ଏହା ପରେ ଯେବେ ବି କାଢ଼ା ତିଆରି କରିବାକୁ ଚାହୁଁଛନ୍ତି, ଗରମ ପାଣିରେ ଏହି ଗୁଣ୍ଡକୁ ପକାଇ ଫୁଟାନ୍ତୁ ।

ମନେ ରଖନ୍ତୁ କି, ୧ ଲିଟର ପାଣିରେ ଗଙ୍ଗଶିଉଳି ପତ୍ର ଓ ଫୁଲ ଗୁଣ୍ଡକୁ ପକାଇ ଅଳ୍ପ ଆଞ୍ଚରେ ଫୁଟାଇବେ । ଏହି ପାଣି ଫୁଟି କରି ଗୋଟିଏ କପ୍ ହୋଇଗଲେ ଆଞ୍ଚରୁ ଓହ୍ଲାଇ ଆଣିବେ । ପରେ ଏହି ମିଶ୍ରଣକୁ ଛାଣି ଏଥିରେ ଚୂନ, ଲେମ୍ବୁ ରସ ଓ ମହୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ଉଷୁମ ଉଷୁମ ପିଅନ୍ତୁ ।

ଗଙ୍ଗଶିଉଳି ପତ୍ରରେ ପ୍ରସ୍ତୁତ କାଢ଼ାର ଉପକାରିତା, ଜାଣନ୍ତୁ...

ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ରହିଛି, ତା ହେଲେ ଏହି କାଢ଼ାକୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଣ୍ଡରେ ଲଗାନ୍ତୁ । ଏହିପରି ଭାବରେ ୨୧ ଦିନ ଲଗାନ୍ତୁ । ଦେଖିବେ କେଶ ଝଡ଼ିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ।

ଡେଙ୍ଗୁ, ମ୍ୟାଲେରିଆ ପରି ଜ୍ୱର ଓ ଚିକେନ୍‌ଗୁନିଆ ରୋଗକୁ ଭଲ କରିବା ପାଇଁ ଗଙ୍ଗଶିଉଳି କାଢ଼ା ବେଶ ଲାଭଦାୟକ ହୋଇଥାଏ ।

ଛୋଟ ଛୁଆଙ୍କର କୃମି ସମସ୍ୟା ଥିଲେ, ସକାଳେ, ଦ୍ୱିପ୍ରହରରେ ଓ ସନ୍ଧ୍ୟାରେ ସେମାନଙ୍କୁ ଗୋଟିଏ ଚାମଚ ଲେଖାଏ କାଢ଼ା ଦିଅନ୍ତୁ । ଏହାଦ୍ୱାରା ଛୁଆଙ୍କ ପେଟରୁ କୃମି ସଫା ହୋଇଯିବ ।

ଧ୍ୟାନରେ ରଖନ୍ତୁ କି...ଏହି ସମସ୍ତ ଆୟୁର୍ବେଦିକ ଚିକିତ୍ସା ଅନୁସରଣ କରିବା ପୂର୍ବରୁ ଆୟୁର୍ବେଦିକ ଡାକ୍ତରମାନଙ୍କ ସହିତ ଅବଶ୍ୟ ପରାମର୍ଶ କରନ୍ତୁ ।

କରୋନାରୁ ରକ୍ଷା ପାଇବାକୁ ଚାହୁଁଥିଲେ ପିଅନ୍ତୁ ଲବଙ୍ଗ ପାଣି, ଦେଖିବେ କମାଲ

କ୍ଷୀରରେ ମିଶେଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କୌଣସି ରୋଗ ପାଖ ମାଡିବନି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments