1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚେହେରା ଓ କେଶରେ ଲଗାନ୍ତୁ ଛେଳି କ୍ଷୀର,ଦେଖନ୍ତୁ ଚମତ୍କାର ଫାଇଦା

ଛେଳି କ୍ଷୀର ସ୍ୱାଦରେ ଏବଂ ବାସ୍ନାରେ ହୁଏତ ଆପଣଙ୍କୁ ଭଲ ଲାଗି ନ ପାରେ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କ୍ଷୀର ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ମାତ୍ରାରେ ନ୍ୟୁଟ୍ରିଶନାଲ୍‌ ଗୁଣ ଏବଂ ଫାଇଦା ରହିଛି । ଏଥିରେ କ୍ୟାଲସିୟମ୍‌ ବହୁତ ରହିଛି, ଯଦ୍ଦ୍ଵାରା ହାଡ଼ ଶକ୍ତ ତଥା ମଜଭୁତ ହୋଇଥାଏ । ଏଥିରେ ଥିବା ପୋଟାସିୟମ୍‌ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ । ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ହୃଦୟଜନିତ ରୋଗକୁ ଦୂର କରିଥାଏ ।

Sudesna Nayak
Sudesna Nayak
Benefits of goat milk for your skin and hair

କଞ୍ଚା କ୍ଷୀର ଆମ ସ୍ବାସ୍ଥ୍ୟ ସହିତ ଚର୍ମ ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଞ୍ଚାରେ ଛେଳି କ୍ଷୀର କେଶରେ ଲଗାଇବା ଫଳରେ ଏହା ସଫ୍ଟ ହେବା ସହିତ ଶାଇନିଂ କରିଥାଏ । ଯଦି ଆପଣ ଏହି କ୍ଷୀରକୁ ତ୍ବଚାରେ ଲଗାଉଛନ୍ତି, ତେବେ କିଛି ଦିନ ମଧ୍ୟରେ ଆପଣଙ୍କ ଚେହେରା ଚାନ୍ଦ ଭଳି ସୁନ୍ଦର ଦେଖାଯିବ ।

ଚେହେରାରେ ଏପରି ଲଗାନ୍ତୁ

୫ରୁ ୬ ଚାମଚ କଞ୍ଚା ଛେଳି କ୍ଷୀରକୁ ଏକ ଗିନାରେ ନିଅନ୍ତୁ । ତୁଳାକୁ କ୍ଷୀରରେ ବୁଡ଼ାଇ ଚେହେରା ଓ ବେକରେ ଲଗାନ୍ତୁ । ଏବେ ଏହି କ୍ଷୀରକୁ ଶୁଖିବାକୁ ଛାଡ଼ି ଦିଅନ୍ତୁ । ଏହାପରେ ଆଉ ଥରେ ଛେଳି କ୍ଷୀରର ଲେୟାର କରି ଲଗାନ୍ତୁ ଓ ହାଲୁକା ଭାବେ ହାତରେ ସର୍କୁଲାର ମୋସନ୍‌ରେ ମାଲିସ୍‌ କରନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ତ୍ବଚା ଛେଳି କ୍ଷୀରକୁ ଅବଶୋଷଣ କରି ନିଏ । ବ୍ଲଡ୍‌ ସର୍କୁଲେସନ୍‌ ବଢ଼ିବା ଦ୍ବାରା ଚର୍ମ ଭିତରୁ ମଜବୁତ ହୋଇଥାଏ । ଏହାଫଳରେ ତ୍ବଚାରୁ ଦାଗ ଦୂର କରିବାରେ ସାହାଯ୍ୟ ମିଳିଥାଏ । ପରେ ଯେଉଁ କ୍ଷୀର ଲଗାଇ ମାଲିସ୍‌ କରାଯାଏ, ସେଥିରେ ଚର୍ମରେ ଜମା ହୋଇଥିବା ଡେଡ୍‌ ସେଲ୍‌ସ ଓ ଡଷ୍ଟ ହଟିବା ସଏେହା ତ୍ବଚାକୁ ମୁଲାୟମ କରିବା କାମ କରେ। ଯେତେବେଳେ ଆପଣ ହାଲୁକା ଭାବେ ହାତରେ କ୍ଷୀରକୁ ନିଜ ସ୍କିନ୍‌କୁ ରଗଡ଼ିବେ, ଏହା ବ୍ଲଡ୍‌ ସର୍କୁଲେସନ ବଢ଼ାଇବା ସହିତ ଡେଡ୍‌ ସ୍କିନ୍‌ ସେଲ୍ସ ହଟିବାରେ ଲାଗିଥାଏ ।

କେଶରେ ଲଗାନ୍ତୁ ଛେଳି କ୍ଷୀର

ଯଦି ଆପଣଙ୍କ କେଶ ବହୁତ ଡ୍ରାଏ ଓ ଡଲ୍‌ ହୋଇଯାଏ ଓ ଅଏଲିଂ କରିବାକୁ ଆପଣଙ୍କ ପାଖରେ ସମୟ ନାହିଁ, ତେବେ ଶାମ୍ପୁ କରିବାର ୧୦ ମିନିଟ୍‌ ପୂର୍ବରୁ ଛେଳିର କଞ୍ଚା କ୍ଷୀର ଲଗାନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ କେଶ କମ୍‌ ଝଡ଼ିଥାଏ ଓ ହେଲ୍‌ଦି ନଜର ଆସିଥାଏ । ଏହା ଶୀଘ୍ର କାମ କରିଥାଏ । କାରଣ ଛେଳି କ୍ଷୀର କେଶ ପାଇଁ ମଏଶ୍ଚରାଇଜର ଭଳି କାମ କରେ ।

କିନ୍ତୁ ଆପଣ ଜାଣନ୍ତି କି, ଛେଳି କ୍ଷୀରରେ ବି ଡେଙ୍ଗୁ ରୋଗ ସହିତ ଲଢ଼ିବା କ୍ଷମତା ରହିଛି । ଡେଙ୍ଗୁ ହେଲେ ଶରୀରରେ ବ୍ଲଡ୍ ପ୍ଲେଟ୍‌ଲେଟ୍ କମିଯାଏ । ଛେଳି କ୍ଷୀରରେ ଥିବା ସେଲେନିୟମ୍ ବ୍ଲଡ୍ ପ୍ଲେଟ୍ଲେଟ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments