1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଲାଭଦାୟକ ପିଜୁଳୀ ଚାଷ !!

ପିଜୁଳୀ ଏହାର ମଧୁରତା ଏବଂ ପୋଷକତତ୍ତ୍ୱ ଯୋଗୁଁ ଅଧିକ ମାତ୍ରାରେ ଆଦୃତ l ତେଣୁ ଏହାକୁ ଗରୀବର ସେଓ କୁହାଯାଏ l

Sugyan Kumar Nayak
Sugyan Kumar Nayak
Guava

Guava

ପିଜୁଳୀ ଏହାର ମଧୁରତା ଏବଂ ପୋଷକତତ୍ତ୍ୱ ଯୋଗୁଁ ଅଧିକ ମାତ୍ରାରେ ଆଦୃତ l ତେଣୁ ଏହାକୁ ଗରୀବର ସେଓ କୁହାଯାଏ l ଯଦିଓ ପିଜୁଳୀକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଏହାକୁ ଏକ ଅର୍ଥକାରୀ ଚାଷ ହିସାବରେ ବହୁତ କମ୍ ଲୋକ ଗ୍ରହଣ କରନ୍ତି ଅନୁଗୁଳ ଜିଲ୍ଲାର ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହୁରା ନିଜର ୧୦ ଏକର ଜମିରେ ଉନ୍ନତ କିସମର ପିଜୁଳୀ ଚାଷ କରିଛନ୍ତି l ପିଜୁଳୀ ଚାଷ ସମ୍ପର୍କରେ ତାଙ୍କର କିଛି ଅନୁଭୂତିକୁ ଆମେ ଆଜି ଉପସ୍ଥାପନ କରୁଛୁ l

ଅନୁଗୁଳ ଜିଲ୍ଲା କହିଲେ ମୁଖ୍ୟତଃ ଗୋଟିଏ ଶିଳ୍ପାଞ୍ଚଳ ଅଟେ l ଏହି ଅଞ୍ଚଳରେ ଅନେକ କଳକାରଖାନା ଗଢ଼ି ଉଠିଛି l ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଯୁକ୍ତ ବେହୁରା ନିଜେ ଗୋଟିଏ ଫାର୍ମ କରିବା ପାଇଁ ମନ ବଳାଇଛନ୍ତି l ଏଥି ନିମନ୍ତେ ସେ କିଛି ଜମି ମଧ୍ୟ ଲିଜ ଆକାରରେ ଆଣିଛନ୍ତି l ତାଙ୍କର ଫାର୍ମ ଶାବଳଭଙ୍ଗା ଅଞ୍ଚଳର ବଳରାମପୁର ଠାରେ ଅବସ୍ଥିତ l ଅନୁଗୁଳ ସହର ଠାରୁ ଏହା ପ୍ରାୟ ୬ କି.ମି. ଦୂରରେ ଅବସ୍ଥିତ l ସେ ୧୦ ଏକର ଜମିରେ ପିଜୁଳୀ ଫାର୍ମରେ ବିଦେଶୀ ଲାଭଦାୟକ କିସମ ପିଜୁଳୀ ଗଛ ସବୁ ଲଗାଇଛନ୍ତି l  ଥାଇ-୭, ତାଇୱାନ ପିଙ୍କ କିସମର ୫ ହଜାର ଗଛ ପିଜୁଳୀ ଗଛ ଲଗାଇଛନ୍ତି l ଏହି କିସମର ଗଛରେ ୬ ମାସ ପରେ ଫଳ ଧରିବା ଆରମ୍ଭ ହୁଏ ଏବଂ ଏହା ଉଚ୍ଚତାରେ ପ୍ରାୟ ୬ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ l ଯାହା ଫଳରେ ହାତରେ ପିଜୁଳୀ ତୋଳାଯାଇପାରିବ l ଏହି କିସମର ପିଜୁଳୀ ବର୍ଷକୁ ତିନି ଥର ଫଳ ହୁଏ l ଗୋଟିଏ ଗଛରୁ ହାରାହାରି ୧୫ ରୁ ୨୦ କି.ଗ୍ରା. ପିଜୁଳୀ ମିଳିଥାଏ l ଶ୍ରୀଯୁକ୍ତ ବେହୁରା କୁହନ୍ତି ଯେ, ପିଜୁଳୀ ଫଳର ଉପର ଚୋପା ବହୁତ ପତଳା ହୋଇଥାଏ l ଯଦି ଅଧିକ ଉଚ୍ଚତାବିଶିଷ୍ଟ ଗଛ ଲଗାଯିବ ତେବେ ଏହାର ଅମଳ କରିବା ବହୁତ କଷ୍ଟକର ହୋଇଯିବ, ବହୁତ ଫଳ ତଳେ ପଡ଼ି ନଷ୍ଟ ହେବ ଏବଂ ବଜାରରେ ବିକ୍ରୀକରିବା କଷ୍ଟକର ହେବ l  

ଭାରତର ସମସ୍ତ ଜଳବାୟୁରେ ପିଜୁଳୀ ଚାଷ କରାଯାଇପାରିବ ବୋଲି ସେ କୁହନ୍ତି l ଏପରିକି ପଥୁରିଆ ଅଞ୍ଚଳରେ ଏହି ଚାଷ କରାଯାଇପାରିବ l ଏଥିରେ କୌଣସି ଅସୁବିଧା ହେବ ନାହିଁ l ପିଜୁଳୀ ଚାଷରେ ଜୈବିକ ଖତ ପ୍ରୟୋଗ ଉପରେ ଶ୍ରୀଯୁକ୍ତ ବେହୁରା ଗୁରୁତ୍ୱ ଦିଅନ୍ତି ଏବଂ ରାସାୟନିକ ସାରର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରନ୍ତି l କାରଣ ରାସାୟନିକ ସାର ପ୍ରୟୋଗରେ ସମୟକ୍ରମେ ଅଧିକ ରୋଗ ହେଉଥିବାର ପ୍ରମାଣ ସେ ପାଇଥିବାର ପ୍ରକାଶ କରନ୍ତି l

ରାସାୟନିକ ସାର ପ୍ରୟୋଗ କରିଲେ ଫଳରେ ବିକୃତି ଦେଖାଯାଏ, ଫଳ ଯାଦୁରା ହୁଏ ଏବଂ ଅପରିପକ୍ଵ ହୋଇ ଖସି ପଡ଼େ l ତେଣୁକରି ଜୈବିକ ଖତ ବା ଗୋବର ଖତ ହିଁ ସର୍ବୋତ୍ତମ ଅଟେ l ପିଜୁଳୀ ଫସଲର ଅନ୍ୟ ଏକ ମୁଖ୍ୟ ଅନିଷ୍ଟକାରୀ କୀଟ ହେଲା ଫ୍ରୁଟ ଫ୍ଲାଏ l ଏହି କୀଟ ପିଜୁଳୀର ଫୁଲ ଅବସ୍ଥାରେ ପ୍ରବେଶ କରି ଏଥିରେ ଅଣ୍ଡା ଦେଇଦିଏ ଏବଂ ଫଳ ବଢିବା ଅନୁସାରେ ଏହା ମଧ୍ୟରେ ଅଣ୍ଡା ବୃଦ୍ଧି ପାଇ ଫଳ ଶୀଘ୍ର ପାଚି ଖସି ପଡ଼େ l ଏହି କୀଟ ମୁଖ୍ୟତଃ ନିକଟବର୍ତ୍ତୀ ଆମ୍ବ ବଗିଚା କିମ୍ବା ଫଳ ବଗିଚାରୁ ଆସିଥାଏ l ଏହାର ସମାଧାନ ନିମନ୍ତେ ଫେରୋମନ ଟ୍ରାପ ବଜାରରେ ଉପଲବ୍ଧ ରହୁଛି କିମ୍ବା ଦେଶୀ ପଦ୍ଧତିରେ ଭିନେଗାର ସହିତ ଗୁଡ଼ ମିଶାଇ ରଖିଦେଲେ ଏହିକୀଟଗୁଡ଼ିକ ଏହା ଦ୍ୱାରା ମରିଯାଆନ୍ତି l ବ୍ୟବସାୟିକଭିତିରେ ପିଜୁଳୀ ଚାଷ କରିବା ପାଇଁ ପିଜୁଳୀଗୁଡ଼ିକୁ ପାକଳ ହୋଇଯିବା ପରେ ତୋଳିବା ଉଚିତ l ଅଧିକ ପାକଳ ଅବସ୍ଥାରେ ତୋଳିଲେ ଏହା ଖୁବ କମ ସମୟରେ ସଢ଼ି ଯିବାର ସମ୍ଭାବନା ରହିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments