Health & Lifestyle

Pumpkin Seed: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଭଲ କରିବ ଭୟଙ୍କର ରୋଗ !

ଏଥିରେ ଥିବା ଜିଙ୍କ ଓ ଭିଟାମିନ୍ ବି ଟେନସନ ଦୂର କରିଥାଏ। ମଧୁମେହ ରୋଗୀମାନେ କଖାରୁ ମଞ୍ଜି ଖାଇବା ଉଚିତ୍ l ଏଥିରେ ଥିବା ଫାଇବର ଟାଇପ୍-୨ ମଧୁମେହ କମାଇବାରେ ସାହାଯ୍ୟ କରେ l

13 September, 2024 5:18 PM IST By: Tanushree Mahapatra

ଶରୀର ସୁସ୍ଥ ରଖିବାକୁ ସମସ୍ତେ ଇଛା କରନ୍ତି l ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇ ଶରୀର ମଧ୍ୟ ଅସୁସ୍ଥ ହେଉଛି l ନୂତନ ଜୀବନଶୈଳୀ ପାଇଁ ଅନେକ ରୋଗ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି l ତେଣୁ ଯୁବପିଢ଼ି ନିଜକୁ ସୁସ୍ଥ ରଖିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି l ବିଭିନ୍ନ ପ୍ରକାର ଜୁସ , ଫଳ , ପନିପରିବା , ମାଣ୍ଡିଆ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି l ସେହିପରି ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବ କଖାରୁ ଭାରତୀୟ ଖାଦ୍ୟ। ଏହା ଖାଇବା ମଧ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ । ପନିପରିବା ଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ ଅନେକ ଖାଦ୍ୟରେ କଖାରୁ ବ୍ୟବହାର ହୋଇଥାଏ। କିଛି ଲୋକ ତରକାରୀ କରିବା ସମୟରେ କଖାରୁ ମଞ୍ଜି ଫିଙ୍ଗି ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ? କଖାରୁ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

କାର୍ଯ୍ୟ କରିବା , ପରିବାର ଓ ଆର୍ଥିକ କ୍ଷେତ୍ରକୁ ନେଇ ଲୋକଙ୍କ ବହୁତ ଚାପ l ଏହି ଚାପରେ ଟେନସନ ଓ ଡିପ୍ରେସନର ପ୍ରଭାବ ଅଧିକ ପଡ଼ିଥାଏ । କଖାରୁ ମଞ୍ଜି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଜିଙ୍କ ଓ ଭିଟାମିନ୍ ବି ଟେନସନ ଦୂର କରିଥାଏ। ମଧୁମେହ ରୋଗୀମାନେ କଖାରୁ ମଞ୍ଜି ଖାଇବା ଉଚିତ୍ l ଏଥିରେ ଥିବା ଫାଇବର ଟାଇପ୍-୨ ମଧୁମେହ କମାଇବାରେ ସାହାଯ୍ୟ କରେ l

କଖାରୁ ମଞ୍ଜି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାର ମଞ୍ଜି ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗ କମିଯାଏ। ଏଥିରେ ଥିବା ‘ଭିଟାମିନ୍ ଇ’ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ରାତିରେ ଶୋଇପାରୁ ଠିକ ଭାବେ ଶୋଇ ପାରୁନାହାନ୍ତି ରାତିରେ ତେବେ ଏହି ମଞ୍ଜି ଖାଇବାରେ ସାମିଲ କରନ୍ତୁ। ଏହା ଅନିଦ୍ରାରେ ଆରାମ ପ୍ରଦାନ କରିଥାଏ । କଖାରୁ ମଞ୍ଜିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି l ଯାହା ଆପଣଙ୍କ କୋଷକୁ ରୋଗ ସୃଷ୍ଟି କରୁଥିବା କ୍ଷତିରୁ ରକ୍ଷା କରିଥାଏ ଏବଂ ଆପଣଙ୍କ ଶରୀରରେ ପ୍ରଦାହକୁ ହ୍ରାସ କରିଥାଏ l ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ l ହୃଦରୋଗ ଭଳି କ୍ରନିକ୍ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ କଖାରୁ ମଞ୍ଜି ।

କଖାରୁ ମଞ୍ଜି ଆଇରନ ଏକ ଉତ୍ତମ ଉତ୍ସ l ଆଇରନ ଶରୀର ପାଇଁ ଏକ ଅତ୍ୟାବଶ୍ୟକ ପୁଷ୍ଟିକର, କାରଣ ଏହା ଶରୀରରେ ହେମୋଗ୍ଲୋବିନ୍ ତିଆରି କରିବାରେ କାମ କରେ l ଯେତେବେଳେ ଶରୀରରେ ଆଇରନ କମ୍ ଥାଏ, ଜଣେ ଥକ୍କା ଏବଂ ଦୁର୍ବଳତା ଅନୁଭବ କରନ୍ତି l ଆଇରନ ଅଭାବରୁ ରକ୍ତହୀନତା ମଧ୍ୟ ହୋଇପାରେ l ବିଶେଷକରି ମହିଳାମାନଙ୍କଠାରେ ରକ୍ତହୀନତା ଅଧିକ ଦେଖାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କଖାରୁ ମଞ୍ଜି ଖାଆନ୍ତି, ତେବେ ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଇରନ ମିଳିବ l ଏହା ରକ୍ତହୀନତାର ଲକ୍ଷଣ ମଧ୍ୟ ହ୍ରାସ କରିବ l

ଅଧିକ ପଢ଼ନ୍ତୁ

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି, ଉପକୃତ ହେବେ ୪.୫ କୋଟି ପରିବାର

ଡ୍ରୋନ୍ କିଣିବା ପାଇଁ ସରକାର ଦେବେ ଆର୍ଥିକ ସହାୟତା, ମାଗଣା ତାଲିମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)