1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସୋରିଷ ତେଲର ଗୁଣ

ସୋରିଷ ଗଛର ମଞ୍ଜିରୁ ସୋରିଷ ତେଲର ସୃଷ୍ଟି l ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ ଆମେ ଉଣା ଅଧିକେ ସୋରିଷ ତେଲର ବ୍ୟବହାର କରୁଛେ l ଭାରତର ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସୋରିଷ ତେଲର ବହୁଳ ବ୍ୟବହାର ଦେଖାଯାଏ l ସୋରିଷ ତେଲର ସ୍ୱାଦ ହିଁ ସ୍ୱତନ୍ତ୍ର l ଖାଦ୍ୟରେ ଏହାର ସ୍ୱାଦ ଟିକେ କଡ଼ା ଲାଗିଲେ ମଧ୍ୟ ଆମେ ସମସ୍ତେ ସେହି ସ୍ୱାଦକୁ ବାରମ୍ବାର ଚାହୁଁ l ଇୟେ ତ ଗଲା ନିତିଦିନିଆ ସାଧାରଣ କଥା l ଏହା ବାଦ ସୋରିଷ ତେଲର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ରହିଛି l ସେସବୁ ବିଷୟରେ ଏଠାରେ ଆମେ ସମ୍ୟକ ଧାରଣା ପ୍ରଦାନ କରିବା l

Sugyan Kumar Nayak
Sugyan Kumar Nayak
Benefits of mustard oil

Benefits of mustard oil

ସୋରିଷ ଗଛର ମଞ୍ଜିରୁ ସୋରିଷ ତେଲର ସୃଷ୍ଟି l ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ ଆମେ ଉଣା ଅଧିକେ ସୋରିଷ ତେଲର ବ୍ୟବହାର କରୁଛେ l ଭାରତର ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସୋରିଷ ତେଲର ବହୁଳ ବ୍ୟବହାର ଦେଖାଯାଏ l ସୋରିଷ ତେଲର ସ୍ୱାଦ ହିଁ ସ୍ୱତନ୍ତ୍ର l ଖାଦ୍ୟରେ ଏହାର ସ୍ୱାଦ ଟିକେ କଡ଼ା ଲାଗିଲେ ମଧ୍ୟ ଆମେ ସମସ୍ତେ ସେହି ସ୍ୱାଦକୁ ବାରମ୍ବାର ଚାହୁଁ l ଇୟେ ତ ଗଲା ନିତିଦିନିଆ ସାଧାରଣ କଥା l ଏହା ବାଦ ସୋରିଷ ତେଲର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ରହିଛି l ସେସବୁ ବିଷୟରେ ଏଠାରେ ଆମେ ସମ୍ୟକ ଧାରଣା ପ୍ରଦାନ କରିବା l

ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଚାର କଲେ ଥଣ୍ଡା, ସର୍ଦ୍ଦି ହେଲେ ଆମେ ଦେହରେ ସୋରିଷ ତେଲ ଲଗାଇଥାଉ l ଛୋଟ ପିଲାମାନଙ୍କର ମାଂସପେଶୀକୁ ଦୃଢ଼ କରିବା ନିମନ୍ତେ ଏବଂ ସେମାନଙ୍କ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ସେମାନଙ୍କ ଶରୀରରେ ସୋରିଷ ତେଲ ମାଲିସ କରାଯାଏ l

ସୋରିଷ ତେଲର କେତେଗୁଡ଼ିଏ ପ୍ରମୁଖ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ହେଉଛି:

ସୋରିଷ ତେଲରେ ମନୋସାଚୁରେଟେଡ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଥାଏ l ଏହା ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ନିତାନ୍ତ ପ୍ରୟୋଜନ ଅଟେ l ଗବେଷଣାରୁ ଜଣାଯାଇଛି ଯେ, ଶରୀରରେ ଏହା ଟ୍ରାଇଗ୍ଲିସେରାଇଡ୍ସ, ରକ୍ତ କୋଲେଷ୍ଟେରଲ, ଏବଂ ରକ୍ତ ଶର୍କରାକୁ ହ୍ରାସ କରେ l ଏହା ଦ୍ୱାରା ହୃଦୟ ଉପରେ ଉତ୍ତମ ପ୍ରଭାବ ପଡ଼େ l

ସୋରିଷ ତେଲରେ ଗ୍ଲୋକୋସିନୋଲେଟସ ରହିଛି l ଏହି ଗ୍ଲୋକୋସିନୋଲେଟସର କ୍ୟାନ୍ସର ବିରୋଧୀ ପ୍ରଭାବ ରହିଛି l ତେଣୁକରି ଖାଦ୍ୟରେ ନିୟମିତ ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା କୋଲରେକ୍ଟାଲ କ୍ୟାନ୍ସର ଏବଂ ଗାଷ୍ଟ୍ରୋଇଣ୍ଟେଷ୍ଟାଇନ କ୍ୟାନ୍ସର ରୋଗରୁ ସୁରକ୍ଷା ମିଳିଥାଏ l

ଘରୋଇ ଭାବରେ ଆମେ ଶୁଦ୍ଧ ସୋରିଷ ତେଲ ବ୍ୟବହାର କରି ଥଣ୍ଡା ଏବଂ ସର୍ଦ୍ଦିରୁ ଆରୋଗ୍ୟ ଲାଭ କରିଥାଉ l ଏହାର ତିକ୍ତ ବାସ୍ନା ଯୋଗୁଁ ଏହା ଥଣ୍ଡାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ନାକ ଏବଂ ଗଳାକୁ ଆରାମ ପ୍ରଦାନ କରିଥାଏ l ଏହି ସମୟରେ ଗୋଟିଏ ଚାମଚ ଗରମ ସୋରିଷ ତେଲରେ ଦୁଇ ତିନୋଟି ରସୁଣ ପାଖୁଡ଼ା ଫୁଟାଇ ପାଦରେ ମାଲିସ କରିଲେ ବିଶେଷ ସୁଫଳ ମିଳିଥାଏ l

ସୋରିଷ ତେଲର ଅନ୍ୟ ଏକ ବିଶେଷ ଗୁଣ ହେଉଛି ଏହା ଶରୀରର ପ୍ରଦାହକୁ ହ୍ରାସ କରେ l ସୋରିଷ ତେଲ ଆର୍ଥ୍ରାଇଟିସର ଲକ୍ଷଣଗୁଡ଼ିକୁ ହ୍ରାସ କରେ l ନ୍ୟୁମୋନିଆ ଏବଂ ବ୍ରୋଙ୍କାଇଟିସ ଦ୍ୱାରା ହେଉଥିବା ପ୍ରଦାହକୁ ସୋରିଷ ତେଲ ହ୍ରାସ କରେ l

ସୋରିଷ ତେଲ ଚର୍ମ ଏବଂ କେଶର ସୁରକ୍ଷା ପ୍ରଦାନ କରେ l ସୋରିଷ ତେଲରେ ଭିଟାମିନ ଇ ରହିଥିବାରୁ ଏହା ଚର୍ମରେ ଭାଙ୍ଗ ପଡ଼ିବାକୁ ହ୍ରାସ କରେ l ସୋରିଷ ତେଲକୁ କେଶରେ ମାଲିସ କରିଲେ ଏହା ମୁଣ୍ଡକୁ ସୁରକ୍ଷା କରିବା ସଙ୍ଗେ ସଙ୍ଗେ କେଶ ଝାଡ଼ିବା ହ୍ରାସ କରେ l ମୁଣ୍ଡରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ରୂପି ହୁଏ ନାହିଁ ଏବଂ ମୁଣ୍ଡରେ କୌଣସି ପ୍ରକାରର କବକଜନିତ ସଂକ୍ରମଣ ହୁଏ ନାହିଁ l

ପରିଶେଷରେ ଗୋଟିଏ କଥା ମାନେ ରଖିବା କଥା ଦରକାର ଯେ, ସୋରିଷ ତେଲ ଶୁଦ୍ଧ ହୋଇଥିବା ଉଚିତ l କେତେକ ସ୍ଥଳରେ କେତେକ ବ୍ୟକ୍ତିଙ୍କର ସୋରିଷ ତେଲ ପ୍ରତି ଆଲର୍ଜି ରହିଥାଏ, ସେ କ୍ଷେତ୍ରରେ ଚର୍ମର ଅଳ୍ପ ଅଂଶରେ ସୋରିଷ ତେଲ ଲଗାଇ 24 ଘଣ୍ଟା ଛାଡ଼ି ଦିଅନ୍ତୁ l ଯଦି ସେହି ସ୍ଥାନ ଲାଲ୍ ଦିଶେ କିମ୍ବା ଜଳା ପୋଡ଼ା ଆରମ୍ଭ ହୁଏ ତେବେ ସୋରିଷ ତେଲ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments