
benefits of onion garlic skin for health
କେବଳ ପରିବା ନୁହେଁ ପରିବା ଚୋପା ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ପରିବା କାଟି ସାରିବା ପରେ ପରିବା ଚୋପାକୁ ନ ଫୋପାଡ଼ି ତାକୁ ନିଜ ବ୍ୟବହାରରେ ଲଗାଇ ପାରିବେ । ପରିବାରୁ ବାହାରୁଥିବା ଚୋପାରେ ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-ଇ ଆଦି ପୋଷକ ତତ୍ୱ ରହିଛି ।
ଏହାକୁ ପଢିଲା ପରେ ଆପଣ କେବେ ହେଲେ ଫୋପାଡିବେନି ରସୁଣ ଓ ପିଆଜ ଚୋପା...
ପିଆଜ ରସୁଣ ହାରାହାରି ସମସ୍ତ ଭାରତୀୟ ରନ୍ଧାଶାଳରେ ସୁପରିଚିତ । ଏହା ବିନା ଯେପରି ବହୁତ ବ୍ୟଞ୍ଜନ ଅସମ୍ପୂର୍ଣ୍ଣ । ବିଶେଷ କରି ଆମିଷ ପ୍ରିୟ ହୋଇଥିଲେ ପିଆଜ ରସୁଣ ଅମୃତ ସଦୃଶ ।ତେବେ ରସୁଣ ଏବଂ ପିଆଜକୁ ଛଡେଇ ରୋଷେଇ କରିଲା ପରେ ଆପଣ ମଧ୍ୟ ଏହାର ଚୋପାକୁ ଫୋପାଡି ଦେଉଥିବେ, ତେଣୁ ନିଶ୍ଚିନ୍ତ ଭାବେ ଜାଣନ୍ତୁ କି ଏହାର କେତେ ଉପକାରିତା ରହିଛି ?
ବୃକ୍ଷ ଲତା ନିଜର ସୁରକ୍ଷା ଲାଗି ନିଜ ଚାରିପାଖେ ଏକ ସୁରକ୍ଷା କବଚ ର ଗଠନ କରିଥାନ୍ତି ଯାହାକୁ ଆପଣ ଚୋପା ଭାବି ଫପାଡ଼ି ଦିଅନ୍ତି । ତେବେ ଏହି ଚୋପା ରେ ବିଶେଷ ଔଷଧୀୟ ତଥ୍ୟ ଏବଂ ଭିଟାମିନ ରହିଛି ଯାହା ଆପଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ।
ପିଆଜ, ରସୁଣ ଚୋପାର ଉପକାରିତା
- କୋଲେଷ୍ଟୋରାଲ୍ କମ୍ କରିବ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା । ଏଥିସହିତ ହୃତ୍ପିଣ୍ଡଜନିତ ସମସ୍ୟାର ବି ସମାଧାନ କରିବ ।
- ପିଆଜର ଚୋପାକୁ ଭାତ ରାନ୍ଧିଲା ବେଳେ ଏଥିରେ ମିଶାନ୍ତୁ । ଏହା ଭାତରେ ଅଧିକ ସ୍ୱାଦ ଏବଂ ଭିଟାମିନ ମିଶାଇଥାଏ ।
- ରସୁଣ ଓ ପିଆଜ ଚୋପାରେ ଆଣ୍ଟିଫଙ୍ଗଲ୍ ତତ୍ୱ ରହିଛି । ପାଦ କିମ୍ବା ହାତରେ କୁଣ୍ଡିଆ, ସଂକ୍ରମଣ ହେଲେ ପିଆଜ ଚୋପା ପାଣିରେ ୧୫ରୁ ୨୦ ମିନିଟ୍ ହାତ, ପାଦ ବୁଡ଼ାଇ ରଖନ୍ତୁ ।
- ଯଦି ଆପଣଙ୍କର ମାଂସପେଶୀ ବିନ୍ଧା ବା ଦରଜ ହେଉଥାଏ ତେବେ କିଛି ପିଆଜ ଚୋପା କୁ ୧୦-୧୨ ମିନିଟ ଧରି ପାଣିରେ ସିଝାଇ ଏହି ପାଣି କୁ ଚା ପରି ଶୋଇବା ପୂବରୁ ପିଅନ୍ତୁ । ଏହା କ୍ଳେଶ ରୁ ଲାଘବ ଦେଇଥାଏ ବୋଲି ଗବେଷଣାରୁ ପ୍ରକାଶ । ମାଂସପେଶୀରେ ଦରଜ୍, ବିନ୍ଧା ହେଉଥିଲେ ପିଆଜ ଚୋପା ଉପଶମ ଦେବ ।
- ସୁପ ପିଇବାକୁ ଭଲ ପାଉଥିଲେ ,ରସୁଣ ଓ ପିଆଜର ଚୋପାରେ ସୁପ ତିଆରି କରନ୍ତୁ ଏବଂ ସୁପ ପ୍ରସ୍ତୁତ ହେଲା ପରେ ଏହାକୁ ଛାଣି କାଢି ଦିଅନ୍ତୁ । ଏହି ସୁପ ଅଧିକ ସ୍ୱାସ୍ଥ୍ୟକର ଏବଂ ଭିଟାମିନ ଯୁକ୍ତ ହୋଇଥାଏ ।
- ପିଆଜ, ରସୁଣ ଚୋପାକୁ ଶୁଖାଇ ଗୁଣ୍ଡ କରି ଖାଦ୍ୟ ସାମଗ୍ରୀରେ ଫ୍ଲେଭର୍ ଭଳି ବ୍ୟବହାର କରନ୍ତୁ । ଫଳରେ ପିଆଜ ଓ ରସୁଣ ଚୋପାରେ ଥିବା ଭିଟାମିନ୍ ଖାଦ୍ୟ ଜରିଆରେ ଆପଣଙ୍କୁ ମିଳିପାରିବ ।
- ନିଦ ସମସ୍ୟା ସମାଧାନ କରିବ ପିଆଜ ଚୋପା ତିଆରି ଚା’ ମସ୍ତିଷ୍କକୁ ଆରାମ ଦିଏ ।
- କୁଣ୍ଡାଇ ପରି ସମସ୍ୟା ଥିଲେ ମଧ୍ୟ ଆପଣ ଏହି ଚୋପା ଦ୍ୱାରା ଉପକୃତ ହେବେ ।
Share your comments