Health & Lifestyle

ଫୋପାଡନ୍ତୁ ନାହିଁ ପିଆଜ ଚୋପା, ଯନ୍ତ୍ରଣା ଭଳି ବଡ ବଡ ରୋଗରୁ ଦିଏ ମୁକ୍ତି

ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପିଆଜ ପରି ଏହାର ଚୋପା ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ପିଆଜ ଚୋପା ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ।

05 February, 2022 2:11 PM IST By: Sudesna Nayak

ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପିଆଜ ପରି ଏହାର ଚୋପା ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ପିଆଜ ଚୋପା ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ପିଆଜ ଚୋପା (Onion peels)କୁ କେମିତି ବ୍ୟବହାର କରାଯାଇପାରିବ ଚାଲନ୍ତୁ ଜାଣିବା ।

ଆଖି ଏବଂ ଚର୍ମ ପାଇଁ ଲାଭଦାୟକ ପିଆଜ ଚୋପା

ଯଦି ଆପଣମାନେ ଚା' ପିଇବାକୁ ଭଲ ପାଆନ୍ତି, ତେବେ ଦିନକୁ ଥରେ ପିଆଜ ଚୋପା ଚା' ପିଇବାକୁ ଭୁଲନ୍ତୁ ନାହିଁ । ଭିଟାମିନ ଏ ସମେତ ଅନେକ ପୁଷ୍ଟିକର ଖାଦ୍ୟ ପିଆଜ ଚୋପାରେ ଥାଏ, ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇପାରେ । ଏହା ବ୍ୟତୀତ, ନିୟମିତ ଭାବେ ପିଆଜ ଚୋପା (Onion peels)ରୁ ପ୍ରସ୍ତୁତ ଚା' ପିଇବା ଦ୍ୱାରା ଚର୍ମର ଶୁଷ୍କତା ଦୂର ହୋଇଥାଏ । ନିୟମିତ ପିଆଜ ଚା' ପିଇବା ଦ୍ୱାରା ଆପଣଙ୍କ ଚର୍ମ ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଏବଂ ଉଜ୍ଜ୍ୱଳ ହୋଇଯିବ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜ ଚୋପା

ପରିବର୍ତ୍ତିତ ଋତୁରେ ଲୋକମାନେ ପ୍ରାୟତଃ କାଶ, ଥଣ୍ଡା ଏବଂ ଭାଇରାଲ୍ ଜ୍ୱରରେ ପଡିଥାନ୍ତି । ଆଉ ଏହି ସମସ୍ୟାରୁ ମୁକ୍ତି କରିବାରେ ମଧ୍ୟ ପିଆଜ ଚୋପା (Onion peels) ବହୁତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ । ପିଆଜ ଚୋପା (Onion peels)ରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ଭାଇରାଲ୍ ରୋଗରୁ ରକ୍ଷା ପାଇବାରେ ମଧ୍ଯ ସାହାଯ୍ୟ କରିଥାଏ ।

କେଶ ବୃଦ୍ଧି କରେ ପିଆଜ ଚୋପା

କେଶ ଝଡିବା ଆଜିର ଏକ ସାଧାରଣ ସମସ୍ୟା ପାଟଲି ଯାଇଛି । ଏପରି ପରିସ୍ଥିତିରେ ପିଆଜ ଚୋପା (Onion peels) ବ୍ୟବହାର କରି ଆପଣ ନିଜ କେଶର ବୃଦ୍ଧି କରି ପାରିବେ । ଏଖିପାଇ ଚୋପାକୁ ପାଣିରେ ଫୁଟାଇ ସେହି ପାଣିରେ କେଶ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା କେଶ ଶୀଘ୍ର ବଢିବା ସହ ଚନ୍ଦାପଣ ଦୂର ହୁଏ । ବାସ୍ତବରେ ପିଆଜ ଏବଂ ଏହାର ସେଲରେ ସଲଫରର ପରିମାଣ ମିଳିଥାଏ, ଯାହା କେଶର ବୃଦ୍ଧିରେ ବହୁ ସହାୟକ ହୋଇଥାଏ । ଏହା ବ୍ୟତୀତ ପିଆଜ ଚୋପା ଠାରୁ ପ୍ରସ୍ତୁତ ଜଳର ନିୟମିତ ବ୍ୟବହାର କେଶକୁ କଳା ଏବଂ ମୋଟା ମଧ୍ଯ କରିଥାଏ ।

କେଶ ସୌନ୍ଦର୍ଯ୍ୟ କରେ ପିଆଜ ଚୋପା

ଯଦି ଆପଣ କେଶକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି, ତେବେ ପିଆଜ ଚୋପା ବ୍ୟବହାର କରି ପ୍ରାକୃତିକ କେଶ ରଙ୍ଗ ପ୍ରସ୍ତୁତ କରିପାରିବେ । ଏଥିପାଇଁ ପିଆଜ ଚୋପା (Onion peels)କୁ ପାଣିରେ ପକାଇ ଏହାକୁ ପ୍ରାୟ ଏକ ଘଣ୍ଟା ଫୁଟାନ୍ତୁ, ଯାହା ପରେ ଥଣ୍ଡା ହେବା ପାଇଁ ରାତିସାରା ଛାଡିଦିଅନ୍ତୁ । ପରଦିନ ସକାଳେ, ସେହି ଜଳକୁ ଫିଲ୍ଟର୍ କରନ୍ତୁ ଏବଂ ଏହାକୁ କେଶ ରଙ୍ଗ ପରି କେଶରେ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ । ଆପଣଙ୍କ କେଶ ସ୍ୱାଭାବିକ ଭାବରେ ଚେରି ଲାଲ ରଙ୍ଗରେ ପରିଣତ ହେବ । ଏହା ବ୍ୟତୀତ, ଯଦି ଆପଣ ଏକ ଗାଢ଼ ରଙ୍ଗ ହେବାକୁ ଚାହୁଁଛନ୍ତି, ତେବେ ପ୍ରତି ସପ୍ତାହରେ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ ।

ଯନ୍ତ୍ରଣାରୁ ମୁକ୍ତି ଦିଏ ପିଆଜ ଚୋପା

ଯଦି ଆପଣମାନଙ୍କ ଗୋଡ ଯନ୍ତ୍ରଣା ଏବଂ ମାଂସପେଶୀ କଷ୍ଟରେ ଅସୁବିଧାରେ ପଡ଼ନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପିଆଜ ଚୋପା (Onion peels) ଠାରୁ ପ୍ରସ୍ତୁତ ଚା ’ ଖାଇପାରିବେ । ଏଥିପାଇଁ ପିଆଜ ଚୋପାକୁ ଗୋଟଏ ଗ୍ଲାସ ପାଣିରେ ୧୫ ମିନିଟ୍ ପାଇଁ ଫୁଟାଇ ଫିଲ୍ଟର୍ କରନ୍ତୁ । ଯଦି ଆପଣ ଚାହାଁନ୍ତି, ପିଆଜ ଚୋପା ଠାରୁ ପ୍ରସ୍ତୁତ ଚା’ର ସ୍ୱାଦକୁ ବଢାଇବା ପାଇଁ ଆପଣ ଟିକେ ମହୁ ମଧ୍ୟ ମିଶାଇ ପାରିବେ । ତେଣୁ ଶୋଇବା ପୂର୍ବରୁ ହିଁ ପ୍ରତିଦିନ ରାତିରେ ପିଆଜ ଚୋପାରୁ ପ୍ରସ୍ତୁତ ଚା’ପିଇବା ଦ୍ୱାରା ଗୋଡରେ ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ମିଳିଥାଏ ।

କୁଣ୍ଡିଆ ରୁ ମୁକ୍ତି ଦିଏ ପିଆଜ ଚୋପା

ପିଆଜ ଚୋପା (Onion peels)ଔଷଧୀୟ ଗୁଣରେ ଭରପୂର । ତେଣୁ ଏହାକୁ କୁଣ୍ଡିଆରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଇପାରେ । ପିଆଜ ଚୋପା (Onion peels) ମଧ୍ୟରେ ଆଣ୍ଟି-ଫଙ୍ଗଲ୍ ଗୁଣ ମିଳିଥାଏ, ଯାହା ଆଥଲେଟ୍ ଫୁଟ୍ଦ ନାମକ ଚର୍ମ ରୋଗରୁ ମୁକ୍ତି କରିବାରେ ଲାଭଦାୟକ ହୋଇପାରେ । ଏଥିପାଇଁ ପିଆଜ ଚୋପାକୁ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ ଏବଂ ଯେତେବେଳେ ପାଣି ଅଧା ରହିଥାଏ, ଏହାକୁ ଥଣ୍ଡା କରି ଏକ ବୋତଲରେ ଭରନ୍ତୁ । ବର୍ତ୍ତମାନ ଏହି ପାଣିକୁ ପ୍ରତିଦିନ ଚର୍ମରେ ଲଗାନ୍ତୁ, କୁଣ୍ଡିଆ ସମସ୍ୟାରୁ ମୁକ୍ତି ଦେବ ।

ସୁସ୍ଥ ନିଦ୍ରା ଦିଏ ପିଆଜ ଚୋପା

ଅନେକ ଥର, ଦିନସାରା କାମ କରିବା ପରେ ମଧ୍ୟ ଜଣେ ବ୍ୟକ୍ତି ରାତିରେ ସୁସ୍ଥ ନିଦ୍ରା ପାଇବାରେ ହିଁ ଅସୁବିଧାର ସମ୍ମୁଖୀନ ହୁଏ । ଯେଉଁ କାରଣରୁ ଚାପ ଏବଂ ଥକାପଣ ଆରମ୍ଭ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଆଜ ଚୋପା (Onion peels)ରେ ପ୍ରସ୍ତୁତ ଚା’ପିଇଲେ ଭଲ ନିଦ ଆସେ । ଆଉ ମସ୍ତିଷ୍କର ମାଂସପେଶୀ ଆରାମ ପାଇଥାଏ । ଆପଣଙ୍କ ଶରୀର, ମନ ଏବଂ ମାଂସପେଶୀର ଆରାମ ପାଇଲେ ଭଲ ଏବଂ ଗଭୀର ନିଦ ହୋଇପାରେ ।

ଖତ ପାଇଁ ଦିଏ ବ୍ୟବହାର ହୁଏ ପିଆଜ ଚୋପା

ଯଦି ଆପଣ ଗାର୍ଡେନିଂ କରିବାକୁ ଭଲ ପାଆନ୍ତି, ତେବେ ନିଶ୍ଚିତ ଭାବରେ ଆପଣ ଗଛ ଗୁଡିକର ଭଲ ଅଭିବୃଦ୍ଧି ପାଇଁ ବଜାରରୁ ସାର କିଣୁଥିବେ । କିନ୍ତୁ ଆପଣ ଚାହିଁଲେ ପିଆଜ ଚୋପା (Onion peels) ବ୍ୟବହାର କରି ଘରେ ପୋଟାସିୟମ ସମୃଦ୍ଧ କମ୍ପୋଷ୍ଟ ପ୍ରସ୍ତୁତ କରିପାରିବେ । ଏହା ସାହାଯ୍ୟରେ ଉଦ୍ଭିଦଗୁଡିକ ଖୁବଶୀଘ୍ର ବଢିବ । ତେଣୁ ପିଆଜ ଚୋପା (Onion peels)କୁ ଅଳିଆଗଦାରେ ପକାଇବା ପରିବର୍ତ୍ତେ ଅଧା ମାଟିରେ ଭର୍ତ୍ତି ଏକ ହାଣ୍ଡିରେ ସଂଗ୍ରହ କରିବା ଆରମ୍ଭ କରନ୍ତୁ ଏବଂ ସମୟ ସମୟରେ ଏଥିରେ ପାଣି ମିଶାନ୍ତୁ । ଏପରି କରିବା ଦ୍ୱାରା କିଛି ଦିନ ମଧ୍ୟରେ ପିଆଜ ଚୋପା ଠାରୁ କମ୍ପୋଷ୍ଟ ପ୍ରସ୍ତୁତ ହେବ, ଯାହାକୁ ଆପଣ ସାର ଭାବରେ ବ୍ୟବହାର କରିପାରିବେ ।

ଖାଦ୍ୟ ଖାଇବା ପରେ କରନ୍ତୁନି ଏହି ୬ଟି କାମ ; ନଚେତ ଭୋଗିବେ ସମସ୍ୟା, ଜାଣନ୍ତୁ...

ଜୀବନ ନେଇପାରେ ଗାଜର, ଜାଣନ୍ତୁ କାରଣ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)