1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜୀବନ ନେଇପାରେ ଗାଜର, ଜାଣନ୍ତୁ କାରଣ...

କିଛି ଲୋକ ଗାଜର ଖାଇବା ଉଚିତ୍ ନୁହେଁ । କାରଣ ଏହା ଲାଭଦାୟକ ହେବା ପରିବର୍ତ୍ତେ, ସେମାନଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।

Sudesna Nayak
Sudesna Nayak
know side effects of Carrot

know side effects of Carrot

କିଛି ଲୋକ ଗାଜର (Carrot)ଖାଇବା ଉଚିତ୍ ନୁହେଁ । କାରଣ ଏହା ଲାଭଦାୟକ ହେବା ପରିବର୍ତ୍ତେ, ସେମାନଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ତେବେ ଚାଲନ୍ତୁ ଜାଣିବା କେଉଁମାନେ ଗାଜର ଖାଇବା ଉଚିତ୍ ନୁହେଁ।

କିଛି ଲୋକ ଗାଜର ପ୍ରତି ଅତ୍ୟଧିକ ସମ୍ବେଦନଶୀଳ । ଗାଜର (Carrot)ଖାଇବା ପରେ ଏମାନ ଶରୀରରେ ଆଲର୍ଜି ହୁଏ । ଏହିପରି ଲୋକମାନଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଚର୍ମରେ ଦାଗ ହୁଏ । ଏହା ସହିତ, ଡାଇରିଆ ମଧ୍ୟ ହୁଏ । ପଲିଥିନରେ ଥିବା ଆଲର୍ଜେନ୍ ଯୋଗୁଁ ଏହିପରି ହିଁ ଆଲର୍ଜି ହୋଇଥାଏ ।

ଗାଜର (Carrot)ରେ ବିଟା କାରୋଟିନ୍ ଅଧିକ ମାତ୍ରାରେ ଥାଏ । ଏହା ଶରୀରରେ ଭିଟାମିନ୍ -ଏରେ ପରିଣତ ହୁଏ । ଅଧିକ ପରିମାଣରେ ଗାଜର ଖାଇବା ଦ୍ୱାରା ଆପଣମାନଙ୍କ ରକ୍ତରେ ବହୁ ପରିମାଣର କାରୋଟିନ୍ ଜମା ହୁଏ, ଯାହା କାରୋଟିନେମିଆ ସୃଷ୍ଟି କରେ । ଫଳରେ ଚର୍ମ ହଳଦିଆ ହୋଇଯାଏ ।

ଗାଜର (Carrot)ରେ ପ୍ରାକୃତିକ ସର୍କରାର ପରିମାଣ ଅଧିକ ଥାଏ । ଏପରି ପରିସ୍ଥିତିରେ, ମଧୁମେହ ରୋଗୀମାନେ ଗାଜରକୁ ଅଧିକ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଅଧିକ ସର୍କରା ଥାଏ । ଗାଜର (Carrot)ରେ ଥିବା ସର୍କରା ଗ୍ଲୁକୋଜରେ ପରିଣତ ହୁଏ ଏବଂ ଏହି କାରଣରୁ ଶରୀରର ସୁଗାର ସ୍ତର ଦ୍ରୁତ ଗତିରେ ବଢିଯାଏ ।

ସ୍ତନ୍ୟପାନ କରାଉଥିବା ମହିଳାମାନେ ଖାଦ୍ୟ ପ୍ରତି ଅତି ଯତ୍ନବାନ ହେବାକୁ ପଡିବ । କାରଣ ମାଆମାନେ ଯାହା ଖାଆନ୍ତି, ତାହା ପିଲାଙ୍କ ପାଖରେ ପହଞ୍ଚେ । ସ୍ତନ୍ୟପାନ କରାଉଥିବା ମାଆମାନେ ଗାଜର ରସ ପିଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଅଧ୍ୟୟନରୁ ଜଣାପଡିଛି ଯେ, ଗାଜର ସ୍ତନ୍ୟପାନର ସ୍ୱାଦକୁ ହିଁ ବଦଳାଇଥାଏ ।

ରିପୋର୍ଟ ଅନୁଯାୟୀ, ଛୋଟ ପିଲାମାନଙ୍କ ପାଇଁ ଗାଜର (Carrot)ଅସୁରକ୍ଷିତ ହୋଇପାରେ । ତେଣୁ, ଛୋଟ ପିଲାମାନଙ୍କୁ ଗାଜର ଖାଇବାକୁ ଦିଆଯିବା ଉଚିତ୍ ନୁହେଁ । ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଗାଜର ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ଖାଲିପେଟରେ ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ, ବଡ ବଡ ରୋଗରୁ ମିଳିବ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ସଢା କଦଳୀ, କ୍ୟାନ୍ସର ରୋଗରୁ ଦିଏ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments