1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଲିପେଟରେ ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ, ବଡ ବଡ ରୋଗରୁ ମିଳିବ ମୁକ୍ତି

ପଇଡ଼ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ଅମ୍ଳ ଭଳି ହଜମ ସମ୍ବନ୍ଧୀୟ ରୋଗ ଦୂର ହୋଇଯାଏ ।

Sudesna Nayak
Sudesna Nayak
drink coconut water with honey in morning get tremendous benefits

drink coconut water with honey in morning get tremendous benefits

ଆପଣ ପଇଡ଼ ପାଣି (Coconut water)ର ଅନେକ ଫାଇଦା ସମ୍ପର୍କରେ ଜାଣିଥିବେ । ପଇଡ଼ ପାଣିରେ ଥିବା ପୋଷକତତ୍ତ୍ବ ବର୍ତ୍ତମାନର ପ୍ରଦୂଷିତ ପରିବେଶରୁ ରକ୍ଷା କରିବାରେ ସାହାଯ୍ୟ କରିବ । କ୍ଷତି ପହଞ୍ଚାଉଥିବର ଜୀବାଣୁଙ୍କଠାରୁ ମଧ୍ୟ ପଇଡ଼ ପାଣି ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତ୍ୟେକ ଦିନ ସକାଳେ ପଇଡ଼ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଶରୀରକୁ ଅନେକ ଫାଇଦା (Tremendous benefits)ମିଳିଥାଏ ।

ପଇଡ଼ ପାଣି (Coconut water)ରେ ମହୁ (Honey)ମିଶାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ଅମ୍ଳ ଭଳି ହଜମ ସମ୍ବନ୍ଧୀୟ ରୋଗ ଦୂର ହୋଇଯାଏ ।

ନିୟମିତ ଭାବେ ପଇଡ଼ ପାଣି ଓ ମହୁ ମିଶାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜ୍‌ବୁତ ହୋଇଥାଏ । ଏହା ଆପଣମାନଙ୍କୁ ଅନେକ ପ୍ରକାରର ରୋଗରୁ ରକ୍ଷା କରେ । ଏଥିରେ ଭିଟାମିନ୍‌ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ଶରୀରେ ବୟସରେ ଛାପ ଦେଖା ଗଲେ ପଇଡା ପାଣି (Coconut water)ସହ ଅଳ୍ପ ପରିମାଣରେ ମହୁ (Honey) ମିଶାଇ ପିଇବା ଭଲ । ଏହା ଚମଡା କୁଞ୍ଚିତ ହେବା ବା ଧୁଡୁ ଧୁଡୁ ହେବା ମୁହଁରେ ଗାର ପଡିବା,ଚୁଟି ଧଳା ହେବା ଆଦିକୁ କମ୍‌ କରିଥାଏ । ଏହା ସହ ଶରୀରରେ କୋଷ ଗୁଡିକୁ ଭଲ ରଖିଥାଏ ।

ଚା ଓ କଫି ପିଇବା ଦରକାର ନାହିଁ ଯଦି ଆପଣ ସ୍ପୃର୍ତ୍ତି ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ ।

ପଇଡା ପାଣି (Coconut water)ସହ ଅଳ୍ପ ପରିମାଣରେ ମହୁ (Honey) ମିଶାଇ ପିଇଲେ ଏହା ସହ ଶର୍କରା ମାତ୍ରା କମ କରିବାରୁ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଭଲ । ଏହା କିଡ୍‌ନୀ ଷ୍ଟୋନକୁ ଭଲ କରିବା ସହ କୋଷ୍ଠବଦ୍ଧତା ବ ଝାଡା ନହେବାକୁ ଭଲ କରି ପେଟ ସଫା ରଖେ ।

ପଇଡ଼ ପାଣି ଓ ମହୁର ମିଶ୍ରଣରେ ହଜମ କ୍ରିୟାରେ ସୁଧାର କରିବାର କ୍ଷମତା ରହିଛି । ଏହାବ୍ୟତୀତ ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରେ । ଏହି ପାନୀୟରେ ଥିବା ଫାଇବର ଅନ୍ତନଳୀରେ ଜମି ରହିଥିବା ମଇଳାକୁ ସହଜରେ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ସଢା କଦଳୀ, କ୍ୟାନ୍ସର ରୋଗରୁ ଦିଏ ମୁକ୍ତି

କ୍ୟାନ୍‌ସର ଓ ଡାଇବେଟିସ୍‌ରୁ ମୁକ୍ତି ଦେବ ଡାଲଚିନି ମିଶା କ୍ଷୀର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments