1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅମୃତଭଣ୍ଡାର ଉପକାରୀତା

୧ ଅମୃତଭଣ୍ଡାରେ ଥିବା ବିଟା-କାରୋଟିନ କ୍ୟାନସର ଭଳି ରୋଗର ସମ୍ଭାବନାକୁ କମାଇପାରେ । ୨ ଅମୃତଭଣ୍ଡାରେ ଥିବା ଭିଟାମିନ k ଶରୀର ମଧ୍ୟରେ କ୍ୟାଲସିୟମ କୁ ଶୋଷଣ କରେ ଓ ଅସ୍ଥିକୁ ଶକ୍ତ କରେ । ୩ ଡାଇବେଟିସ ରୋଗୀଙ୍କ ପାଇଁ ଅମୃତଭଣ୍ଡା ବେଶ ଉପକାରୀ ।

KJ Staff
KJ Staff
Papaya Benefits

Papaya Benefits

୧ ଅମୃତଭଣ୍ଡାରେ ଥିବା ବିଟା-କାରୋଟିନ କ୍ୟାନସର ଭଳି ରୋଗର ସମ୍ଭାବନାକୁ କମାଇପାରେ ।

୨ ଅମୃତଭଣ୍ଡାରେ ଥିବା ଭିଟାମିନ k ଶରୀର ମଧ୍ୟରେ କ୍ୟାଲସିୟମ କୁ ଶୋଷଣ କରେ ଓ ଅସ୍ଥିକୁ ଶକ୍ତ କରେ  ।

୩  ଡାଇବେଟିସ ରୋଗୀଙ୍କ ପାଇଁ ଅମୃତଭଣ୍ଡା ବେଶ ଉପକାରୀ  ।

୪ ଅମୃତଭଣ୍ଡାରେ ଥିବା ଏନଜାଇମ ପାପେନ ପାଚନ କ୍ରିୟାକୁ ବଡାଏ । କୋଷ୍ଟକାଠିନ୍ୟ  ଥିବା ରୋଗୀ ଅମୃତଭଣ୍ଡା ଖାଇଲେ କୋଷ୍ଟକାଠିନ୍ୟ ସମସ୍ୟା ଦୂର ହୁଏ । ପାପେନ ଆମେ ଖାଦ୍ୟାରେ ଖାଉଥିବା ମାସକୁ ମଧ୍ୟ ନରମ କରିବାରେ ସାହାଯ୍ୟ କରେ ।

୫ ଅମୃତଭଣ୍ଡାରେ ଥିବା ଫାଇବାର ପୋଟାସିୟମ ଏବଂ ଅନ୍ୟାନ୍ୟ ଭିଟାମିନ ହୃତଘାତ ସମସ୍ୟା କୁ ଦୂର କରେ ।

୬ ଅମୃତଭଣ୍ଡା ଶରୀରରେ ଘା ବା କିଛି ଜଳାପୋଡା ହେଲେ ତା ସ୍ଥାନକୁ ପୂରଣ କରିବାରେ ବେଶ ଉପଯୋଗୀ । ଏହି କାମ ଅମୃତଭଣ୍ଡାରେ ଥିବା ଏନଜାଇମ ଜାଇମୋପପେନ ଏବଂ ପାପେନ କରିଥାଆନ୍ତି ।

୭ ଅମୃତଭଣ୍ଡାରେ ଥିବା ଭିଟାମିନ A ଚର୍ମ କେଶ ପାଇଁ ବହୁତ ଉପକାରୀ ।

ଅମୃତଭଣ୍ଡାର ଶୋଷଣ ତତ୍ତ :-

୧ ଗୋଟିଏ ମଧ୍ୟମ ଆକାରର ଅମୃତଭଣ୍ଡାରୁ ନିମ୍ନଲିଖିତ ପୋଷଣ ଶରୀରକୁ ମିଳିପାରିବ   ।

ପୋଷଣ                                                             

ମାତ୍ରା

ଶର୍କରା  କାର୍ବୋହାଇଡ୍ରୋଟି

ପୁଷ୍ଟିସାର ପ୍ରୋଟିନ

ଶକ୍ତି

୩୦ ଗ୍ରାମ

୨  ଗ୍ରାମ

୧୨୦ କ୍ୟାଲୋରି

୨ ଏତତ ବ୍ୟତୀତ ଭିଟାମିନ A , ଭିଟାମିନ B ଭିଟାମିନ E ଭିଟାମିନ K ଆଦି ଜୀବସାର ମଧ୍ୟ ଅମୃତଭଣ୍ଡାରୁ ମିଳିଥାଏ । ଯାହା ଶରୀରରୁ ଜୀବସାର ଅଭାବକୁ ଦୂର କରିପାରେ ।

୩ ଅମୃତଭଣ୍ଡାରେ ମଧ୍ୟ ଫାଇଲେଟ ମ୍ୟାଗ୍ନେସିୟମ , କ୍ୟାଲସିୟମ, କପର, ଫାଇବାର ଆଲଫା ଏବଂ ବିଟା କରୋଟିନ ଏବଂ ପଣ୍ଟୋଥୋନିକ ଏସିଡ ରହିଥାଏ । ଏ ଗୁଡିକ ଶରୀର ପାଇଁ ଅତିଆବଶ୍ୟକ ତେଣୁ ଦୈନଦିନ ଆହାରରେ ଅମୃତଭଣ୍ଡା ରହିବା ବାଞ୍ଛନୀୟ ।  

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ