1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅନେକ ଗୁଣରେ ଭରା ସିଉଇଡ୍ସ !!

ସମୁଦ୍ରରେ ଦେଖାଯାଉଥିବା ଅନେକ ଶୈବାଳ ଏବଂ ଦଳଜାତୀୟ ଜଳଜ ଉଦ୍ଭିଦ ଶ୍ରେଣୀରେ ସିଉଇଡ୍ସ ଅନ୍ତର୍ଭୁକ୍ତ l ଏହି ସିଉଇଡ୍ସର ଚାଷ ପ୍ରଣାଳୀକୁ ଭାରତରେ ଧୀରେ ଧୀରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି l ଏହା କରିବା ଦ୍ୱାରା ସମୁଦ୍ରର ପର୍ଯାବରଣ ରକ୍ଷା ହେବା ସଙ୍ଗେ ସଙ୍ଗେ ଜନସାଧାରଣ ଆର୍ଥିକ ଫାଇଦା ହାସଲ କରିପାରୁଛନ୍ତି l ସିଉଇଡ୍ସକୁ ଆମେ ସାଲାଡ, ସୁପ୍, ଏବଂ ଜଳଖିଆରେ ଖାଦ୍ୟ ଭାବରେ ଗ୍ରହଣ କରିପାରିବା l

Sugyan Kumar Nayak
Sugyan Kumar Nayak
Utility of Seaweed

Utility of Seaweed

ସମୁଦ୍ରରେ ଦେଖାଯାଉଥିବା ଅନେକ ଶୈବାଳ ଏବଂ ଦଳଜାତୀୟ ଜଳଜ ଉଦ୍ଭିଦ ଶ୍ରେଣୀରେ ସିଉଇଡ୍ସ ଅନ୍ତର୍ଭୁକ୍ତ l ଏହି ସିଉଇଡ୍ସର ଚାଷ ପ୍ରଣାଳୀକୁ ଭାରତରେ ଧୀରେ ଧୀରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି l ଏହା କରିବା ଦ୍ୱାରା ସମୁଦ୍ରର ପର୍ଯାବରଣ ରକ୍ଷା ହେବା ସଙ୍ଗେ ସଙ୍ଗେ ଜନସାଧାରଣ ଆର୍ଥିକ ଫାଇଦା ହାସଲ କରିପାରୁଛନ୍ତି l ସିଉଇଡ୍ସକୁ ଆମେ ସାଲାଡ, ସୁପ୍, ଏବଂ ଜଳଖିଆରେ ଖାଦ୍ୟ ଭାବରେ ଗ୍ରହଣ କରିପାରିବା l ଆସନ୍ତୁ ଆଜି ଆମେ ଆଲୋଚନା କରିବା ସିଉଇଡ୍ସର କେତେଗୁଡ଼ିଏ ଉପକାରୀ ଗୁଣ l ସିଉଇଡ୍ସର ରଙ୍ଗ ଏବଂ ଆକୃତିକୁ ନେଇ ଏହାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ l ଯଥା, ସବୁଜ ଆଲଜି, ଧୂସର ଆଲଜି, ଲାଲ ଆଲଜି, ଏବଂ ନୀଳ-ସବୁଜ ଆଲଜି l ଏହି ସିଉଇଡ୍ସ ସାଧାରଣତଃ ବଜାରରେ ଶୁଖିଲା ଭାବରେ ଉପଲବ୍ଧ ହୁଏ l ଏହାକୁ ଭଲ ଭାବରେ ଜଳରେ ଭିଜାଇ ଏବଂ ପରିଷ୍କାର କରି ଖାଇବାରେ ବ୍ୟବହାର କରାଯାଇପାରିବ l ବର୍ତ୍ତମାନ ଅନଲାଇନରେ ମଧ୍ୟ ସିଉଇଡ୍ସ ଉପଲବ୍ଧ ହେଉଛି l

ଭୁପୃଷ୍ଠରେ ମିଳୁଥିବା ଉଦ୍ଭିଦଜାତ ସାମଗ୍ରୀ ଠାରୁ ତୁଳନାତ୍ମକ ଭାବରେ ଅଧିକ ମାତ୍ରାରେ ପୋଷକତତ୍ତ୍ୱ ସିଉଇଡ୍ସରୁ ମିଳିଥାଏ l ସିଉଇଡ୍ସରେ ପ୍ରଚୁର ପରିମାଣରେ ଆୟୋଡିନ ରହିଥାଏ l ଏହା ସଙ୍ଗେ ସଙ୍ଗେ କ୍ୟାଲସିୟମ, ଜିଙ୍କ, ଆଇରନ, ମାଗ୍ନେଶୀୟମ, ଫୋଲେଟ, ଏବଂ ସେଲେନିୟମ ରହିଥାଏ l ଶାକାହାରୀମାନଙ୍କ ପାଇଁ ସିଉଇଡ୍ସ ହେଉଛି ଓମେଗା-୩ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ l ସିଉଇଡ୍ସରେ ଓମେଗା-୩   ଡିଏଚଏ ଏବଂ ଇପିଏ ଭଳି ଫ୍ୟାଟି ଏସିଡଗୁଡ଼ିକ ରହିଥାଏ l ସିଉଇଡ୍ସରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ l ଏହି ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ ବିଭିନ୍ନ ଜଟିଳ ରୋଗକୁ ଆରୋଗ୍ୟ କରିବାରେ ଏବଂ ପାଚନ ଶକ୍ତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଆନ୍ତି l

ଶରୀରରେ ଥାଇରଏଡକୁ କ୍ରିୟାଶୀଳ କରିବା ପାଇଁ ଆୟୋଡିନର ଆବଶ୍ୟକତା ରହିଛି l ଏହି ଆୟୋଡିନର ମାତ୍ର ସିଉଇଡ୍ସରେ ଅତ୍ୟଧିକ ପରିମାଣର ରହିଥାଏ l ଯାହା ଫଳରେ ଅଧିକ ପରିମାଣର ସିଉଇଡ୍ସ ଖାଇବା ଦ୍ୱାରା ଏହା ଥାଇରଏଡ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ l ସିଉଇଡ୍ସ ବିଷୟରେ ଆଉ ଏକ ଜରୁରୀ ଜାଣିବା କଥା ହେଉଛି, ଆପଣ ଯେବେ ବି ସିଉଇଡ୍ସ କିଣୁଛନ୍ତି ତାହା ଏକ ପ୍ରସିଦ୍ଧ ଲାଭ କରିଥିବା କମ୍ପାନୀ ଠାରୁ କିଣନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments