1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀର ପାଇଁ ଲାଭଦାୟକ ଜାମୁକୋଳି

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳୀରେ ଭରପୁର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ବ୍ଲାକବେରି, ବା ଡାଇବେଟିକ ବଟି କୁହାଯାଇଥାଏ ।

Sudesna Nayak
Sudesna Nayak
indian blackberry jamun

indian blackberry jamun

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳୀରେ ଭରପୁର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ବ୍ଲାକବେରି, ବା ଡାଇବେଟିକ ବଟି କୁହାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ଶରୀରର ଖୁବ ଉପକାର ହେଇଥାଏ । ବିଭିନ୍ନ ରୋଗରୁ ମଧ୍ୟ ଉପଶମ ମିଳିଥାଏ । ଫଳଗୁଡିକ ଖଟା ମିଠା ହୋଇଥିବାରୁ ପାଟିକୁ ସୁସ୍ଵାଦୁ ଲାଗେ । ପିଲାମାନଙ୍କର ଏହା ଅତି ପ୍ରିୟ । ବହୁମୂତ୍ର ରୋଗ ପାଇଁ ଜାମୁକୋଳି ଔଷଧରୂପେ ବ୍ୟବହାର କରାଯାଏ ।

ଜାମୁକୋଳିରେ ପୃଷ୍ଟିସାର, ଚର୍ବି, ତନ୍ତୁ, ଶ୍ଵେତସାର, କାଲସିୟମ, ଫସଫରସ, ଲୌହ, ଭିଟାମିନ ବି ଓ ସି ଥାଏ । ଜାମୁକୋଳିରେ ଭଲ ସ୍କ୍ୱାସ ହୁଏ । ଜାମୁକୋଳି ଗଛର କାଠରେ ଭଲ ଆସବାସ ତିଆରି ହୁଏ । ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି । ଜାମୁକୋଳିର ମଞ୍ଜିରେ ଗ୍ଲାକୋସାଇଡ, ଜାମ୍ବଲିଂନ ଆଦି ମିଳିଥାଏ। ଯାହା ଆମ ରୋଗର ଚିକିତ୍ସା ପାଇଁ ସାହାର୍ଯ୍ୟ କରିଥାଏ ।

ଜାମୁକୋଳିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ । ତେଣୁ ଜାମୁ ଖାଇବା ଦ୍ୱାରା ତ୍ୱଚା ମଥ୍ୟ ଖିବ ଭଲ ରହିଥାଏ । 

  • ଜାମୁକୋଳିର ମଞ୍ଜିକୁ ଚୁଣ୍ଣ କରି ଖାଇବା ହ୍ୱାରା ରକ୍ତରେ ଅଧିକ ସର୍କରା ମାତ୍ରା ନିୟନ୍ତ୍ରୀତ ହୋଇଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ ।
  • ପୋଟାସୀୟମରେ ଭରପୂର ଥିବାରୁ ଜାମୁକୋଳି ହୃଦୟ କୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । 
  • ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ l ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ l କାଢା ବନାଇବା ପାଇଁ  ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ l ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ l ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ଦୂର ହୋଇଥାଏ  l
  • ଉଚ୍ଚ ରକ୍ତ ଚାପ, ଆଦି ଅନେକ ହୃଦୟ ଜନିତ ରୋଗରୁ ଆମକୁ ମୁକ୍ତି ଦେଇଥାଏ ।
  • ଦାନ୍ତ ଓ ଦାନ୍ତର ମାଢି ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ । ଜାମୁକୋଳିର ପତ୍ରରେ ଆଣ୍ଟି ବାୟୋଟିକ୍ ମିଳିଥାଏ ଯାହା ଆମ ଦାନ୍ତ ର ମାଢି କୁ ମଜବୁତ କରିଥାଏ ।
  • ଏହା କ୍ୟାନ୍ସର, ମୁହଁରେ ଫୁଲଜିବା ବା ଗାଲୁଆ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା ଦେଇଥାଏ ।
  • ଜାମୁକୋଳୀ ଖାଇବା ଦ୍ୱାରା ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ । ଏଥିର ଭରୁପର ମାତ୍ରାରେ ଆଇରନ ଭରି ରହିଥାଏ ।

ସବୁ ଜିନିଷର ସକରାତ୍ମକ ଓ ନକରାତ୍ମକ ଦୁଇ ପ୍ରଭାବ ଦେଖାଯାଏ ତେବେ ଜାମୁକୋଳି ର ମଞ୍ଜି ଓ ପତ୍ର କୁ ଅଧିକ ସେବନ କରିଲେ ରକ୍ତକୁ କମେଇ ଦେଇଥାଏ ଯାହା ସମସ୍ୟା ଆଣିଥାଏ । କୌଣସି ସର୍ଜରୀ ପରେ ଏହାକୁ ସେବନ କରିବା ଉଚିତ ନୁହେଁ । ଏହାକୁ ଖାଲି ପେଟରେ କେବେବି ସେବନ କରିବା ଉଚିତ ନୁହେଁ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments