Health & Lifestyle

ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ?ପ୍ରତିଦିନ ଖାଆନ୍ତୁ ଏହି ୫ଟି ଜିନିଷ

ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଜିନିଷକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ତାହା ବିଷୟରେ ଚାଲନ୍ତୁ ଜାଣିବା...

21 March, 2022 12:25 PM IST By: Sudesna Nayak

ବର୍ତ୍ତମାନ ଉଚ୍ଚ ରକ୍ତଚାପ କିମ୍ବା ହାଇପରଟେନସନ୍‌ର ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ଉଚ୍ଚ ରକ୍ତଚାପର (Blood Pressure) ସମସ୍ୟା ହେଲେ ହୃଦଘାତ, ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢିଥାଏ । ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଜିନିଷକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ତାହା ବିଷୟରେ ଚାଲନ୍ତୁ ଜାଣିବା...

ଟମାଟୋ (Tomato)ଖାଆନ୍ତୁ...

ହୃଦୟ ତଥା ହାର୍ଟକୁ ସୁସ୍ଥ ରଖିବା ପାଇଁ ଟମାଟୋ (Tomato) ଖୁବ୍‌ ଉପକାରୀ ବୋଲି ବିବେଚନା କରାଯାଏ । ୧୦୦ ଗ୍ରାମ ଟମାଟୋରେ ୨୩୭ ମିଲିଗ୍ରାମ ପୋଟାସିୟମ ରହିଥାଏ, ଯାହା ସୋଡିୟମର ନକାରାତ୍ମକ ପ୍ରଭାବ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏଥିସହ, ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ସୋଡିୟମ୍ ଗ୍ରହଣକୁ ହ୍ରାସ କରିଥାଏ। ଯାହା ଟମାଟୋ (Tomato) ଦ୍ବାରା ଶରୀରରୁ ସୁସ୍ଥ ରଖିବାରେ ବହୁତ କିଛି ସାହାଯ୍ୟ କରିଥାଏ ।

କଦଳୀ (Banana)ଖାଆନ୍ତୁ...

କଦଳୀ (Banana)ରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଦଳୀ (Banana) ଆପଣଙ୍କ ଦୈନିକ ଭାବରେ ଖାଇପାରିବେ । କଦଳୀରେ ୨ ପ୍ରତିଶତ କ୍ୟାଲସିୟମ, ୮ ପ୍ରତିଶତ ମ୍ୟାଗ୍ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ରହିଥାଏ ।

ଖଟା ଜାତୀୟ ଫଳ ଖାଆନ୍ତୁ...

କମଳା, ଲେମ୍ବୁ, ଅଙ୍ଗୁର ପରି ଖଟା ଫଳ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ଫଳଗୁଡ଼ିକରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ଯାହା ହୃଦରୋଗର ଆଶଙ୍କାକୁ ହ୍ରାସ କରିବା ସହ ହାର୍ଟକୁ ସୁସ୍ଥ ରଖିବାରେ କାମ କରେ ।

ତରଭୁଜ (Watermelon)ଖାଆନ୍ତୁ...

ତରଭୁଜ (Watermelon) ହେଉଛି ଏକ ଭଲ ଫଳ । ଯାହା ଖାଇବା ଦ୍ବାରା ସତେଜ୍‌ ଅନୁଭବ ହୋଇଥାଏ । ତରଭୂଜରେ ଫାଇବର, ଲାଇକୋପିନ୍, ଭିଟାମିନ୍-ଏ ଏବଂ ପୋଟାସିୟମ୍‌ର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତରଭୁଜ (Watermelon) ରେ ଉପସ୍ଥିତ ଥିବା ଏହି ସମସ୍ତ ପୋଷକ ତତ୍ତ୍ୱ ରକ୍ତଚାପ କମାଇବା ପାଇଁ କାମ କରିଥାଏ । ଏହା ବିଟା-କାରୋଟିନ୍ , ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର ରହିଥାଏ ।

ମାଛ (Fish)ଖାଆନ୍ତୁ...

ପ୍ରୋଟିନର ଏକ ବଡ଼ ଉତ୍ସ ହେଉଛି ମାଛ (Fish)। ମାଛ ଏକ ପୃଷ୍ଟିକର ଖାଦ୍ୟ । ଏହା ଖାଇବା ଦ୍ବାରା ହାର୍ଟକୁ ସୁସ୍ଥ ରଖିଥାଏ । ମାଛ(Fish)ରେ ସୁସ୍ଥ ଚର୍ବି ରହିଥାଏ ଯାହା ରକ୍ତଚାପର ସ୍ତରକୁ ନିୟନ୍ତ୍ରଣରେ ରଖେ ।

ଫଳ ସହ ମିଠା ମିଶାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ,ନଚେତ୍...

ଏହି ସବୁ ତେଲରେ ରାନ୍ଧନ୍ତୁ ନାହିଁ ଖାଦ୍ୟ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)