1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ତେଲରେ ରାନ୍ଧନ୍ତୁ ନାହିଁ ଖାଦ୍ୟ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ଏଠାରେ ଆମେ ଆପଣଙ୍କୁ ପାଞ୍ଚ ପ୍ରକାରର ତେଲ ବିଷୟରେ ହିଁ କହୁଛୁ, ଯାହା ଆପଣଙ୍କର ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇପାରେ । ତେବେ ଆପଣ ସେଗୁଡିକରୁ ଦୂରେଇ ରହିବା ଉଚିତ୍ । ଜାଣନ୍ତୁ...

Sudesna Nayak
Sudesna Nayak
worst oils a high cholesterol patient must avoid

worst oils a high cholesterol patient must avoid

ଯଦି ଆପଣମାନେ ଆପଣଙ୍କର ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତି, ତେବେ ଏହା ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଠାରେ ଆମେ ଆପଣଙ୍କୁ ପାଞ୍ଚ ପ୍ରକାରର ତେଲ (Oil)ବିଷୟରେ ହିଁ କହୁଛୁ, ଯାହା ଆପଣଙ୍କର ଖରାପ କୋଲେଷ୍ଟ୍ରଲ (Cholesterol) ସ୍ତରକୁ ବଢ଼ାଇପାରେ । ତେବେ ଆପଣ ସେଗୁଡିକରୁ ଦୂରେଇ ରହିବା ଉଚିତ୍ । ଜାଣନ୍ତୁ...

କୋଲେଷ୍ଟ୍ରୋଲକୁ ଲିପିଡ କିମ୍ବା ବ୍ଲଡ ଚର୍ବି ମଧ୍ୟ କୁହାଯାଏ । କୋଲେଷ୍ଟ୍ରଲ (Cholesterol) ହେଉଛି ରକ୍ତରେ ମିଳୁଥିବା ଏକ ପ୍ରକାର ମହମବତୀ ପରି ପଦାର୍ଥ, ଯାହା କୋଷର ମେମ୍ବ୍ରାନ ଗଠନରେ ସାହାଯ୍ୟ କରିଥାଏ । ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି- ଭଲ ଓ ଖରାପ, ଯାହାକୁ LDL ଓ HDL ମଧ୍ୟ କୁହାଯାଏ । ସୁସ୍ଥ ଟିସୁ ଗଠନ ଓ ରକ୍ଷଣାବେକ୍ଷଣ ପାଇଁ ଆପଣଙ୍କ ଶରୀରରେ ଭଲ କୋଲେଷ୍ଟ୍ରଲ ଆବଶ୍ୟକ ହୁଏ, କିନ୍ତୁ ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ହେବା ଦ୍ୱାରା ଚର୍ବିର ମାତ୍ରା ଜମା ହୋଇପାରେ, ଯାହା ରକ୍ତ ପ୍ରବାହକୁ ବଢ଼ାଇଥାଏ ଏବଂ ହୃଦରୋଗର ଆଶଙ୍କା ବଢ଼ିଯାଇଥାଏ । ତେଣୁ ହୃଦରୋଗ (Heart Disease)ର ଆଶଙ୍କା କମାଇବା ପାଇଁ ଉଭୟଙ୍କ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଲେଷ୍ଟ୍ରୋଲ (Cholesterol)ର ମାତ୍ରା ବଢ଼ିବା ଦ୍ୱାରା ହିଁ ଧମନୀରେ ପ୍ଲେକ୍ ନିର୍ମାଣ ହୋଇଥାଏ, ଯାହା ଷ୍ଟ୍ରୋକ୍ (Stroke),ହୃଦଘାତ (Heart Attack)ଏବଂ କାର୍ଡିଅକ ଅରେଷ୍ଟ୍ (Cardiac Arrest)ର ଆଶଙ୍କା ବଢ଼ାଇଥାଏ । ଖରାପ ଖାଦ୍ୟ, ଅତ୍ୟଧିକ ମଦ୍ୟପାନ, ଧୂମପାନ ଏବଂ ବ୍ୟାୟାମର ଅଭାବକୁ ଉଚ୍ଚ କୋଲେଷ୍ଟ୍ରଲ (Cholesterol) ପାଇଁ ଦାୟୀ କରାଯାଏ ।

ବିଶେଷଜ୍ଞଙ୍କ କହିବାନୁସାରେ ହିଁ, ଯଦି ଆପଣ ଆପଣଙ୍କର ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତି, ତେବେ ଏହା ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଠାରେ ଆମେ ଆପଣଙ୍କୁ ପାଞ୍ଚ ପ୍ରକାରର ତେଲ (Oil) ବିଷୟରେ କହୁଛୁ, ଯାହା ଆପଣଙ୍କର ଖରାପ କୋଲେଷ୍ଟ୍ରଲ (Cholesterol) ସ୍ତରକୁ ବଢ଼ାଇପାରେ । ଯଦି ଆପଣ ଉଚ୍ଚ କୋଲେଷ୍ଟ୍ରଲ୍ର ଶିକାର ହେଉଛନ୍ତି, ତେବେ ଆପଣ ସେଗୁଡିକରୁ ଦୂରେଇ ରହିବା ଉଚିତ୍ ।

ଫ୍ୟାଟ୍ କିପରି କୋଲେଷ୍ଟ୍ରଲ ବିପଦକୁ କିପରି ପ୍ରଭାବିତ କରେ,ଜାଣନ୍ତୁ...

ଫ୍ୟାଟ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାକ୍ରୋନ୍ୟୁଟ୍ରିଏଣ୍ଟ (Macronutrients) ଯାହା କୋଲେଷ୍ଟ୍ରଲ (Cholesterol) ବିପଦକୁ ପ୍ରଭାବିତ କରିଥାଏ । କୋଲେଷ୍ଟ୍ରଲ ପରି ଚର୍ବି ମଧ୍ୟ ଉଭୟ ଭଲ ଓ ଖରାପ ଦୁଇ ପ୍ରକାରର ହୋଇଥାଏ । ସନ୍ତୁଳିତ (Saturated) ଓ ଅସନ୍ତୁଳିତ (Unsaturated) । ସନ୍ତୁଳିତ ଚର୍ବି ହୃଦୟ ପାଇଁ କ୍ଷତିକାରକ ହୋଇଥାଏ । ଯେତେବେଳେ କି ଅସନ୍ତୁଳିତ ଚର୍ବିଗୁଡ଼ିକ ଏକ ସୁସ୍ଥ ହୃଦୟ ଓ ଉତ୍ତମ ଶରୀର ମାସ୍ ଇଣ୍ଡେକ୍ସ ସହିତ ଜଡ଼ିତ । ତେଣୁ କୋଲେଷ୍ଟ୍ରଲ (Cholesterol)ପରିଚାଳନାରେ ପ୍ରଥମ ପଦକ୍ଷେପ ହେଉଛି ସଠିକ୍ ରନ୍ଧନ ତେଲ ବାଛିବା ଉଚିତ ।

ରୋଷେଇ ପାଇଁ ଏହି ତେଲର ବ୍ୟବହାର ଜମା ହିଁ କରନ୍ତୁ ନାହିଁ ,ଜାଣନ୍ତୁ...

ହାର୍ଭାର୍ଡ ହେଲ୍ଥରେ କୁହାଯାଇଛି ଯେ, ଉଚ୍ଚ କୋଲେଷ୍ଟ୍ରଲ (Cholesterol) ଥିବା ବ୍ୟକ୍ତିମାନେ ନଡିଆ ତେଲ (Coconut Oil), ସାଲ୍ଟେଡ ବଟର, ଆଇସକ୍ରିମ, ରେଡ୍ ମିଟରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ଅଖରୋଟ ତେଲ, ଫ୍ଲାକ୍ସ ତେଲ, ମାଛ ଏବଂ ଶୈବାଲ ତେଲରେ ମଧ୍ୟ ବହୁତ ପରିମାଣର ସନ୍ତୁଳିତ ଚର୍ବି ରହିଥାଏ । ତେଣୁ, ଉଚ୍ଚ କୋଲେଷ୍ଟ୍ରଲ (High Cholesterol) ସମସ୍ୟାରେ ପୀଡିତ ଲୋକମାନେ ଏହି ତେଲ ଖାଇବା ଠାରୁ ଦୂରେଇ ରହିବା ଉଚିତ ଅଟେ ।

ପାମ୍ ତେଲ କ୍ଷତିକାରକ,ଜାଣନ୍ତୁ...

ଦି ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ପାମ୍ ତେଲ (Palm Oil) କୋଲେଷ୍ଟ୍ରଲ୍ (Cholesterol)ପାଇଁ ସବୁଠାରୁ ଖରାପ ତେଲ ଅଟେ । ଏଥିରେ ସନ୍ତୁଳିତ ଚର୍ବିର ଅଧିକ ଉପସ୍ଥିତି ଖରାପ ଲିପିଡ କିମ୍ବା କୋଲେଷ୍ଟ୍ରଲ ବଢ଼ାଇପାରେ । ଅନେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ପାମ୍ ତେଲ (Palm Oil)ର ରକ୍ତ ଲିପିଡ ଉପରେ ଖରାପ ପ୍ରଭାବ ପଡିଥାଏ ।

୩୦୦ ଗ୍ରାମରୁ ଅଧିକ କୋଲେଷ୍ଟ୍ରଲ ଖାଆନ୍ତୁ ନାହିଁ,ଜାଣନ୍ତୁ...

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ସୁସ୍ଥ ଅଛନ୍ତି, ତେବେ ଆପଣମାନେ ପ୍ରତିଦିନ ୩୦୦ ଗ୍ରାମରୁ ଅଧିକ କୋଲେଷ୍ଟ୍ରଲ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କର କୋରୋନରି ହୃଦ୍ ରୋଗ ଅଛି କିମ୍ବା ଆପଣଙ୍କର LDL କୋଲେଷ୍ଟ୍ରୋଲ୍ (Cholesterol)ସ୍ତର ୧୦୦ ମିଗ୍ରା / ଡିଏଲ୍ ଠାରୁ ଅଧିକ, ତେବେ ଆପଣଙ୍କ କୋଲେଷ୍ଟ୍ରୋଲ୍ (Cholesterol) ଗ୍ରହଣକୁ ଦିନକୁ ୨୦୦ ମିଗ୍ରାରୁ କମ୍ ସୀମିତ କରନ୍ତୁ ।

ତେବେ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ କେଉଁ ତେଲ ଭଲ ରହିବ,ଜାଣନ୍ତୁ...

ଉଚ୍ଚ କୋଲେଷ୍ଟ୍ରଲ(Cholesterol)ର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ପାଇଁ ପାମ୍ ଅୟଲ ଓ ବଟର ତେଲ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହା ବଦଳରେ ସେମାନେ ରାନ୍ଧିବା ପାଇଁ ଅଳସୀ, ସୋରିଷ ଏବଂ ସୂର୍ଯ୍ୟମୁଖୀ ତେଲ ବ୍ୟବହାର କରିପାରିବେ ।

ପ୍ରକାଶ ଥାଉ ଯେ, ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ, ୨୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ସେମାନଙ୍କର କୋଲେଷ୍ଟ୍ରଲ(Cholesterol) ସ୍ତରକୁ ପ୍ରତି ବର୍ଷ ଯାଞ୍ଚ କରିବା ଉଚିତ ଓ ନିୟମିତ ତଦାରଖ କରିବା ଆବଶ୍ୟକ ହୋଇଥାଏ ।

ଏହି ଖାଦ୍ୟ ଖାଇଲେ ହେଉଛି କ୍ୟାନସର; ତୁରନ୍ତ ବନ୍ଦ କରନ୍ତୁ ନଚେତ୍ ଭୋଗିବେ ସମସ୍ୟା,ଜାଣନ୍ତୁ...

ଜୀବନ ନେଇପାରେ ହଳଦୀ କ୍ଷୀର,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments