Health & Lifestyle

ଖରା ଦିନେ ସତେଜ ରଖିବ ଏହି ସବୁ ପନିପରିବା....

ଖରାଦିନ(Summer Season) ଆରମ୍ଭ ହୋଇ ସାରିଲାଣି। ଖରାଦିନେ ଶରୀରରେ ଜଳୀୟ ଅଂଶର ଅଭାବ ହେବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌‌ ହେବା ଆବଶ୍ୟକ। ଖରାଦିନେ ଶରୀରକୁ ଶୀତଳ ରଖିବା ସହ ଆବଶ୍ୟକୀୟ ପରିମାଣରେ ଶରୀରରେ ଜଳର ଅଭାବ ଦୂର କରୁଥିବା ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ୱାରା ଶରୀର ଠାରୁ ରୋଗ ଦୂରେଇ ରହିବାରେ ସହାୟକ ହୋଇଥାଏ।

03 April, 2023 7:00 PM IST By: Priyambada Rana

ଖରାଦିନ(Summer Season) ଆରମ୍ଭ ହୋଇ ସାରିଲାଣି। ଖରାଦିନେ ଶରୀରରେ ଜଳୀୟ ଅଂଶର ଅଭାବ ହେବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌‌ ହେବା ଆବଶ୍ୟକ। ଖରାଦିନେ ଶରୀରକୁ ଶୀତଳ ରଖିବା ସହ ଆବଶ୍ୟକୀୟ ପରିମାଣରେ ଶରୀରରେ ଜଳର ଅଭାବ ଦୂର କରୁଥିବା ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ୱାରା ଶରୀର ଠାରୁ ରୋଗ ଦୂରେଇ ରହିବାରେ ସହାୟକ ହୋଇଥାଏ। ଖରାଦିନେ ଶୀତଦିନ ଅପେକ୍ଷା କମ୍‌‌ ଭୋକ ହୋଇଥାଏ। ଖରାଦିନେ ସଠିକ୍‌‌ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ବାନ୍ତି, ପେଟ ଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ, ଏସିଡିଟି(Acid) ଭଳି ସମସ୍ୟା ହୋଇଥାଏ।  କିଛି ସ୍ୱତନ୍ତ୍ର ପନିପରିବା(Vegetable) ଖାଇବା ଦ୍ୱାରା ରୋଗରୁ ରକ୍ଷା ମିଳିବା ସହ ଶରୀରରେ ଜଳାଭାବ ଦୂର ହୋଇଥାଏ। ଜାଣନ୍ତୁ..

ଖରାଦିନେ ସବୁଜ ପନିପରିବା ନିଶ୍ଚୟ ଖାଆନ୍ତୁ। ସବୁଜ ପନିପରିବା ଶରୀରରେ ଆଇରନ, କ୍ୟାଲସିୟମ ଓ ଜଳର ଅଭାବ ଦୂର କରିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରରୁ ରୋଗକୁ ଦୂର କରିଥାଏ।ଖରାଦିନେ ବିନସ୍‌‌ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ବିନସ୍‌‌ରେ ଭିଟାମିନ୍‌‌ ଓ ମିନେରାଲ୍ସ ଉତ୍ତମ ମାତ୍ରାରେ ରହିଛି। ଏହାସହ ଏଥିରେ ପ୍ରୋଟିନ୍‌‌, ଆଇରନ, ଜିଙ୍କ୍‌‌ ଓ ଭିଟାମିନ୍‌‌ କେ ଭରପୁର ମାତ୍ରାରେ ରହିଛି। ବିନସ୍‌‌ ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ।

ଲାଉରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଏହା ହାଡ଼କୁ ମଜଭୂତ କରିଥାଏ। ଏହାସହ ଲାଉ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ଓ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ। ତେଣୁ ଖରାଦିନେ ନିଶ୍ଚୟ ଲାଉ ସେବନ କରନ୍ତୁ।

କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ମାତ୍ର ସ୍ୱାଦରେ ପିତା ହୋଇଥିବାରୁ ଖୁବ୍‌‌ କମ୍‌‌ ଲୋକେ ଏହାକୁ ଖାଇଥାଆନ୍ତି। ମାତ୍ର ଖରାଦିନେ କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି, ଆଇରନ, କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ପେଟକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ଟମାଟୋର ବ୍ୟବହାର ଅଧିକାଂଶ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ହୋଇଥାଏ। ଏହାର ବ୍ୟବହାର ସାଲାଡ, ଚଟଣି ଆଦିରେ ମଧ୍ୟ ହୋଇଥାଏ। ଖରାଦିନେ ଟମାଟୋର ସେବନ କରିବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ।

ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ କ୍ୟାପସିକମ୍...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)