1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଲରାର ଜୁସ କରି ପିଇଲେ ମିଳିବ ଏତେ ପ୍ରକାର ଲାଭ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ ।

Sudesna Nayak
Sudesna Nayak
Bitter gourd juice is beneficial for health

Bitter gourd juice is beneficial for health

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କିନ୍ତୁ ଆପଣ ଜାଣନ୍ତି, ଏହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ପସନ୍ଦ ନଆସିବା ସତ୍ତ୍ୱେ ମଧ୍ୟ ଏହାକୁ ସମସ୍ତଙ୍କ ଘରେ ତିଆରି କରାଯାଏ । କାରଣ ଏହା ଶରୀର ପାଇଁ ମେଡିସିନ ସଦୃଶ୍ୟ କାମ କରେ । ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଫାଇଦାକାରୀ ଗୁଣ ସଂପର୍କରେ ।

  • କଲରାରେ ବିଶେଷ କରି ବହୁ ମାତ୍ରାରେ ପୋଷଣ ମିଶିକରି ଥାଏ । ଏଥିରେ ଭିଟାମିନ-ଏ,ବି ଏବଂ ସି ଦେଖିବାକୁ ମିଳିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ ।
  • ଲିଭରକୁ ମଜବୁତ୍ କରିବାରେ ସହାୟକ ହୁଏ କଲରା ଜୁସ୍ । ଏହା ପ୍ରତିଦିନ ସେବନ କରିବା ଲାଭଦାୟକ ।
  • କଲରା ଜୁସ୍ କ୍ୟାନସର କୋଷର କ୍ଷମତାକୁ ସୀମିତ କରିଥାଏ । ଏହା କୋଷର ଉର୍ଜା ସ୍ରୋତକୁ କମ୍ କରିବା ସହ ତାକୁ ମାରିଥାଏ ।
  • କଲରା ଡାଇବେଟିସ କୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ପୁରା ଶରୀରର ଗ୍ଳୁକୋଜ ମେଟାବୋଲିଜ୍ମ କୁ ପ୍ରଭାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁସ ପିଅନ୍ତୁ ଦେଖିବେ ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ ହୋଇଯିବ ।
  • ନିୟମିତ କଲରା ରସ ସେବନ କରିବା ଦ୍ୱାରା ପୁରୁଣା କାଶ ଦୂର ହୋଇଥାଏ । କଲରା ଜୁସ୍ ଶ୍ୱାସ ରୋଗ ଓ ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଏକ ପ୍ରଭାବୀ ଉପାୟ ।
  • କଲରା ରସ ପେଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
  • କଲରା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ ‘ଏ’ ଏବଂ ‘ସି’ ରେ ଭରପୁର ରହିଥାଏ । ଯାହା ତ୍ବଚା ପାଇଁ ବହୁତ୍ ଲାଭଦାୟକ । କଲରା ଜୁସ୍ ପ୍ରତିଦିନ ପିଇବା ଦ୍ବାରା, ଏହା ତ୍ବଚା ଜନିତ ବିଭିନ୍ନ ସମସ୍ୟାକୁ ଦୂର କରି, ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରେ ।

 “health is wealth” । ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ । ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି । ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments