1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଇମ୍ୟୁନିଟି ବଢାଇବା ସହିତ ଶରୀରକୁ ସୁସ୍ଥ ରଖିଥାଏ କଲରା

କଲରାରେ ଭିଟାମିନ ଏ, ସି, ଲୌହ, କ୍ୟାଲସିୟମ ଓ ଫସଫରସ ପର୍ଯ୍ୟାପ୍ତ ପରିମାଣର ରହିବା ସହ ଏହାର ଅନେକ ଔଷଧୀୟ ଗୁଣ ରହିଛି । କଥାରେ ଅଛି ‘ ରୁଚୁ ନ ରୁଚୁ ଖାଅ ପିତା, ବୁଝୁ ନ ବୁଝୁ ପଢ ଗୀତା ’ । କଲରାକୁ ତରକାରି, ଭଜା ପ୍ରସ୍ତୁତ କରି ଖିଆଯାଏ । ଏହା କୃମିନାଶକ, ମଧୁମେୟ ଓ ଚର୍ମରୋଗରେ ବେଶ ଉପକାରୀ ।

Sudesna Nayak
Sudesna Nayak
bitter ground is good for health

bitter ground is good for health

କଲରାରେ ଭିଟାମିନ ଏ, ସି, ଲୌହ, କ୍ୟାଲସିୟମ ଓ ଫସଫରସ ପର୍ଯ୍ୟାପ୍ତ ପରିମାଣର ରହିବା ସହ ଏହାର ଅନେକ ଔଷଧୀୟ ଗୁଣ ରହିଛି । କଥାରେ ଅଛି ‘ ରୁଚୁ ନ ରୁଚୁ ଖାଅ ପିତା, ବୁଝୁ ନ ବୁଝୁ ପଢ ଗୀତା ’ । କଲରାକୁ ତରକାରି, ଭଜା ପ୍ରସ୍ତୁତ କରି ଖିଆଯାଏ । କଲରା ଗଣ୍ଠି ଯନ୍ତ୍ରଣା, ବାନ୍ତି, ଝାଡ଼ା ଏବଂ ମୋଟାପଣରୁ ମୁକ୍ତି ଦେଇଥାଏ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ କଲରା ଖାଇବା ସହିତ ଆପଣ ଏହାର ଜୁସ୍ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ । କଲରା ଜୁସ୍ ଶରୀରକୁ ଡିଟକ୍ସ କରିଥାଏ ।

ଏହା କୃମିନାଶକ, ମଧୁମେୟ ଓ ଚର୍ମରୋଗରେ ବେଶ ଉପକାରୀ । ଏହାକୁ ଖାଇବାରେ ପାଚନ କ୍ରିୟା ଓ ଯକୃତ ସନ୍ତୁଳିତ ରହିଥାଏ ତଥା ରକ୍ତ ବୃଦ୍ଧି ଓ ମସ୍ତିଷ୍କ ଉନ୍ନତ ହୋଇଥାଏ । ବଜାରରେ କଲରାର ଚାହିଦା ଓ ଦର ବର୍ଷସାରା ଅଧିକ ରହୁଛି ।

କଲରା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଅନେକ ରୋଗରୁ ସୁରକ୍ଷିତ ରଖିଥାଏ । କିଛି ଲୋକ ଏହାର ତିକ୍ତ ସ୍ୱାଦ ହେତୁ କଲରାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି ଯେ ଯେପରି ତିକ୍ତ ଉପଦେଶ ଆମକୁ ସର୍ବଦା ଲାଭ ଦେଇଥାଏ, ସେହିଭଳି, ତିକ୍ତ କଲରା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଲାଭଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା କଲରାର ବିଭିନ୍ନ ଫାଇଦା ବିଷୟରେ..

-କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଦେହ ପାଇଁ ମହୌଷଧି ପରି କାର୍ଯ୍ୟ କରିଥାଏ । ମସ୍ତିଷ୍କ ଓ ପେଟ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ କଲରା ସୁସ୍ଥ ରଖିଥାଏ । କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି ।

 

-କଲରାରେ ଫସଫରସ୍ ରହିଥାଏ ଯାହା କଫ, କୋଷ୍ଠକାଠିନ୍ୟ ଏବଂ ହଜମ ପ୍ରକ୍ରିୟାକୁ ଦୂର କରିଥାଏ ।

 

-ମୁଣ୍ଡରେ ଯନ୍ତ୍ରଣା ଓ ମୁଣ୍ଡ ଭାରି ଲାଗୁଥିଲେ କଲରା ଖାଆନ୍ତୁ। ଯେଉଁମାନେ ନିଜ ଖାଦ୍ୟରେ କଲରା ସାମିଲ କରନ୍ତି, ସେମାନଙ୍କର ମୁଣ୍ଡ ଯନ୍ତ୍ରଣାର ସମସ୍ୟା ନଥାଏ।

 

-ଆଜମା ରୋଗୀଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

 

-ଖଣ୍ଡିଆ ଯୋଗୁଁ ଯଦି ଆପଣଙ୍କ ଶରୀରରେ ହୋଇଥିବା ଘା ଭଲ ହେଉନାହିଁ, ତେବେ କଲରା ଖାଆନ୍ତୁ। କଲରା ଶରୀରରେ ଇନଫେକସନ ହେବାକୁ ଦେଇନଥାଏ ଏବଂ ଘା’କୁ ଶୀଘ୍ର ଶୁଖାଇଥାଏ।

 

-ପେଟରେ ଗ୍ୟାସ୍ ଏବଂ ଅଦୃଶ୍ୟତା ଦୁର କରିବା ପାଇଁ କଲରା ସହାୟକ ହୋଇଥାଏ । କଲରା ରସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା କରାଯାଇପାରେ ।

 

-କଲରା ଜୁସ୍ ପିଇବା ଦ୍ୱାରା ଲିଭର୍ ମଜବୁତ ହେବା ସହିତ ଏଥିସହ ଜଡିତ ସମସ୍ୟା ଦୁର ହୋଇଥାଏ । ପ୍ରତିଦିନ ଏକ ଗ୍ଲାସ୍ କଲରା ଜୁସ୍ ପିଇବା ଜଣ୍ଡିସ ସମସ୍ୟାରୁ ମୁକ୍ତି ମିଳିଥାଏ ।

 

-କଲରା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ସହିତ ଲଢିବାର କ୍ଷମତା ବଢିଥାଏ । ଜାଏବେଟିଡ୍ ରୋଗୀଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

 

-ମୋଟାପଣ ହ୍ରାସ କରିବାରେ କଲରା ଜୁସ୍ ବହୁତ ସାହାଯ୍ୟ କରିଥାଏ । 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ