Health & Lifestyle

କିସମିସ ସହିତ ଖାଆନ୍ତୁ ମହୁ, ବ୍ଲଡପ୍ରେସରରୁ ମିଳିବ ମୁକ୍ତି

କିସମିସ୍ ଏବଂ ମହୁ ପୋଷକ ତତ୍ୱରେ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀର କେବଳ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଇ ନଥାଏ, ବରଂ ରୋଗ ମଧ୍ୟ ଦୂରରେ ରହିଥାଏ ।

13 July, 2022 3:27 PM IST By: Sudesna Nayak

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ । ମଧୁମେହ (Diabetics) ଓ ଉଚ୍ଚ ରକ୍ତଚାପ (Blood Pressure)ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି । ଆପଣ ଜାଣନ୍ତି କି କିସମିସ୍ (Raisins)ଖାଇବା ଦ୍ୱାରା ରକ୍ତହୀନତା ହୋଇନଥାଏ, କିନ୍ତୁ ଆପଣ ଏହା ସହିତ ମହୁ (Honey)ମିଶାଇ ଖାଇବା ଦ୍ୱାରା ଅଧିକ ଲାଭ ପାଇବେ ।

ସୂଚନା ଅନୁଯାୟୀ, କିସମିସ୍ (Raisins)ଏବଂ ମହୁ (Honey)ପୋଷକ ତତ୍ୱରେ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀର କେବଳ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଇ ନଥାଏ, ବରଂ ରୋଗ ମଧ୍ୟ ଦୂରରେ ରହିଥାଏ । ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ରାମବାଣ ବୋଲି କୁହାଯାଏ । ଉଭୟ ମଧ୍ୟରେ କ୍ୟାଲସିୟମ୍, ଆଇରନ୍ ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ଗୁଣ ରହିଥାଏ । ଏହାକୁ ଖାଇବା ପାଇଁ, ସର୍ବପ୍ରଥମେ, ୬-୭ କିସମିସ (Raisins)କୁ ରାତିସାରା ଭିଜାଇ ରଖନ୍ତୁ । ପରଦିନ ସକାଳେ ଏହାକୁ ଛାଣି ଏଥିରେ ମହୁ (Honey) ମିଶାଇ ଖାଆନ୍ତୁ ।

ଏହାକୁ ଖାଇବାର ଫାଇଦା,ଜାଣନ୍ତୁ...

-ଶରୀରରେ ରକ୍ତ ଅଭାବକୁ ଦୂର କରିବା ବ୍ୟତୀତ କିସମିସ୍ (Raisins)ଏବଂ ମହୁ (Honey) ରକ୍ତଚାପ (Blood Pressure) ନିୟନ୍ତ୍ରଣରେ ଅତ୍ୟନ୍ତ ଉପଯୋଗୀ । ଯେଉଁମାନଙ୍କର ରକ୍ତଚାପ (Blood Pressure) ନିୟନ୍ତ୍ରଣରେ ନାହିଁ, ସେମାନେ ଏହାକୁ ଖାଇବା ଉଚିତ୍ ।

-ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବାରେ ମହୁ (Honey)ଏବଂ କିସମିସ୍ (Raisins) ପ୍ରଭାବଶାଳୀ । ଯେଉଁ ଲୋକମାନଙ୍କର ପ୍ରତିଦିନ ପେଟ ଖରାପ ହୋଇଥାଏ, ସେମାନେ ମଧ୍ୟ ଏହାକୁ ଖାଇପାରିବେ ।

-ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ସହିତ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ଏହିପରି ଲୋକମାନେ ଏହାକୁ ନିଜ ଖାଦ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ମହୁ (Honey)ଏବଂ କିସମିସ୍ (Raisins) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।


ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନିହାତି ଭାବରେ ନିଅନ୍ତୁ ।

ପ୍ରତିଦିନ ସକାଳେ ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ,ଜାଣନ୍ତୁ...

ବ୍ଲଡପ୍ରେସର ଭଳି ବଡ ବଡ ରୋଗରୁ ମୁକ୍ତି ଦେବ ଏହି 5 ଟି ପତ୍ର, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)