1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡପ୍ରେସର ଭଳି ବଡ ବଡ ରୋଗରୁ ମୁକ୍ତି ଦେବ ଏହି 5 ଟି ପତ୍ର, ଜାଣନ୍ତୁ...

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ । ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି । ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' ଯୋଡି ପାରିବା ।

Sudesna Nayak
Sudesna Nayak
diabetics people drink THIS tea

diabetics people drink THIS tea

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ । ମଧୁମେହ (Diabetics) ଓ ଉଚ୍ଚ ରକ୍ତଚାପ (Blood Pressure)ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି । ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' (herbal tea) ଯୋଡି ପାରିବା ।

ସୂଚନା ଅନୁଯାୟୀ, ହର୍ବାଲ ଚା' (herbal tea) ସାଧାରଣ ଚା' ହେଲେ ମଧ୍ୟ ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି । ଯାଦ୍ୱାରା ଏହା ମଧୁମେହ (Diabetics) ଓ ଉଚ୍ଚ ରକ୍ତଚାପ (Blood Pressure) ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ । ଆଲର୍ଜି ହେଉ ବା ଥଣ୍ଡା ବା ପେଟ ସମସ୍ଯା ଏହି ପ୍ରକାର ରୋଗ ପାଇଁ କିଛି ପ୍ରକାର ପତ୍ର ଏମିତି ଅଛି ଯାହା ଦ୍ଵାରା ଏହି ରୋଗ ଭଲ ହୋଇପାରିବେ ।

ନିମ୍ବ, ତୁଳସୀ, ବବୁଲ, ବରଗଛ ପତ୍ର ଓ କୋଳି ପତ୍ର ଭଳି କେତେକ ପତ୍ରରେ ଔଷଧୀୟ ଗୁଣ ଥାଏ । ଏହି ପତ୍ର ଗୁଡିକ ରୋଗରେ ଘରେ ଉପଯୋଗ ହୋଇଥାଏ, ଚର୍ମରୋଗ ରୁ ଆରମ୍ଭ କରି ହିଁ ଦାନ୍ତ ସମସ୍ୟା ପାଇଁ ଓ ଚୁଟି ଝଡିବା ସମସ୍ୟା ପାଇଁ ବି ଏହି ସବୁ ପତ୍ର ଔଷଧ ଠାରୁ ବି ଅଧିକ କାମ କରିଥାଏ ।

ନିମ୍ବ ପତ୍ର (Neem Leaves)

ନିମ୍ବ ପତ୍ର (Neem Leaves) ବହୁତ ଲାଭକାରୀ ଅଟେ, ଯଦି ଆପଣ ସକାଳେ ଖାଲି ପେଟ ରେ ୧୦-୧୨ ପତ୍ର ପେଶିକାରୀ ପିଉଛନ୍ତି, ତାହେଲେ ଜୀବନରେ କେବେ ବି ଆପଣଙ୍କୁ ଚର୍ମରୋଗ ହେବ ନାହିଁ । ଏହା ଛଡା ନିମ୍ବ ପତ୍ର (Neem Leaves) ପାଣିରେ ଫୁଟେଇକରି ମୁଣ୍ଡ ଧୋଇଲେ ଚୁଟି ଝଡିବା ସମସ୍ୟା ଦୂର ହୋଇଥାଏ ।

ତୁଳସୀ ଚା’(TULSI TEA)

ଏଥିରେ ମଧ୍ୟ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଅଧ କପ ପାଣିରେ କିଛି ତୁଳସୀ ପତ୍ର (TULSI)ପକାଇ ଏହାକୁ ଛାଣି ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ, ଅଳ୍ପ ମହୁ ପକାଇ ଏହାକୁ ପିଅନ୍ତୁ । ଏହା ପେଟ, ଚକ୍ଷୁ, ବୃକକ, ଯକୃତ, ହୃଦୟ ପାଇଁ ଖୁବ ଲାଭ ଦାୟକ ଅଟେ ।

ନିମ୍ବ ଓ ତୁଳସୀ ପରି ବବୁଲ ର ପତ୍ର ବି ଲାଭକାରୀ ଅଟେ, ବବୁଲ ପତ୍ର ପାଣିରେ ଫୁଟେଇ ସେହି ପାଣିରୁ କୁଳୁ କଲେ ଦାନ୍ତ ଓ ମାଢି ମଜବୁତ ହୋଇଥାଏ ।

ଗ୍ରୀନ ଟି (GREEN TEA)

ଗ୍ରୀନ ଟି (GREEN TEA) ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ପାଚନ କ୍ରିୟାକୁ ସଠିକ ରଖେ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କର୍କଟ (CANCER),ମଧୁମେହ (Diabetics), ହୃଦୟ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ହର୍ବାଲ ଚା' (herbal tea) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଚା', ସକାଳେ ମାତ୍ର ଥରେ ପିଅନ୍ତୁ...

କେବଳ ଏହି ଗୋଟିଏ ଜିନିଷ ଖାଇଲେ କଣ୍ଟ୍ରୋଲ ରହିବ ବ୍ଲଡ଼ ସୁଗାର,ଜାଣନ୍ତୁ ନିଶ୍ଚୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments