1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଚା', ସକାଳେ ମାତ୍ର ଥରେ ପିଅନ୍ତୁ...

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ । ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି । ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' ଯୋଡି ପାରିବା ।

Sudesna Nayak
Sudesna Nayak
diabetics people drink hebal tea

diabetics people drink hebal tea

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ । ମଧୁମେହ (Diabetics) ଓ ଉଚ୍ଚ ରକ୍ତଚାପ (Blood Pressure)ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି । ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' (herbal tea) ଯୋଡି ପାରିବା ।

ସୂଚନା ଅନୁଯାୟୀ, ହର୍ବାଲ ଚା' (herbal tea) ସାଧାରଣ ଚା' ହେଲେ ମଧ୍ୟ ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି । ଯାଦ୍ୱାରା ଏହା ମଧୁମେହ (Diabetics) ଓ ଉଚ୍ଚ ରକ୍ତଚାପ (Blood Pressure) ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ।

ତୁଳସୀ ଚା’(TULSI TEA)

ଏଥିରେ ମଧ୍ୟ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଅଧ କପ ପାଣିରେ କିଛି ତୁଳସୀ ପତ୍ର (TULSI)ପକାଇ ଏହାକୁ ଛାଣି ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ, ଅଳ୍ପ ମହୁ ପକାଇ ଏହାକୁ ପିଅନ୍ତୁ । ଏହା ପେଟ, ଚକ୍ଷୁ, ବୃକକ, ଯକୃତ, ହୃଦୟ ପାଇଁ ଖୁବ ଲାଭ ଦାୟକ ଅଟେ ।

ଗ୍ରୀନ ଟି (GREEN TEA)

ଗ୍ରୀନ ଟି (GREEN TEA) ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ପାଚନ କ୍ରିୟାକୁ ସଠିକ ରଖେ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କର୍କଟ (CANCER),ମଧୁମେହ (Diabetics), ହୃଦୟ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ ।

ସତେଜ ଗୋଲାପ ପାଖୁଡ଼ାର ଚା’ (Rose tea)

ଗୋଲାପ ପାଖୁଡ଼ାର ଚା’(Rose tea)ପିଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ । ଏଥିରେ ବହୁ ପ୍ରକାରର ଭିଟାମିନ ରହିଛି। ଅଧ କପ ପାଣିରେ କିଛି ଗୋଲାପର ପାଖୁଡ଼ା ପକାନ୍ତୁ । ଏହାପରେ ଗ୍ୟାସରେ ୩ ମିନିଟ ଏହାକୁ ଫୁଟାଇ ଛାଣି ଦିଅନ୍ତୁ ।

ପୁଦିନା ଚା’(Mint leaves)

ପୁଦିନା ପତ୍ର (Mint leaves) ପେଟ ପାଇଁ ବହୁତ ଲାଭଦାୟକ। ଏଥିରେ ମଧ୍ୟ ବହୁ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ପୁଦିନାରେ ଭିଟାମିନ ଏ, ମାଗ୍ନେସିୟମ, ଆଇରନ ଅଧିକ ମାତ୍ରାରେ ରହିଛି । ଏହା ଖାଦ୍ୟକୁ ସୂଚାରୁରୂପେ ହଜମ କରିବାରେ ସହାୟକ ହୋଇଥାଏ । ହଜମ ପାଇଁ ଆବଶ୍ୟକ ହେଉଥିବା ପାଚନ ରସକୁ ଏହା ବୃଦ୍ଧି କରିଥାଏ । ଫୁଟୁଥିବା ପାଣିରେ ୨ ଚାମଚ ପୁଦିନା ପକାଇ ୮ରୁ ୧୦ ମିନିଟ ଫୁଟାନ୍ତୁ । ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ ।

ପିଆଜର ଚା’(Onion tea)

ଅଧ କପ ପାଣିରେ ଅଳ୍ପ ପିଆଜ (Onion)ପକାଇ ଫୁଟାନ୍ତୁ । ଏହାପରେ ଛାଣି ଏକ ମିନିଟ ରଖି ଦିଅନ୍ତୁ । ୧ ମିନିଟ ପରେ ଏଥିରେ କିଛି ଗ୍ରୀନ ଟି ପକାଇ ପିଅନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ହର୍ବାଲ ଚା' (herbal tea) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଶରୀର ପାଇଁ ମହାଔଷଧି ଏହି ପତ୍ର

ରୋଗଠୁ ଦୂରରେ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏହି ସବୁ ଖାଦ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments