1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀର ପାଇଁ ମହାଔଷଧି ଏହି ପତ୍ର

ଯଦି ଆମେ ପାଳଙ୍ଗ ଶାଗ କଥା କହିବା ତେବେ ଏଥିରେ ଭିଟାମିନ ଭରପୁର ହୋଇ ରହିଥାଏ | ପାଳଙ୍ଗ ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଡାକ୍ତର ମାନେ ପାଳଙ୍ଗ ଖାଇବାକୁ ପରାମର୍ଶ ଦେଇଥାନ୍ତି |

Rajashree
Rajashree
Health Benefits of spinach

Health Benefits of spinach

ସବୁଜ ପାରିବ ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ | ସବୁଜ ପାରିବ (Green leaf)ଆମ ସ୍ୱାସ୍ଥ୍ୟକୁ ଭିଟାମିନ ଯୋଗାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ | ଯଦି ଆମେ ପାଳଙ୍ଗ ଶାଗ କଥା କହିବା ତେବେ ଏଥିରେ ଭିଟାମିନ ଭରପୁର ହୋଇ ରହିଥାଏ | ପାଳଙ୍ଗ ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଡାକ୍ତର ମାନେ ପାଳଙ୍ଗ ଖାଇବାକୁ ପରାମର୍ଶ ଦେଇଥାନ୍ତି |

- ପାଳଙ୍ଗ ଖାଇବା(Spinach Benefits)ଦ୍ୱାରା ଆମ ଶରୀରର ପାଚନକ୍ରିୟା ସୁସ୍ଥ ରହିଥାଏ | ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ |

- ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ପାଇଁ ସର୍ବଦା ନିଜ ଡାଇଟରେ ପାଳଙ୍ଗ ନିଶ୍ଚିତ ରୂପେ ସାମିଲ କରନ୍ତୁ | ପାଳଙ୍ଗରେ (Spinach leaf)ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ ଯାହା ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ସହ, ଯେ କୌଣସି ବି ପ୍ରକାରର ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୁଏ |

- ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନ ଅଭାବ ଯୋଗୁଁ ଦେଖାଯାଉଥିବା ରୋଗରୁ ରକ୍ଷା ପାଇଁ ପାଳଙ୍ଗ ଡାଲି ବା ପାଳଙ୍ଗର ଜୁସ ପିଇବା ପାଇଁ ଅଧିକାଂଶ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି,ଏହାଦ୍ୱାରା ଶରୀରରେ ଆଇରନର ଅଭାବ ଦୂର ହେବା ସହ ନୂଆ ରକ୍ତ ମଧ୍ୟ ତିଆରି ହୋଇଥାଏ |

- ପାଳଙ୍ଗରେ (Spinach leaf)ଭିଟାମିନ ଅଧିକ ପରିମାଣରେ ଥିବାରୁ ଏହା ହାଡ ମଜଭୁତ କରିଥାଏ । ଶରୀରର ମାଂସପେଶୀକୁ ମଜଭୁତ କରିବା ପାଇଁ ମଧ୍ୟ ପାଳଙ୍ଗ ବେଶ ଲାଭଦାୟକ | ପାଳଙ୍ଗରେ (Spinach leaf)ଲେମ୍ବୁ ରସ ପକାଇ ପିଇବା ଦ୍ୱରା ତ୍ୱଚାର ଚମକ ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ |

- ନିଜ ଡାଇଟ ପ୍ଲାନରେ ପ୍ରତିଦିନ ଏକ କପ୍ ପାଳଙ୍ଗ ମିଶାନ୍ତୁ । ପାଳଙ୍ଗ ଶରୀରରେ ଆଣ୍ଟି-ଅକ୍ସିଡେଣ୍ଟ ଭଳି କାମ କରେ ଏବଂ ତ୍ୱଚାର ରଙ୍ଗକୁ ସୁଧାରିବା ପାଇଁ ସହାୟକ ହୋଇଥାଏ। ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆପଣ ପାଳଙ୍ଗ ଖାଇପାରିବେ। ପାଳଙ୍ଗରେ ଥିବା ଆମିନୋ ଏସିଡ ସ୍କିନ ଏଜିଂ ସମସ୍ୟାକୁ ଦୂର କରିଥାଏ |

- ଥକାପଣ ଦୂର କରିବା ପାଇଁ ପାଳଙ୍ଗ (Spinach)ଖାଆନ୍ତୁ | ପାଳଙ୍ଗରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିଅମ ରହିଥାଏ | ପାଳଙ୍ଗ ଖାଇବା ଦ୍ୱାରା ମାଂସେପଶୀକୁ ଆରାମ ମିଳିଥାଏ |

- ପାଳଙ୍ଗ (Spinach) ଓଜନ କମ୍ କରିବାରେ ମଧ୍ୟ ବେଶ ଲାଭଦାୟକ ହୋଇଥାଏ | ପାଳଙ୍ଗରେ ଓଜନ କମ୍ କରିବା ଗୁଣ ରହିଛି। କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହୋଇଥବା ଯୋଗୁଁ ଏହା ଆପଣଙ୍କ ବଢ଼ୁଥିବା ଓଜନକୁ ରୋକିବାରେ ସହାୟକ ହୁଏ | ଅଧିକାଂଶ ଲୋକ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପାଳଙ୍ଗ ଡାଲିର ସେବନ କରିଥା’ନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି |

- ସଂକ୍ରମଣରୁ ବଞ୍ଚିବା ପାଇଁ ସବୁଜ ପନିପରିବା (Spinach leaf)ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି | ପାଳଙ୍ଗରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି | ପାଳଙ୍ଗ ଖାଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କ କମ୍ ହୋଇଥାଏ |

ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ

ପାଳଙ୍ଗ ଚାଷ ପ୍ରଣାଳୀ :

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments