1. ଉଦ୍ୟାନ କୃଷି

ପାଳଙ୍ଗ ଚାଷ ପ୍ରଣାଳୀ :

ପାଳଙ୍ଗ ଚାଷ ପ୍ରଣାଳୀ :

KJ Staff
KJ Staff

ଶୀତ ଦିନରେ ପାଳଙ୍ଗ ଶାଗ ଖାଇବାର ମଜା ନିଆରା |ଶାଗ ଭଜା ହେବା ଛଡା ଏଥିରେ ବିଭିନ୍ନ ଅନ୍ୟ ବ୍ୟଞ୍ଜନ ଯଥା ପାଲକଃ ପନିର ଏବଂ ସେହି ପରି ଏହାକୁ ସାଲାଡ଼ ଭାବେ ମଧ୍ୟ ବ୍ୟବହାର କରାଯାଇ ଥାଏ |ଲୌହ ଏବଂ ପ୍ରଚୁର ଭିଟାମିନ ରେ ଭରପୁର ଏହି ଶାଗ କୁ ଆପଣ ବର୍ଷ ସାରା ଚାଷ କରିପାରିବେ ଏବଂ ଏହାକୁ ହାରାହାରି ସମସ୍ତ ପ୍ରକାର ମୃତ୍ତିକା ଯେଉଁଥିରେ ଅମ୍ଳତା ବା କ୍ଷରତା ଅଧିକ ନଥିବେ ,ସେହି ସମସ୍ତ ମୃତ୍ତିକା ରେ ଚାଷ କରି ହେବ |

ମଞ୍ଜି ବୁଣିବା ସମୟ :

ଶୀତ ଦିନିଆ ଶାଗ ଲାଗି ସେପ୍ଟେମ୍ବର ବା ଅକ୍ଟୋବର ମାସ ରେ ମଞ୍ଜି ବୁଣିପାରିବେ ସେହିପରି ଖରା ଦିନିଆ ଚାଷ ଲାଗି ଏପ୍ରିଲ ବା ମାର୍ଚ୍ଚ ମାସରେ ମଞ୍ଜି ବୁଣିପାରିବେ |ଶୀତ ଦିନିଆ ଚାଷ ଲାଗି ୪ ରୁ ୬ କି.ଗ୍ରା ମଞ୍ଜି ପ୍ରତି ହେକ୍ଟର ଆବଶ୍ୟକ ହେଉଥିଲା ବେଳେ ଖରା ଦିନରେ ୧୦ ରୁ ୧୫ କି.ଗ୍ରାପ୍ରତି ହେକ୍ଟର ର ମଞ୍ଜି ଆବଶ୍ୟକ ହୋଇଥାଏ |
ମଞ୍ଜି କୁ ୩ ରୁ ୪ ସେ ମି ଗଭୀରରେ ବୁଣନ୍ତୁ ଏବଂ ଧାଡି କୁ ଧାଡି ୨୦ ସେ.ମି ର ବ୍ୟବଧାନ ରଖନ୍ତୁ |


ସାର ଓ ଖତ

ହେକ୍ଟର ପିଛା ୧୦ କି.ଗ୍ରା ସଢା ଗୋବର ଖତ ସହ ପ୍ରତି ଏକର ୟୁରିଆ ୭୫ କି.ଗ୍ରା ୦ ଏସ.ଏସ.ପି ୧୨ କି.ଗ୍ରା ପ୍ରୟୋଗ କରନ୍ତୁ |ମଞ୍ଜି ବୁଣିବା ଆଗରୁ ଖତ ଏବଂ ସମ୍ପୂର୍ଣ ଏସ.ଏସ.ପି ସହ ଅଧା ୟୁରିଆ ପ୍ରୟୋଗ ହେବ ଆବଶ୍ୟକ |ସାର ପ୍ରୟୋଗ ପଶ୍ଚ୍ୟତ ଜଳସେଚନ କରନ୍ତୁ |

ଜଳସେଚନ :

ମଞ୍ଜି ବୁଣିବା ପରେ ପ୍ରଥମ ଜଳସେଚନ ଆବଶ୍ୟକ |ଖରା ଦିନରେ ୪ ରୁ ୬ ଦିନକୁ ଥରେ ଜଳସେଚନ କରନ୍ତୁ ସେହିପରି ବର୍ଷା ଦିନରେ ୧୦-୧୨ଦିନ ବ୍ୟବଧାନ ରେ ଜଳସେଚନ ଆବଶ୍ୟକ ହୋଇଥାଏ |

ଅମଳ :

ମଞ୍ଜି ବୁଣିବାର ୩ ରୁ ୪ ସପ୍ତାହ ପରେ ଏହାକୁ ଅମଳ କରି ହେବ |ଥରେ ଶାଗ ତୋଳିଲା ପରେ ୨୦ ରୁ ୨୫ ଦିନ ଲାଗି ଗଛକୁ ବଢିବାକୁ ଦିଅନ୍ତୁ ଏବଂ ପୁଣ ଅମଳକ୍ଷମ ହେଲେ ଏହାକୁ ତୋଳାନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments