1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରୋଗଠୁ ଦୂରରେ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଜିକାଲି ଆସୁଥିବା ବିଭିହ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନ୍‌ସିଷ୍ଟମକୁ ମଜଭୁତ କରିବା ଆବଶ୍ୟକ | ଡାଏଟ ପ୍ଲାନ (diet food)କରି ଖାଦ୍ୟ ଖାଇବା ଶରୀର ପାଇଁ ହିତକର ହୋଇଥାଏ |

Rajashree
Rajashree
15 foods that boost immune system of your body

15 foods that boost immune system of your body

ରୋଗଠୁ ଶରୀରକୁ ଦୂରରେ ରଖିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଆବଶ୍ୟକ ହୋଇଥାଏ | ଆଜିକାଲି ଆସୁଥିବା ବିଭିହ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନ୍‌ସିଷ୍ଟମକୁ ମଜଭୁତ କରିବା ଆବଶ୍ୟକ | ଡାଏଟ ପ୍ଲାନ (diet food)କରି ଖାଦ୍ୟ ଖାଇବା ଶରୀର ପାଇଁ ହିତକର ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଏହି ଡାଏଟ ପ୍ଲାନରେ କେଉଁ ଖାଦ୍ୟକୁ କରିବା ଅନ୍ତର୍ଭୁକ୍ତ |

– ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି (Water)ପିଇବା ଉଚିତ। ଏହା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ରକ୍ତ ସହିତ ମିଶାଇଥାଏ ଏବଂ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ଦିନରେ ଅତି କମ୍‌ରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଇବା ଉଚିତ |

– ପାଣି ବ୍ୟତୀତ ହାଇଡ୍ରେସନ୍‌ ପାଇଁ ଫଳ ଏବଂ ସବୁଜ ପନିପରିବା (green vegetables)ଖାଇପାରିବେ | ଫଳ, ପରିବା, ଡାଲି, ଛେନା ଏବଂ ଓଟସ୍‌, ଗହମ ଓ ବ୍ରାଉନ୍‌ ରାଇସ୍‌ ଖାଇବା ଉଚିତ | ମାଂସ, ଅଣ୍ଡା, କ୍ଷୀରକୁ ନିଜ ଖାଦ୍ୟପେୟରେ ନିଶ୍ଚିତ ରୂପେ ସାମିଲ କରନ୍ତୁ |

– ଜଳଖିଆରେ କଞ୍ଚା ପରିବାର (green vegetables)ଏବଂ ଫଳ ଖାଆନ୍ତୁ | ଯେଉଁ ଖାଦ୍ୟରେ ଅଧିକ ମାତ୍ରାରେ ଚିନି, ଲୁଣ ଏବଂ ଫ୍ୟାଟ୍‌ ରହିଛି ସେଗୁଡିକ ଠାରୁ ଦୂରେଇ ରୁହନ୍ତୁ | ପ୍ରତିଦିନ ଦୁଇ କପ୍‌ ଫଳ, ଅଢ଼େଇ କପ୍‌ ପରିବା, ୧୮୦ ଗ୍ରାମ ରୁଟି ବା ଭାତ, ୧୬୦ ଗ୍ରାମ ମାଂସ ଏବଂ ବିନ୍‌ସ ନିଶ୍ଚିତ ରୂପେ ଖାଆନ୍ତୁ | ପରିବାଗୁଡିକୁ ଅଧିକ ସିଝାଇ ଖାଆନ୍ତି ନାହି, ଏଭଳି କରିବା ଦ୍ୱାରାରେ ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ |

- ଆଭୋକାଡୋ, ଖୁଆ, ଅଲିଭ ଅଏଲ୍‌ ଏବଂ ସୋଆବିନ୍‌ ଆଦି ଖାଆନ୍ତୁ | ଲୁଣ ଏବଂ ଚିନିକୁ ଅତ୍ୟନ୍ତ କମ୍‌ ମାତ୍ରାରେ ସେବନ କରନ୍ତୁ | ପ୍ରଚୁର ସସୋଡିଅମ୍‌ ଯୁକ୍ତ ଯେପରି ଫିସ୍‌ ସସ୍‌ ଏବଂ ସୋଆ ସସ୍‌ ଖାଇବା ଠାରୁ ଦୂରେଇ ରୁହନ୍ତୁ | ପୂରା ଦିନକ ମଧ୍ୟରେ ୫ ଗ୍ରାମ ଠାରୁ ବି କମ୍‌ ଲୁଣ ଖାଆନ୍ତୁ |

ଏଭଳି ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ |

ଶୀତ ଦିନରେ ‘ସୁପର ଫୁଡ୍’ସହିତ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

ଏହି ଜୁସ ପିଅନ୍ତୁ ଏବଂ ରୋଗଠୁ ଦୁରେଇ ରୁହନ୍ତୁ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments