1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବଳ ଏହି ଗୋଟିଏ ଜିନିଷ ଖାଇଲେ କଣ୍ଟ୍ରୋଲ ରହିବ ବ୍ଲଡ଼ ସୁଗାର,ଜାଣନ୍ତୁ ନିଶ୍ଚୟ

ଏବେ ଦେଶର ବହୁ ଲୋକ ଡାୟବେଟିସର ଶିକାର | ବ୍ଲଡ଼ ସୁଗାର ପାଇଁ ଡାକ୍ତରଙ୍କ ଉପଦେଶ ନେବା ନିହାତି ଜରୁରୀ | ପଣସ ଅଟା ମଧୁମେହ ରୋଗୀଙ୍କ ପାଇଁ ମୌହଷଧି ।

Sudesna Nayak
Sudesna Nayak
green jackfruit control High Blood Sugar

green jackfruit control High Blood Sugar

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚିକିତ୍ସା ସମ୍ପର୍କରେ କହିବୁ ଯାହା ମଧୁମେହ (Diabetics)ପାଇଁ ରାମବାଣ ସଦୃଶ ହେବ |

ସୂଚନା ଅନୁଯାୟୀ, ଏବେ ଦେଶର ବହୁ ଲୋକ ଡାୟବେଟିସ (Diabetics)ର ଶିକାର | ବ୍ଲଡ଼ ସୁଗାର (Blood Sugar)ପାଇଁ ଡାକ୍ତରଙ୍କ ଉପଦେଶ ନେବା ନିହାତି ଜରୁରୀ | ପଣସ ଅଟା ମଧୁମେହ (Diabetes)ରୋଗୀଙ୍କ ପାଇଁ ମୌହଷଧି ।

ପଣସ ଅଟା

ଗବେଷକଙ୍କ ଅନୁଯାଇ ପ୍ରତିଦିନ ପଣସ ଅଟା (Green Jackfruit FLOUR)ବ୍ୟବହାର କରିବା ଦ୍ୱାରା ଟାଇପ -2 ଡାୟବେଟିସ (Diabetics) ରୋଗୀଙ୍କୁ ବହୁତ ଫାଇଦା ମିଳିଥାଏ | ଗବେଷକଙ୍କ କହିବା ଅନୁଯାଇ ପଣସ ଅଟା (Green Jackfruit) ସବୁଦିନ ଖାଇବା ଦ୍ୱାରା ପ୍ଳାସମା ଶର୍କରା କମ କରିଥାଏ | ଗବେଷକମାନେ ପ୍ରାୟ 40 ଲୋକଙ୍କ ଉପରେ ହିଁ ଏହି ଗବେଷଣା କରିଥିଲେ | ଗୋଟିଏ ଗ୍ରୁପ୍ କୁ 12 ସପ୍ତାହ ପଣସ ଅଟା ଓ ଅନ୍ୟ ଗ୍ରୁପ କୁ ସାଧାରଣ ଅଟା ଖାଇବାକୁ ହିଁ ଦେଇଥିଲେ | ଯେଉଁମାନେ ପଣସ ଅଟା ଖାଇଥିଲେ 7 ଦିନ ଭିତରେ ସେମାନଙ୍କର ବ୍ଲଡ଼ ସୁଗାର ଲେବଲ କମିଯିବାର ଦେଖାଯାଇଥିଲା |

ପଣସ ଅଟା ର ଫାଇଦା,ଜାଣନ୍ତୁ...

1. ପଣସ ଅଟା (Green Jackfruit) ଖାଇବା ଦ୍ୱାରା ମଧୁମେହ (Diabetics) ରୋଗକୁ କଣ୍ଟ୍ରୋଲ କରାଯାଇଥାଏ |

2. ଟାଇପ-2 ଡାୟବେଟିସ (Diabetics)ରୋଗୀଙ୍କ ପାଇଁ ବହୁତ ଉପକାରୀ ପଣସ ଅଟା |

3. ବ୍ଲଡ଼ ପ୍ରେସର (Blood pressure)କୁ ମଧ୍ୟ କଣ୍ଟ୍ରୋଲ କରିଥାଏ ପଣସ ଅଟା |

4. ପଣସ ଅଟା ମୋଟାପଣକୁ ମଧ୍ୟ ବହୁ କଣ୍ଟ୍ରୋଲ ହିଁ କରିଥାଏ |

5. ପଣସ ଅଟା (Green Jackfruit FLOUR)ଖାଇବା ଦ୍ୱାରା ହାଡ ମଜବୁତ ରହିଥାଏ ଏବଂ ଏହା ସହ ଆପଣ ଦୀର୍ଘ ସମୟ ଯାଏଁ ଯୁବକ ରହିଥାନ୍ତି |

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପଣସ ଅଟା (Green Jackfruit) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

ଖାଆନ୍ତୁ ଏହି ସବୁ ଖାଦ୍ୟ,ରୋଗକୁ କହିବେ ବାଏ ବାଏ

କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଚା', ସକାଳେ ମାତ୍ର ଥରେ ପିଅନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments