1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମେଥିପାଣିରୁ ଶରୀରକୁ ମିଳେ ଏତେ ଲାଭ, ଜାଣନ୍ତି କି ?

ମେଥି ସାଧାରଣତଃ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ । ଖାଦ୍ୟରେ ସ୍ୱାଦ ପାଇଁ ବ୍ୟବହାର ବ୍ୟତୀତ ମେଥି ମଞ୍ଜି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ମେଥି ମଞ୍ଜିରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ହୋଇ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ।

Sugyan Kumar Nayak
Sugyan Kumar Nayak
Fenugreek Water

Fenugreek Water

ମେଥି ସାଧାରଣତଃ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ । ଖାଦ୍ୟରେ ସ୍ୱାଦ ପାଇଁ ବ୍ୟବହାର ବ୍ୟତୀତ ମେଥି ମଞ୍ଜି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ମେଥି ମଞ୍ଜିରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ହୋଇ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ। ମେଥି ମଞ୍ଜି ଆମ ଚର୍ମ ତଥା କେଶ ପାଇଁ ଲାଭଦାୟକ ହୋଇଥାଏ । ଆପଣ ମେଥି ପାଣି ମଧ୍ୟ ପିଇପାରିବେ । ଆସନ୍ତୁ ଜାଣିବା ମେଥି ଜଳର ଆମ ଶରୀର ପାଇଁ କ’ଣ ଲାଭ ରହିଛି ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ ।

ମେଥି ପାଣି ପ୍ରସ୍ତୁତ କରିବା ବିଧି

ଏକ ପ୍ୟାନରେ ମେଥି ମଞ୍ଜି ରଖନ୍ତୁ । ଏହି ମଞ୍ଜିଗୁଡ଼ିକୁ ଗରମ କରି ବାହାର କରିଦିଅ । ଏବେ ଏହି ମଞ୍ଜିଗୁଡ଼ିକୁ ଏକ ବ୍ଲେଣ୍ଡରରେ ରଖନ୍ତୁ ଏବଂ ଭଲଭାବରେ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏକ ଗ୍ଲାସ ଉଷୁମ ପାଣିରେ ୧ ଚାମଚ ମେଥି ପାଉଡର ପକାଇ ମିଶାନ୍ତୁ । ଏହିପରି ପ୍ରସ୍ତୁତ ହୋଇଥାଏ ମେଥି ପାଣି। ସର୍ବାଧିକ ଲାଭ ପାଇବା ପାଇଁ ଆପଣ ଏହାକୁ ସକାଳ ସମୟରେ ପାନ କରିବା ଆବଶ୍ୟକ ।

ମେଥି ପାଣି ପିଇବାର ଲାଭ

ମେଥି ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ଦୀର୍ଘ ସମୟ ଧରି ଭରି ରହିଥାଏ । ମେଥି ଫାଇବରରେ ଭରପୂର ରହିଥାଏ ଯାହାକି ଆପଣଙ୍କୁ ପେଟ ବହୁ ସମୟ ଧରି ଭରି ରହିଥିବା ଭଳି ଅନୁଭବ ଦେଇଥାଏ। ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ଯେତେବେଳେ ପେଟ ଭରି ରହିବା ଭଳି ଆପଣ ଅନୁଭବ କରନ୍ତି, ଆପଣ ଅଧିକ କ୍ୟାଲୋରୀ ଖାଦ୍ୟ ଖାଆନ୍ତି ନାହିଁ। ଏପରି ପରିସ୍ଥିତିରେ, ଆପଣ ଅସ୍ୱାସ୍ଥ୍ୟକର ବାହାର ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ । ମେଥି ମଞ୍ଜିରେ ପୋଷକ ତତ୍ତ୍ୱ ରହିଥାଏ ଯାହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା କେଶକୁ ମୋଟା ଏବଂ ବିଭିନ୍ନ କେଶ ସମସ୍ୟାକୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

ମେଥି ପାଣି ଆପଣଙ୍କ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ହଜମ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା କୋଷ୍ଠକାଠିନ୍ୟ ଏବଂ ଅଜୀର୍ଣ୍ଣତା ଭଳି ଅନ୍ୟ ହଜମ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ମେଥି ମଞ୍ଜି ଏକ ଭଲ ଉପଚାର ହୋଇଥାଏ । ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମେଥି ବହୁତ ମାତ୍ରାରେ ସାହାଯ୍ୟ କରିଥାଏ । ମେଥି ମଞ୍ଜିରେ ଆମିନୋ ଏସିଡ୍ ଭରପୁର ମାତ୍ରାରେ ରହିଥାଏ ଯାହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ମେଥି ପାଣି ବହୁତ ଲାଭଦାୟକ ହୋଇଥାଏ। କିଡନୀ ଷ୍ଟୋନ୍ ର ଚିକିତ୍ସାରେ ମେଥିର ସେବନ ବହୁତ ଫଳପ୍ରଦ ସାବ୍ୟସ୍ତ ହୁଏ । ମେଥି ମଞ୍ଜି କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।

ଏହି ପାଣି ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ମେଥି ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ଶରୀରରୁ ସମସ୍ତ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସମ୍ବନ୍ଧୀୟ ସମସ୍ୟା, କଳା ଦାଗ ଏବଂ କୁଞ୍ଚନକୁ ହେବାରୁ ଅଟକାଇ ଥାଏ । ମେଥି ମଞ୍ଜିରେ ପ୍ରାକୃତିକ ଦ୍ରବଣୀୟ ଫାଇବର ଥାଏ ଯାହା ଆପଣଙ୍କ ହୃତପିଣ୍ଡ ପାଇଁ ଭଲ ହୋଇଥାଏ। ତାହା ହୃଦଘାତରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । ମେଥି ପାଣି ପିଇବା ଦ୍ୱାରା ମଧ୍ୟ ଖରାପ କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ ଏବଂ ହୃଦଘାତର ଆଶଙ୍କାକୁ କମ୍ କରିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments