ମଣିଷ ଶରୀର ପାଇଁ ସବୁଜ ପାରିବା ସ୍ୱାସ୍ଥ୍ୟ କର ହୋଇଥାଏ | ସବୁଜ ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇନଥାଏ | ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ | ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ(Bottle Gourd) ଅନ୍ୟତମ | ଲାଉରେ (Bottle Gourd)ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ |
ସୂଚନାନୁଯାୟୀ , ଲାଉ (Bottle Gourd benefits) ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ | ଲାଉ ହୃଦ୍ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ | ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ | ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ (Bottle Gourd benefits) ଖାଇବା ଦରକାର | ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ | ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ପୁରା ସମାନ ହୋଇଥାଏ | କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ ମଧ୍ୟ କମ୍ ହୋଇଥାଏ |
ଲାଉରେ (Bottle Gourd benefits) ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ | ଏହାକୁ ଆପଣ ଓଜନ ହ୍ରାସ ଡଏଟ୍ରେ ମଧ୍ୟ ସାମିଲ୍ କରିପାରିବେ | ଲାଉ ଜୁସ୍ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ | ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍ ପିଇପାରିବେ |
ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ (GourdBottle Gourd benefits) ଖାଇବା ଅଭ୍ୟାସ କରନ୍ତୁ | ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି | ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ |
ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଲାଉ ଜୁସ୍ (Bottle Gourd juice )ସାହାଯ୍ୟ କରେ | ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ | ଫଳରେ ତ୍ୱଚାରେ ଚମକ ଆସେ | ଲାଉରେ ଭିଟାମିନ୍, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ | ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ | ଏଣୁ ପ୍ରତିଦିନ ଲାଉ ଜୁସ୍ (Bottle Gourd juice)ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି |