1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡପ୍ରେସର କଣ୍ଟ୍ରୋଲ କରେ ଏହି ଜୁସ୍, ନିଶ୍ଚୟ ପିଅନ୍ତୁ

ଖୁବ କମ ଲୋକ ଜାଣନ୍ତି ଯେ, ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ଲାଉର ବିଶେଷ ଭୂମିକା ରହିଛି । ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ଯାହାଯ୍ୟ କରେ । ତେବେ ଚାଲନ୍ତୁ ଜାଣିବା ଲାଉ ଜୁସ୍‌ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ...

Sudesna Nayak
Sudesna Nayak
health benefits of lauki juice to control thyroid

health benefits of lauki juice to control thyroid

ଖୁବ କମ ଲୋକ ଜାଣନ୍ତି ଯେ, ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ଲାଉ (lauki juice)ର ବିଶେଷ ଭୂମିକା ରହିଛି । ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ଯାହାଯ୍ୟ କରେ । ଏଥିରେ ପାଣିର ମାତ୍ରା ଅଧିକ ରହିଥାଏ । ଲାଉରେ ଭିଟାମିନ୍ ‘ବି’,‘ସି’,ଆଇରନ୍‌, ସୋଡିୟମ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ତେବେ ଚାଲନ୍ତୁ ଜାଣିବା ଲାଉ ଜୁସ୍‌ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ...

ସୂଚନା ଅନୁଯାୟୀ, ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଓଜନ୍ କମ୍ କରିବାକୁ ଚାହୁଁଥିଲେ, ଏଥିପାଇଁ ଲାଉ (lauki)ବହୁତ୍ ଲାଭଦାୟକ ହୋଇଥାଏ । ଲାଉ ଜୁସ୍‌ (lauki juice)କୁ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

-ମୁଣ୍ଡ ବ୍ୟଥା ସମସ୍ୟାର ସମ୍ମୁଖୀନ କରୁଥିଲେ, ପ୍ରତିନିଦ ଲାଉ ଜୁସ୍ (lauki juice)ସେବନ କରିବା ବହୁତ୍ ଲାଭଦାୟକ ହୋଇଥାଏ । ଏହା ପିଇବା ଦ୍ୱାରା ଏହା ଶରୀରକୁ ଥଣ୍ଡା ରଖିବା ସହିତ, ମୁଣ୍ଡ ବ୍ୟଥା ସମସ୍ୟାକୁ କମ୍ କରିବାରେ ସହାୟକ ହୋଇଥାଏ ।

-ଲାଉ ଜୁସ୍ (lauki juice)ହୃଦୟ ସମ୍ବନ୍ଧୀୟ ରୋଗ ବେମାରୀ ପାଇଁ ଉପକାରୀ ହୋଇଥାଏ । ଏହା ପ୍ରତିଦିନ ପିଇବା ଦ୍ୱାରା, ବ୍ଲଡପ୍ରେସର (Blood Pressure) କଣ୍ଟ୍ରୋଲରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧିୟ ଅନେକ୍ ରୋଗ ବେମାରୀରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

-ଲାଉ ଜୁସ୍ (lauki juice) ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

-ବିଶ୍ବାସ କରାଯାଏ ଯେ ଥାଇରଏଡ୍ ଓଜନ ବୃଦ୍ଧି କରାଇଥାଏ । ଅଧିକାଂଶ ଲୋକ ଏହାକୁ ଔଷଧ ଦ୍ବାରା ନିୟନ୍ତ୍ରଣ କରୁଥିବା କିଛି ଲୋକ ସେମାନଙ୍କର ଖାଦ୍ୟରେ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଆପଣ ଏଥିପାଇଁ ଲାଉ ଜୁସ୍ (lauki juice) ମଧ୍ୟ ପିଇପାରିବେ ।ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏହା ବ୍ୟତୀତ ବିଟ୍ ରୁଟ୍ ଏବଂ ଗାଜର ରସ ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ । ଏହି ଦୁଇଟି ରସ ଥାଇରଏଡ୍ ପାଇଁ ବହୁତ ଲାଭଦାୟକ । ଏହାକୁ ପିଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ପାଇଥାଏ ଏବଂ ଆଇରନ୍‌ର ଅଭାବ ପୂରଣ ହୋଇଥାଏ ।

ଲାଉ ଜୁସ୍ ପ୍ରସ୍ତୁତି ପ୍ରଣାଳୀ-

ଲାଉ (lauki)ର ଚୋପା ଛଡେଇ ଛୋଟଛୋଟ କାଟି ରଖିବେ । ଏହାପରେ କଟା ଲାଉରେ ପୁଦିନା ପତ୍ର ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଏହି ମିଶ୍ରଣରେ ଜିରା ପାଉଡର,ଲୁଣ,ଗୋଲମରିଚ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଲାଉ ଜୁସ୍ (lauki juice) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲେମ୍ବୁ

ଭାଗ୍ୟ ବଦଳାଇବ ଲବଙ୍ଗ,କେବଳ କରନ୍ତୁ ଏହି କାମ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments