1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଭାଗ୍ୟ ବଦଳାଇବ ଲବଙ୍ଗ,କେବଳ କରନ୍ତୁ ଏହି କାମ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗରେ କିଛି ଉପାୟ ବିଷୟରେ ଚାଲନ୍ତୁ ଜାଣିବା...

Sudesna Nayak
Sudesna Nayak
health benefits of clove vastu tips for luck

health benefits of clove vastu tips for luck

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ (clove)ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି । ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ (clove) ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ହିଁ ଆମ ଜୀବନରେ ଅନେକ ସମସ୍ୟାମାନ ଉପୁଜିଥାଏ । ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବା, ପାରିବାରିକ ଅଶାନ୍ତି ଦେଖାଦେବା ଆଦି ହିଁ ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ । ତେବେ ବାସ୍ତୁ ଅନୁସାରେ ବିଭିନ୍ନ ଉପାୟର ସାମାଧାନ ହୋଇପାରିବ । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗ (clove)ରେ କିଛି ଉପାୟ ବିଷୟରେ ଚାଲନ୍ତୁ ଜାଣିବା...

ସୂତ୍ର ଅନୁୟାୟୀ, ଅଧିକାଂଶ ସମୟ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ପରିଶ୍ରମ ଅନୁସାରେ ଆମେ ଫଳ ଲାଭ କରି ନଥାଉ ।

ବାସ୍ତୁ ଅନୁଯାୟୀ ପ୍ରତିଦିନ ହନୁମାନଙ୍କ ନିକଟରେ ସୋରିଷ ତେଲରେ ଦୁଇଟି ଲବଙ୍ଗ ପକାଇ ଦୀପଟିଏ ଜଳାନ୍ତୁ ଓ ହନୁମାନ -ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବ ।

ବାସ୍ତୁ ଅନୁଯାୟୀ ପ୍ରତିଦିନ ଲବଙ୍ଗକୁ ସନ୍ଧ୍ୟା ସମୟରେ ଆଳତି କରନ୍ତୁ । ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ ।

ବାସ୍ତୁ ଅନୁଯାୟୀ ଗୁରୁବାର ଦିନ (Thursday) ୫ ଟି ଲବଙ୍ଗ (clove) ଓ କଉଡ଼ିକୁ ଗୋଟିଏ ନାଲି କପଡ଼ାରେ ବାନ୍ଧି ମାଆ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

ବାସ୍ତୁ ଅନୁଯାୟୀ ଗୁରୁବାର ଦିନ (Thursday) କର୍ପୁର ଓ ଲବଙ୍ଗ ଘରର ମୁଖ୍ୟ ଦ୍ଵାରରେ ଜଳାଇବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ଏହି ଫୁଲକୋବି

ତ୍ୱଚା ଉଜ୍ଜଳ କରିବ ପାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments