1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ୱଚା ଉଜ୍ଜଳ କରିବ ପାନ

ଭାରତୀୟ ସଂସ୍କୃତିରେ ପାନ ଏକ ଅବିଛେଦ୍ୟ ଅଂଶ | ଭାରତରେ ପାନ ଖାଇବା ବହୁତ ଲୋକଙ୍କର ଅଭ୍ୟାସ | କିଛି ଲୋକଙ୍କର କହିବା ଅନୁଯାୟୀ ଖାଇବା ପରେ ପାନ ଖାଇଲେ ଏହା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ |

Rajashree
Rajashree
Know about betel leaf benefits

Know about betel leaf benefits

ଆମ ଦେଶରେ ପାନର ବହୁତ ଗୁରୁତ୍ୱ ରହିଛି | ଭାରତୀୟ ସଂସ୍କୃତିରେ ପାନ ଏକ ଅବିଛେଦ୍ୟ ଅଂଶ | ଭାରତରେ ପାନ (Betel Leaf)ଖାଇବା ବହୁତ ଲୋକଙ୍କର ଅଭ୍ୟାସ | କିଛି ଲୋକଙ୍କର କହିବା ଅନୁଯାୟୀ ଖାଇବା ପରେ ପାନ(Betel Leaf) ଖାଇଲେ ଏହା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ |

କିନ୍ତୁ ଆପଣ ଜାଣିଛନ୍ତି କି ପାନ କେବଳ ହଜମ କ୍ରିୟାକୁ ସକ୍ରିୟ କରିନଥାଏ ଏଥିରେ ଥିବା ପୋଷକତତ୍ୱ ତ୍ୱଚାରେ ଚମକ ଆଣିବାର ମଧ୍ୟ କାର୍ଯ୍ୟ କରିଥାଏ |


- ପାନର (Betel Leaf)ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଚର୍ମକୁ ଉଜ୍ବଳ କରିବା ଉପାଦାନ ଥାଏ | ଚର୍ମରେ ଥିବା କଳା ଦାଗକୁ ଦୂର କରିବାରେ ପାନ ପତ୍ର(Betel leaf benefits)ସହାୟକ ହୋଇଥାଏ | ଚର୍ମ ସଂକ୍ରମଣ ଏବଂ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ମଧ୍ୟ ପାନ ପତ୍ର ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ | ପାନରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଚର୍ମ ଆଲର୍ଜିକୁ ଭଲ କରିଥାଏ | ପାନ ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଫୁଲା ସମସ୍ୟାକୁ ହ୍ରାସ କରିଥାଏ।

- ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି ସେମାନେ ପ୍ରତିଦିନ ସକାଳୁ ଗୋଟିଏ ପାନ ପତ୍ର (Betel Leaf)ଚୋବାଇ ଖାଆନ୍ତୁ | ପାନପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଆମର କାଶ ଭଳି ସମସ୍ୟାକୁ ଦୂର କରେ |

- ପାନ ପତ୍ରରେ (Betel leaf benefits )ଚିନି ଦାନା ସଦୃଶ ଚୂନ ମିଶେଇ ପ୍ରତିଦିନ ସେବନ କଲେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦୂର ହେବ | ଯଦି ଆପଣଙ୍କ ଗଳା ବସିଜାଇଛି ବା ଗଳା ସଂକ୍ରମଣ ହୋଇଛି ତେବେ ଆପଣ ଗୋଟିଏ ପାନ ପତ୍ରକୁ ଏକ ଗ୍ଲାସ୍ ପାଣିରେ ଫୁଟେଇ ସେହି ପାଣିରେ ଗଳଗଳ କରନ୍ତୁ | ସେହିପରି ଚର୍ମଜନିତ ସମସ୍ୟା ଏବଂ ମୁହଁର ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ |

– ପାନ ପତ୍ରକୁ (Betel leaf benefits )ଶୁଖାଇ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ | ଏଥିରେ ହଳଦୀ ଏବଂ ମହୁ ମିଶାଇ ଏହାକୁ ତ୍ୱଚାରେ ଲଗାନ୍ତୁ | ଏହି ପେଷ୍ଟକୁ ୨ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ | ଏହାଦ୍ବାରା କଳାଦାଗ ଦୂର ହେବା ସହ ମୁହଁ ଉଜ୍ବଳ ହେବ | ପାନ ପତ୍ରକୁ (Betel Leaf)ବାଟି ଚର୍ମରେ ଭଲ ଭାବରେ ଲଗାନ୍ତୁ। ଗୋଟିଏ ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ , ଏହା କରିବା ଦ୍ୱାରା ଚର୍ମରେ ଚକମ ଆସିଥାଏ | ପାନ ପତ୍ରକୁ ଫୁଟାଇ ଏହାର ପାଣିରେ ମୁଖ ଧୋଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ |

ସ୍ୱାସ୍ଥ୍ୟ ଉପରେ ପାନର ପ୍ରଭାବ

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି, କୌଣସି ରୋଗ ପାଖ ମାଡିବନି...

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments