1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ଏହି ଫୁଲକୋବି

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ପୁଲକୋବି ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ |

Sudesna Nayak
Sudesna Nayak
diabetics people eat culiflower

diabetics people eat culiflower

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ପୁଲକୋବି (Culiflower)ମଧୁମେହ (Diabetics)ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ |

- ସାଧାରଣତଃ ଫୁଲ କୋବି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି | ଫୁଲକୋବି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ଚାହିଦା ମଧ୍ୟ ବେଶ ଅଧିକ ରହିଛି, କିନ୍ତୁ ଜାଣିଛନ୍ତି କି ଏହି ଫୁଲକୋବି (benefits of culiflower)ଆପଣଙ୍କୁ ବଡ ବଡ ରୋଗରୁ ବି ରକ୍ଷା କରିବାର କ୍ଷମତା ରଖିଥାଏ |

- ଫୁଲକୋବିରେ(culiflower) କ୍ୟାଲୋରୀ କମ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଛି | ମଣିଷ ଶରୀରକୁ ଆବଶ୍ୟକ ଥିବା ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଫୁଲକୋବିରୁ ମିଳିଥାଏ | ଏକ କପ୍ ଫୁଲକୋବିରେ 77 %ଭିଟାମିନ୍ ସି, 20 % ଭିଟାମିନ୍ କେ, 14 % ଫୋଲେଟ୍, 9 % ପୋଟାସିୟମ୍ ଏବଂ 8 % ମାଙ୍ଗାନିଜ୍ ରହିଥାଏ | ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଏ ସମସ୍ତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥିବାରୁ ଫୁଲକୋବିର ଚାହିଦା ବହୁତ |

- ଫୁଲକୋବିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି | ଫାଇବର ଶରୀରରେ ସୁସ୍ଥ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ ଏବଂ ହଜମ ଶକ୍ତି ବଢ଼ାଇଥାଏ | ଫୁଲକୋବିରେ (culiflower)ପର୍ଯ୍ୟାପ୍ତ ପରିମାଣର ଫାଇବର ଥିବା ଯୋଗୁଁ କୋଷ୍ଠକାଠିନ୍ୟ, ଡାଇଭର୍ଟିକୁଲାଇଟିସ୍ ଭଳି ସମସ୍ୟା ମୂଳରୁ ସମାଧାନ ହୋଇଯାଇଥାଏ |

ଫୁଲକୋବି ମଧୁମେହ ବା ଡାଇବେଟିସ (Cauliflower for diabetes patient)କଣ୍ଟ୍ରୋଲ କରିବା ସହ କିଡନୀ ରୋଗର ଆଶଙ୍କାକୁ କମ କରିଥାଏ ,ଏହା ସହ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଟ୍ୟୁମର ଭଳି ସମସ୍ୟାକୁ ବଢ଼ିବାରେ ରୋକିଥାଏ |ଫୁଲ କୋବି ଶରୀରର ଉଚ୍ଚ ରକ୍ତଚାପକୁ ମଧ୍ୟ ନିନ୍ତ୍ରୟଣ ରଖିବାର ସାହାର୍ଯ୍ୟ କରିଥାଏ |

- ଫୁଲକୋବିରେ (benefits of culiflower) ଗ୍ଲୁକୋସିନୋଲେଟସ ଏବଂ ଆଇସୋଥିୟୋସାଇନେଟ ଅଛି | ଫୁଲ କୋବିରେ ଥିବା ଉଭୟ ଆଣ୍ଟିଅକ୍ସିଡେଣ୍ଟ କ୍ୟାନସର ଭଳି ମାରାତ୍ମକ କୋଷକୁ ବଢ଼ିବାରେ ରୋକିଥାଏ | ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ଲୁକୋସିନୋଲେଟ୍ସ ଏବଂ ଆଇସୋଥାଇଓସିଆନେଟ୍ କୋଲନ୍, ଫୁସଫୁସ, ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ଉପରେ ଫୁଲକୋବି ବେଶ ପ୍ରଭାବ ପକାଇଥାଏ |

- ଫୁଲକୋବିରେ (benefits of culiflower) ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି | ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ ଏହା ସହ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରେ |

- ଫୁଲକୋବି ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଫୁଲକୋବି (culiflower) ବହୁତ କମ୍ ପରିମାଣରେ କ୍ୟାଲୋରୀ ଥାଏ, ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣ ଏହାକୁ ପ୍ରଚୁର ପରିମାଣରେ ଖାଆନ୍ତୁ | ଫୁଲକୋବିରେ ଫାଇଭର ଭରପୁର ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଶୀଘ୍ର ଭୋକ ଲାଗି ନଥାଏ | ଫୁଲକୋବିରେ ଜଳୀୟ ପଦାର୍ଥ ଅଧିକ ପରିମାଣରେ ଥିବାରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ |

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଫୁଲକୋବି (Cauliflower)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

କେବଳ ଏହି ଗୋଟିଏ ଜିନିଷ ଖାଇଲେ କଣ୍ଟ୍ରୋଲ ରହିବ ବ୍ଲଡ଼ ସୁଗାର,ଜାଣନ୍ତୁ ନିଶ୍ଚୟ

ତ୍ୱଚା ଉଜ୍ଜଳ କରିବ ପାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments