1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲେମ୍ବୁ

ଲେମ୍ବୁ ଆପଣଙ୍କୁ ବିଭିହ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରିବାର କ୍ଷମତା ରଖିଥାଏ । ଲେମ୍ବୁ ପାଣି ଏସିଡିଟି, ପେଟ ଫୁଲିବା ପରି ସମସ୍ୟାକୁ ଭଲ କରିଥାଏ |

Rajashree
Rajashree
Health benefits of lemon water

Health benefits of lemon water

ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଛନ୍ତି | ଖାଦ୍ୟପେୟର ଉପଯୁକ୍ତ ସନ୍ତୁଳନ ରହୁନଥିବାରୁ ଅଧିକାଂଶ ସମୟରେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି | ଏହି ସବୁ ରୋଗ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟରେ ଓଜନ ବଢିବା ସମସ୍ୟା ସାଧାରଣତଃ ସବୁ କ୍ଷେତ୍ରରେ ଦେଖାଯାଇଥାଏ | ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରିଥାନ୍ତି |

ଅଧିକାଂଶ ଲୋକ ଡାଏଟିସିଆନ୍ ଓ ମେଡିସିନ୍‌ର ସାହାଯ୍ୟ ନେଇଥା’ନ୍ତି , କିନ୍ତୁ ଏସବୁ ରକ୍ଷା ପାଇବା ପାଇଁ ସହଜ ଉପାୟ ଲେମ୍ବୁ (Lemon) ହୋଇଥାଏ , ଲେମ୍ବୁ ଆପଣଙ୍କୁ ବିଭିହ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରିବାର କ୍ଷମତା ରଖିଥାଏ । ଲେମ୍ବୁ ପାଣି  ଏସିଡିଟି, ପେଟ ଫୁଲିବା ପରି ସମସ୍ୟାକୁ ଭଲ କରିଥାଏ |

- ଲେମ୍ବୁ (Lemon) ମଣିଷ ଶରୀରର ପିଏଚ୍‌ ସ୍ତରକୁ ନିୟନ୍ତ୍ରଣ କରିଥାଏ | ଲେମ୍ବୁରେ(Lemon) ଥିବା ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ଜିଙ୍କ୍‌ ପରି ତତ୍ତ୍ୱ ଶରୀରରେ ଅଲଗା ଅଲଗା ଆବଶ୍ୟକତାକୁ ପୂରଣ କରିଥାଏ |

- ପ୍ରତିଦିନ ଲେମ୍ବୁ ପାଣି (lemon water)ପିଇବା ଦ୍ୱାରା କିଡ୍‌ନୀ ଷ୍ଟୋନ୍‌ କମ ହୋଇଥାଏ | ଅର୍ଥାତ ଶରୀରରେ ଷ୍ଟୋନ ଜନିତ ସମସ୍ୟା ଦୂର କରିବାରେ ଲେମ୍ବୁ ସାହାର୍ଯ୍ୟ କରିଥାଏ |

- ଲେମ୍ବୁ (Lemon) ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ଥାଏ |

- ଲେମ୍ବୁରେ (Lemon) ଥିୟାମିନ୍‌, ନୟାସିନ୍‌, ରିବୋଫ୍ଲୋବିନ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ଇ ରହିଛି | ଯାହା କୋଷ୍ଠକାଠିନ୍ୟ, କିଡ୍‌ନୀ ସମସ୍ୟା, ଗଳା ଓ ପାଟି ଜନିତ ସମସ୍ୟାକୁ ଭଲ କରିଥାଏ |

- ଲେମ୍ବୁ (Lemon) ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଡିପ୍ରେସନ୍‌ ଦୂର ହୋଇଥାଏ |

- ଲେମ୍ବୁର(Lemon) ନିୟମିତ ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କ ସୁଗାର ନିୟନ୍ତ୍ରିତ ହୋଇଥାଏ।

ଅନ୍ୟପକ୍ଷେ ,ଲେମ୍ବୁ ପାଣି ପିଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଥାଏ |

- ଯଦି ଲେମ୍ବୁ ପାଣି (Leon water) ପିଉଛନ୍ତି, ତେବେ ମନେ ରଖନ୍ତୁ ପିଇବାର ତୁରନ୍ତ ପରେ ଦାନ୍ତକୁ ବ୍ରସ୍‌ କରନ୍ତୁ ନାହିଁ |

- ଲେମ୍ବୁ ପାଣି (Leon water)ସମସ୍ତଙ୍କ ପାଇଁ ଉପକାରୀ ହୋଇନଥାଏ | କିଛି ଲୋକଙ୍କର ଲେମ୍ବୁରେ(Lemon) ଆଲର୍ଜି ରହିଥାଏ ତେଣୁ ଲେମ୍ବୁ ପାଣି ପିଇବା ଦ୍ୱାରା ଗଳା ଖରାପ ହେବାର ଆଶଙ୍କା ରହିଥାଏ |

- ସେହିପରି ଯଦି ଅଲସର୍‌ ରୋଗରେ ପୀଡ଼ିତ ଅଛନ୍ତି, ତେବେ ଲେମ୍ବୁ (Lemon)ବିଲକୁଲ ବି ଖାଆନ୍ତୁ ନାହିଁ |

- ଲେମ୍ବୁରେ (Lemon) ସାଇଟ୍ରିକ୍‌ ଏସିଡ୍‌ ଅଧିକ ଥିବାରୁ ଏହା ଦାନ୍ତ ଓ ପେଟକୁ କ୍ଷତି ପହଞ୍ଚାଇଥାଏ |

ଲେମ୍ବୁ ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ !!

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ଉପୁଜିଥାଏ ଏହି ସବୁ ସମସ୍ୟା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments