1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ଉପୁଜିଥାଏ ଏହି ସବୁ ସମସ୍ୟା

ଲେମ୍ବୁ ପାଣି ପିଇଲେ ଓଜନ କମିବା ସହ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଅତ୍ୟଧିକ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ ।

Sudesna Nayak
Sudesna Nayak
side effects of drinking too much lemon watern

side effects of drinking too much lemon watern

ଲେମ୍ବୁ ପାଣି (Lemon water)ପିଇଲେ ଓଜନ କମିବା ସହ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଅତ୍ୟଧିକ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ । ଏହା ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟାର କାରଣ ହୋଇପାରେ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି ।

-ଦିନକୁ ୨ ଥର ଲେମ୍ବୁ ପାଣି ପିଉଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ୍ ଥିବା ବେଳେ ୪ ରୁ ୫ ଥର ଲେମ୍ବୁ ପାଣି (Lemon water)ପିଇବା ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

-ଦାନ୍ତ ସମସ୍ୟା ଥିବା ବ୍ୟକ୍ତି ଲେମ୍ବୁ ପାଣି (Lemon water) ପିଇବା ଉଚିତ ନୁହେଁ । ଲେମ୍ବୁ ରସରେ ସାଇଟ୍ରିକ୍ ଏସିଡ୍ ବା ଅମ୍ଲ ପରିମାଣ ଅଧିକ ଥାଏ । ଏହା ଦାନ୍ତର ଏନାମେଲ୍‌କୁ ନଷ୍ଟ କରି ଦେଇଥାଏ । ତେଣୁ ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ଦାନ୍ତ ଘଷନ୍ତୁ ନାହିଁ ।

-ଦୁଇ ଥରରୁ ବେଶୀ ଲେମ୍ବୁ ପାଣି (Lemon water) ପିଇଲେ ବୃକ୍‌କ ଓ ଯକୃତ ଉପରେ ଖରାପ ପ୍ରଭାବ ପଡ଼େ ।

-ପାଚନକ୍ରିୟା ଉପରେ ଖରାପ ପକାଇ ପାରେ ଅତ୍ୟଧିକ ଲେମ୍ବୁ ପାଣି (Lemon water)। ବାରମ୍ବାର ପରିଶ୍ରା ଲାଗେ ।

-ଅତ୍ୟଧିକ ଥଣ୍ଡା ବା ଅତ୍ୟଧିକ ଗରମ ଲେମ୍ବୁ ପାଣି (Lemon water) ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସବୁବେଳେ ନଖ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ।

-ଅଧିକ ମାତ୍ରାରେ ଲେମ୍ବୁ ପାଣି (Lemon water) ପିଇଲେ ଶରୀରେ ଥିବା ଜରୁରୀ ପୋଷକ ତତ୍ତ୍ୱ ଶୁଷ୍କ ହୋଇଯାଏ ଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଯାଏ । ଖାଲି ସେତିକି ନୁହେଁ ଏହା ଫଳରେ ଷ୍ଟୋନ୍‌ ହେବାର ମଧ୍ୟ ଆଶଙ୍କା ରହିଛି ।

-ଅମ୍ଲଯୁକ୍ତ ଲେମ୍ବୁ ପାଣି (Lemon water) ଅଲସର ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ ।

-ଅନେକ ସମୟରେ ତେଲଯୁକ୍ତ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଉଦ୍ଦେଶ୍ୟରେ ଆମ୍ଭେମାନେ ଲେମ୍ବୁ ପାଣି (Lemon water)ପିଇଥାନ୍ତି । ମାତ୍ର ଆମେ ଭୁଲି ଯାଉ ଯେ, ଏହା ଫଳରେ ପେଟରେ ଅମ୍ଳର ମାତ୍ରା ବଢ଼ିଯାଏ ।

-ଗ୍ୟାଷ୍ଟ୍ରିକ୍ ସମସ୍ୟା, ଛାତି ପୋଡ଼ିବା ଆଦି ଥିଲେ ଲେମ୍ବୁ ପାଣି (Lemon water) ପିଅନ୍ତୁ ନାହିଁ ।

-ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଲେମ୍ବୁ ପାଣି (Lemon water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବାଦାମ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଜୀବନ ନେଇପାରେ କଫି, ଅତ୍ୟଧିକ କଫି ପିଇବା ଦ୍ୱାରା ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments