1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜୀବନ ନେଇପାରେ କଫି, ଅତ୍ୟଧିକ କଫି ପିଇବା ଦ୍ୱାରା ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ...

ଆପଣମାନେ କଫି ପିଉଛନ୍ତି କି ? ଯଦି ହଁ, ତେବେ ଆପଣମାନଙ୍କୁ ହୋଇପାରେ କ୍ୟାନ୍‌ସର ।

Sudesna Nayak
Sudesna Nayak
disadvantages of coffee causes cancer

disadvantages of coffee causes cancer

ଆପଣମାନେ କଫି (Coffee)ପିଉଛନ୍ତି କି ? ଯଦି ହଁ, ତେବେ ଆପଣମାନଙ୍କୁ ହୋଇପାରେ କ୍ୟାନ୍‌ସର (Cancer) ।ଆମେରିକା କାଲିଫର୍ଣ୍ଣିଆର ଜଣେ ଜଜ୍‌ ରାଜ୍ୟରେ କଫି ବିକ୍ରି କରିବା ସମୟରେ କଫିରେ କ୍ୟାନ୍‌ସର ଚେତାବନୀ ଦେବାକୁ ଆଦେଶ ଦେଇଛନ୍ତି । ଏକ ଏନଜିଓ ତରଫରୁ କିଛି କଫି ସପ୍‌ ବିରୋଧରେ କରାଯାଇଥିବା ଅଭିଯୋଗର ଶୁଣାଣୀରେ ଜଜ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହା ପଛରେ କାରଣ ହେଉଛି କଫିରେ ଥିବା acrylamide ନାମକ ଏକ ପଦାର୍ଥ । କାଲିଫର୍ଣ୍ଣିଆ ରାଜ୍ୟରେ ସେହି ସବୁ ସାମଗ୍ରୀର ଲିଷ୍ଟ କରାଯାଇଛି, ଯାହାଦ୍ୱାରା କ୍ୟାନ୍‌ସର (Cancer)ହେବାର ସମ୍ଭାବନା ରହିଛି । ଆଉ ଏଥିରେ acrylamideକୁ ମଧ୍ୟ ସାମିଲ କରାଯାଇଛି । ଏହି କାରଣରୁ କଫି ଏବଂ କ୍ୟାନ୍‌ସରର ସମ୍ପର୍କକୁ ନେଇ ଯୁକ୍ତିତର୍କ ବଢିବାରେ ଲାଗିଛି । ଚାଲନ୍ତୁ ଜାଣିବା କଣ ସତରେ କଫି ପିଇଲେ କ୍ୟାନ୍‌ସର ହେବ?

ଓ୍ଵାସିଂଟନପୋଷ୍ଟ ଡଟ୍‌କମ୍‌ର ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସାଇନ୍ସର ରିପୋର୍ଟ କଫିରୁ କ୍ୟାନ୍‌ସର ହେଉଥିବା ଖବରର ସପକ୍ଷରେ ନାହିଁ । କେମିଷ୍ଟ ମିଶେଲେ ଫ୍ରେନ୍‌ସଲ ପକ୍ଷରୁ ୱେବସାଇଟରେ କୁହାଯାଇଛି ଯେ, acrylamide ଶବ୍ଦ ଶୁଣିବାକୁ ଅତ୍ୟନ୍ତ ଭୟାବହ ଅଟେ । କିନ୍ତୁ ପାଣିକୁ ମଧ୍ୟ oxidaneର କୁହାଯାଇଥାଏ, ଯାହା ଶୁଣିବାକୁ ଭଲ ଲାଗିନଥାଏ ।
ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, ଜଜ୍‌ ଙ୍କ ଏଭଳି ନିଷ୍ପତ୍ତି କାରଣରୁ ଲୋକମାନଙ୍କୁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଉଚିତ ନୁହେଁ ।

ପ୍ରକୃତରେ କଫି ଅଧିକମାତ୍ରାରେ acrylamide ସେବନ ଦ୍ୱାରା କ୍ୟାନ୍‌ସର (Cancer) ହେବାର ସମ୍ଭାବନା ରହିଛି । ସାଧାରଣତଃ କଫିରେ ଏହାର ମାତ୍ରା ଅଳ୍ପ ରହିଥାଏ । ବୋଷ୍ଟନର ଜଣେ ପ୍ରଫେସର କହିଛନ୍ତି ଯେ, କଫିରୁ କ୍ୟାନ୍‌ସର ହେଉଥିବା ଏହି ଥିଓରି ଶକ୍ତ ନୁହେଁ । ଏହା ଉପରେ ଆହୁରି ଅଧିକ ରିସର୍ଚ କରିବାର ଆବଶ୍ୟକତା ରହିଛି ।

ଆମେରିକାର ନ୍ୟାସନାଲ କଫି ଆସୋସିଏସନ କହିଛି ଯେ, କଫିରେ କ୍ୟାନ୍‌ସର (Cancer) ଚେତାବନୀ ଦେବା ଲୋକମାନଙ୍କୁ ଭ୍ରମିତ କରିବା ସଦୃଶ ହେବ । ଆମେରିକା ସରକାର ନିଜର ଡାୟଟ ଗାଇଡଲାଇନରେ କଫିକୁ ସ୍ୱାସ୍ଥ୍ୟ ଜୀବନଶୈଳୀର ହିସାବ କରିଥିଲେ ।

ବିବିସି ଅନୁସାରେ, ଗତ ବର୍ଷ ୟୁରୋପର ୧୦ଟି ଦେଶରେ ପାଖାପାଖି ୫ଲକ୍ଷ ଲୋକମାନଙ୍କ ଉପରେ ଏକ ଷ୍ଟଡି କରାଯାଇଥିଲା । ଯେଉଁଥିରୁ ଜଣାପଡିଥିଲା ଯେ, ଦିନରେ ତିନି କପ୍‌ କଫି (Coffee) ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

କିନ୍ତୁ, ଅନେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ଏହା କହିବା ଅସମ୍ଭବ ହେବ ଯେ, କଫି (Coffee)ପିଇବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଆପଣଙ୍କୁ କହିରଖୁଛୁ, ଯଦି କୌଣସି ଖାଦ୍ୟ ପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଅନେକ ସମୟ ଧରି ରୋଷ୍ଟ କିମ୍ବା ଫ୍ରାଏ କରାଯାଏ, ତେବେ ଏଥିରେ acrylamide ତିଆରି ହୋଇଥାଏ । ପଶୁମାନଙ୍କ ଉପରେ କରାଯାଇଥିବା ରିସର୍ଚରୁ ଏହା ସାମ୍ନାକୁ ଆସିଛି ଯେ, acrylamide ଟ୍ୟୁମର ସୃଷ୍ଟି କରିଥାଏ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅତ୍ୟାଧିକ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଅତ୍ୟାଧିକ ଅଦା ଚା’ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments